ସ୍ପେଶାଲିଷ୍ଟ, ସୁପରସ୍ପେଶାଲିଷ୍ଟ ଡାକ୍ତରଙ୍କୁ ମିଳିବ ଇନ୍‌ସେନ୍‌ଟିଭ

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟ ସରକାର ସ୍ପେଶାଲିଷ୍ଟ ଏବଂ ସୁପରସ୍ପେଶାଲିଷ୍ଟ ଡାକ୍ତରଙ୍କୁ ଆକୃଷ୍ଟ କରିବାକୁ ପ୍ରୋତ୍ସାହନ ରାଶି (ଇନ୍‌ସେନ୍‌ଟିଭ) ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁ ଡାକ୍ତରମାନଙ୍କ ଡିପ୍ଲୋମେଟ୍‌ ଅଫ୍‌ ନ୍ୟାଶନାଲ (ଡିଏନ୍‌ବି) ସ୍ପେଶାଲିଷ୍ଟ ଏବଂ ସୁପରସ୍ପେଶାଲିଷ୍ଟ ଡିଗ୍ରୀ ଥିବ ସେମାନଙ୍କୁ ନ୍ୟାଶନାଲ ମେଡିକାଲ କମିଶନ ଆକ୍ଟ-୨୦୧୯ର ପାରା ୩୭(୨) ଅନୁଯାୟୀ ପ୍ରତ୍ୟେକ ମାସରେ ଦରମା ସହିତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ସ୍ପେଶାଲିଷ୍ଟମାନଙ୍କୁ ୨୦ ହଜାର ଏବଂ ସୁପରସ୍ପେଶାଲିଷ୍ଟମାନଙ୍କୁ ମାସିକ ଦରମା ସହିତ ୩୦ ହଜାର ଟଙ୍କା ଇନ୍‌ସେନ୍‌ଟିଭ ଦିଆଯିବ। ଏ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଓଡ଼ିଶା ସ୍ବାସ୍ଥ୍ୟ ସେବା କ୍ୟାଡର ପୋଷ୍ଟ ଗ୍ରାଜୁଏଟ ଏମ୍‌ଡି/ଏମ୍‌ଏସ୍‌ ଏବଂ ଡିଏମ୍‌/ଏମ୍‌ସିଏଚ୍‌ ସ୍ପେଶାଲାଇଜେଶନ ଡିଗ୍ରୀ ଥିବା ଡାକ୍ତରମାନଙ୍କୁ ମଧ୍ୟ ଉକ୍ତ ପ୍ରୋତ୍ସାହନ ରାଶି ଦିଆଯାଉଛି। ଏହି ପ୍ରୋତ୍ସାହନ ଫଳରେ ରାଜ୍ୟରେ ସ୍ପେଶାଲାଇଜେଶନ ଡାକ୍ତରଙ୍କ ସଂଖ୍ୟା ବଢ଼ିବା ସହ ସ୍ବାସ୍ଥ୍ୟସେବାରେ ଉନ୍ନତି ଆସିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

ବିଧାୟକ ମୋହନ ଚରଣ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ସମ୍ମୁଖରେ ବସିଲେ ଧାରଣା

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା...

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ପ୍ରାର୍ଥିପତ୍ର ଦାଖଲ କଲେ ଅଭିଷେକ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠ୍‌ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri