Advertisement

ଛାତ୍ରଙ୍କ ବେକରେ ଜାଭେଲିନ ପଶିବା ଘଟଣା: ସମସ୍ତ ସହାୟତା ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୭ା୧୨(ବ୍ୟୁରୋ): ବେକରେ ଜାଭେଲିନ ପଶି ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟର ଗୁରୁତର ଛାତ୍ର ସଦାନନ୍ଦଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାପ୍ରକଟ କରିଛନ୍ତି । ଉନ୍ନତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ସମସ୍ତ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ସଦାନନ୍ଦଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ବଲାଙ୍ଗୀର ଜିଲାପାଳଙ୍କ ସହିତ ଆଲୋଚନା କରି ସଦାନନ୍ଦଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ଏକ ଘଣ୍ଟାର ଅପରେଶନ ପରେ ସଦାନନ୍ଦଙ୍କ ବେକରୁ ଜାଭେଲିନ୍‌ ବାହାରିଥିଲା। ଅସ୍ତ୍ରୋପଚାର ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି। ଛାତ୍ରଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇ ଦିଆଯିବା ସହ ୩୦ ହଜାର ଟଙ୍କା ରେଡ୍‌କ୍ରସ ପାଣ୍ଠିରୁ ପ୍ରଦାନ କରାଯାଇଛି। ଏଥିସହ ସୁସ୍ଥ ହେବା ପର୍ଯ୍ୟନ୍ତ ସମସ୍ତ ଚିକିତ୍ସା ରାଜ୍ୟ ସରକାର ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ପାଇଁ ହେଉଥିଲା ଠୁଳ: ୨ଟନ୍‌ ଗଞ୍ଜେଇ ଜବତ, ୨ ମାଫିଆ ଗିରଫ

ଫିରିଙ୍ଗିଆ,୨୬ା୬- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ପୋଲିସ ପାହିରାଜୁ ପଞ୍ଚାୟତ ଡ୍ରେସରୁ ଗ୍ରାମରେ ଚଢାଉ କରି ୨ଟନ୍‌ରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ...

ଲୋକସେବା ଭବନ ଆଗରେ ବୃଦ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ଥାନାରୁ ନ୍ୟାୟ ନ ପାଇ ଜଣେ ବୃଦ୍ଧ ବୁଧବାର ଲୋକସେବା ଭବନ ଆଗରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ...

ଖେଳୁଥିବା ବେଳେ ବାଳକଙ୍କ ପେଟରେ ପଶିଲା ବର୍ଚ୍ଛା

ବଲାଙ୍ଗୀର ଅଫିସ, ୨୯।୧- ବଲାଙ୍ଗୀର ଜିଲା ବେଲପଡା ଥାନା ଅଏଁଲାଭଟା ଗାଁରେ ରବିବାର ଏକ ଅଘଟଣ ଘଟିଛି । ରାଜୁ ଥନାପତି ନାମକ ଜଣେ ୧୬...

ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍‌ ଭଡ଼ା ୯ କୋଟି ଦେଇଛନ୍ତି ସରକାର

ଭୁବନେଶ୍ୱର,୩୦ା୯(ବ୍ୟୁରୋ): କରୋନା ସମୟରେ ମୋଟ ୮,୫୩,୭୭୭ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଥିଲେ। ସେମାନଙ୍କ ପଞ୍ଜୀକରଣ, କାମ ଓ ଖର୍ଚ୍ଚ ବାବଦକୁ ରାଜ୍ୟ ସରକାର ଖର୍ଚ୍ଚ କରିଥିବା...

ଦିଆସିଲି କାଠିରେ ସାଇକେଲ ପ୍ରତିକୃତି

ପୁରୀ ଅଫିସ,୩।୬: ଜୁନ ୩ ତାରିଖକୁ ସାରା ବିଶ୍ୱରେ ୱାର୍ଲଡ ସାଇକେଲ ଦିବସ ଭାବେ ପାଳନ କରାଯାଏ। ସାଇକେଲ ଚଳାଇବା ଦ୍ୱାରା ସ୍ବାସ୍ଥ୍ୟ ଠିକ ରହିବା...

ମଙ୍ଗଳାଯୋଡ଼ିରେ ‘ମାଲାର୍ଡ’ ପକ୍ଷୀ

ଭୁବନେଶ୍ୱର,୫।୧୨(ବ୍ୟୁରୋ) : ଶୀତ ଆରମ୍ଭରୁ ବିହଙ୍ଗ ଭୂସ୍ବର୍ଗ ମଙ୍ଗଳାଯୋଡ଼ିକୁ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ପ୍ରଥମଥର ସେଠାରେ ବିରଳ ପ୍ରଜାତିର ‘ମାଲାର୍ଡ’ ପକ୍ଷୀ ଶୁକ୍ରବାର...

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବାଧ୍ୟ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। କେନ୍ଦ୍ରୀୟ ମୋଟର ଯାନ ଆଇନ ରୁଲ୍ସ-୧୯୮୯ର ରୁଲ୍ସ-୫୦...

ଭୁବନେଶ୍ୱର ଆସିଲା ୧୫୫୦ ଇଭିଏମ୍‌

ଭୁବନେଶ୍ୱର, ୧୩।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଏହି ଅବସରରେ ଶନିବାର ଖୋର୍ଦ୍ଧା ଜିଲା ମୁଖ୍ୟାଳୟରୁ ଭୁବନେଶ୍ୱରକୁ ଇଭିଏମ୍‌...

Advertisement
Archives

Model This Week