‘ବାଘୁଣୀ ଇଚ୍ଛାରେ ବଢ଼େ ବାଘ ବଂଶ’

ବାରିପଦା,୨୩ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇବା ନେଇ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏନ୍‌ଟିସିଏ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଶିମିିଳିପାଳରେ ମହାବଳ ସଂଖ୍ୟା ବଢ଼ିଛି। ଏନେଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ଓ ବନ ବିଭାଗ ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି। ତେବେ ବାଘବଂଶ ବୃଦ୍ଧିରେ ବାଘୁଣୀର ଅବଦାନ ଅତୁଳନୀୟ ବୋଲି ବାରିପଦା କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ.ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି। ବାଘୁଣୀ ଇଚ୍ଛା କଲେ ବାଘ ବଂଶ ବଢ଼ିଥାଏ ବୋଲି ସେ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୨୦୦୪ରେ ଶିମିଳିପାଳରେ ମାତ୍ର ୪ଟି ମହାବଳ ବାଘ ଥିଲେ। ସେଥିମଧ୍ୟରୁ ୩ଟି ବାଘୁଣୀ ଥିବା ବେଳେ ଗୋଟିଏ କଳା ଅଣ୍ଡିରା ବାଘ ଥିଲା। ବଂଶବୃଦ୍ଧି ନିମନ୍ତେ କଳା ଅଣ୍ଡିରା ବାଘ ସହିତ ବାଘୁଣୀର ମିଳନ ପରେ ମିଲେନାଷ୍ଟିକ ବାଘ ଛୁଆ ଜନ୍ମ ନେଇଥିଲେ। ବର୍ତ୍ତମାନ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ୨୭ ମହାବଳ ବାଘ ରହିଥିବା ଗଣନାରୁ ଜଣାପଡ଼ିଛି ା ସେଥିମଧ୍ୟରୁ ୧୪ଟି ବାଘୁଣୀ ଅଛନ୍ତି। ୫ବାଘୁଣୀ ଛୁଆ ଜନ୍ମ କରିଛନ୍ତି। ୨ଟି ମିଲେନାଷ୍ଟିକ ପ୍ରଜାତିର ବାଘ ରହିଛନ୍ତି। ତେବେ ପ୍ରତି ବାଘର ଆୟୂଷ ୧୪ରୁ ୧୬ବର୍ଷ ହୋଇଥାଏ। ବାଘ ବୁଢ଼ା ହେବା ପରେ ତା’ର ଶିକାର କରିବାର ଶକ୍ତି କମି କମି ଯିବା ସହିତ ଲଢ଼େଇ କରିବାର କ୍ଷମତା ହରାଇଥାଏ । ଫଳରେ ଅନ୍ୟ ବାଘ ସହିତ ଲଢେଇ କରି ଶେଷରେ ହାରିଯାଇ ନିଜେ ଶିକାର ହୋଇଯାଇଥାଏ। ଯେତେବେଳ ପର୍ଯ୍ୟନ୍ତ ବାଘୁଣୀଟି ନିଜ ଛୁଆର ସୁରକ୍ଷା, ନିର୍ଭୟ ସ୍ଥାନ, ନିଶବ୍ଦ ଅଞ୍ଚଳ, ଉପଯୁକ୍ତ ବାସସ୍ଥଳୀ ଓ ସହଜ ଖାଦ୍ୟ ଅନ୍ବେଷଣ ଭଳି ସ୍ଥାନ ପାଇ ନ ଥାଏ, ସେତେବେଳ ପର୍ଯ୍ୟନ୍ତ ଅଣ୍ଡିରା ବାଘ ସହିତ ସମ୍ପର୍କ ସ୍ଥାପନ କରି ନ ଥାଏ। କାରଣ ଛୁଆ ଜନ୍ମ ହେବା ମାତ୍ରେ ଅଣ୍ଡିରା ବାଘ ସେହି ଛୁଆଙ୍କୁ ମାରି ପୁନର୍ବାର ବାଘୁଣୀ ସହିତ ସମ୍ପର୍କ ସ୍ଥାପନ କରିବାକୁ ଇଚ୍ଛା ପ୍ରକାଶ କରିଥାଏ। କୌଣସି କାରଣରୁ ଛୁଆଙ୍କ ମୃତ୍ୟୁ ହେଲେ ୬ମାସ ଅନ୍ତରରେ ବାଘୁଣୀ ଜନ୍ମ କରିବାକୁ ଇଚ୍ଛା କରିଥାଏ। ମାତ୍ର ଥରେ ବାଘୁଣୀ ଗର୍ଭବତୀ ହେବା ପରେ ଅଣ୍ଡିରା ବାଘକୁ ନିଜ ପାଖକୁ ଆସିବାକୁ ଦେଇ ନ ଥାଏ। ବାଘୁଣୀ ଛୁଆ ଜନ୍ମ କରିବା ପରେ ଅଣ୍ଡିରା ବାଘ କିମ୍ବା ହିଂସ୍ର ଜନ୍ତୁଙ୍କ ଭୟ ଥାଏ। ଖାଦ୍ୟ ଅନ୍ବେଷଣରେ ବାଘୁଣୀ ଯିବା ସମୟରେ ଛୁଆମାନଙ୍କୁ ନିଛାଟିଆ ଘଞ୍ଚ ସ୍ଥାନ କିମ୍ବା ପଥର ଗୁମ୍ଫାରେ ରଖିଯାଇଥାଏ। ନିକଟରେ ଏବଂ ସହଜରେ ହରିଣ, ଶମ୍ବର, କୁଟୁରା, ବାର୍‌ହା ଭଳି ଜନ୍ତୁକୁ ଶିକାର କରି ଫେରିବା ପରେ ନିଜେ ଖାଇବା ସହ ଛୁଆମାନଙ୍କୁ ଖାଦ୍ୟ ଖୁଆଇଥାଏ ା ସେହିପରି ଉପଯୁକ୍ତ ପାଣିପାଗରେ ଛୁଆମାନେ କିପରି ତିଷ୍ଠି ରହିପାରିବେ ସେନେଇ ବାଘୁଣୀ ସୁରକ୍ଷିତ ଅଞ୍ଚଳ ବାଛିଥାଏ। ଛୁଆ ଜନ୍ମ ହେବା ପରେ ଉକ୍ତ ଅଞ୍ଚଳକୁ କୌଣସି ଅଣ୍ଡିରା କିମ୍ବା ମାଈ ବାଘକୁ ପ୍ରବେଶ କରିବାକୁ ଦେଇ ନ ଥାଏ। ଛୁଆ ବଡ଼ ହୋଇ ଆମତ୍ରକ୍ଷାର କୌଶଳ ଓ ଶିକାର ଶିଖିବା ପର୍ଯ୍ୟନ୍ତ ବାଘୁଣୀଟି ପୁନର୍ବାର ମା’ ହେବାକୁ ଇଚ୍ଛା କରି ନ ଥାଏ। ୨/୪ ବର୍ଷରେ ଥରେ ବାଘୁଣୀ ଛୁଆ ଜନ୍ମ କରିଥାଏ। ଏକ ବର୍ଷ ଛୁଆମାନଙ୍କୁ ସାଥୀରେ ଧରି ସୁରକ୍ଷା ଯୋଗାଇ ଆସିଥାଏ ା କୌଣସି ଛୁଆ ଦୁର୍ବଳ ହୋଇଥିଲେ ବାଘୁଣୀ ତାହାକୁ ଅଣଦେଖା କରିଥାଏ। ଗୋଟିଏ ଛୁଆ ପାଇଁ ଅନ୍ୟ ଛୁଆଙ୍କର ଯେମିତି ମୃତ୍ୟୁ ନ ହେଉ ସେଥିପାଇଁ ଗୋଠଛଡ଼ା କରିଦେଇଥାଏ। ୩ ମାସ ପର୍ଯ୍ୟନ୍ତ ବାଘ ଛୁଆ ମା’ କ୍ଷୀର ଖାଇ ବଞ୍ଚତ୍ବା ପରେ ମାଂସାଶୀ ହୋଇଥାନ୍ତି।
ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି, ସଂଘର୍ଷମୟ ଜୀବନ ବିତାଉଥିବା ବାଘ ବଂଶବୃଦ୍ଧିରେ ଶିକାରୀଙ୍କ ଅନୁପ୍ରବେଶକୁ ରୋକ ଲଗାଯିବା ନିତାନ୍ତ ଆବଶ୍ୟକ। ଆଭ୍ୟନ୍ତରୀଣ ଅଞ୍ଚଳରେ ସମସ୍ତ ପ୍ରକାର ଜୀବଜନ୍ତୁଙ୍କ ସୁରକ୍ଷା ଓ ଯନତ୍ ନିଆଯାଇପାରିଲେ ବାଘ ବଂଶ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ନିର୍ବାଚନରେ ​​ସଫଳତା ପାଇଁ ତ୍ରିପୁରା ଏବଂ ଆସାମ ସୂତ୍ରକୁ ନକଲ କରିବ ଭାଜପା

ଭୁବନେଶ୍ୱର,୨୭ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋନପୁର ରାଲିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।...

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri