ରୁଫ୍‌ଟପ୍‌ ସୋଲାର ସିଷ୍ଟମ ପାଇଁ ଗ୍ରାମପଞ୍ଚାୟତକୁ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର,୩।୧୨,(ଅନୁରାଧା ମହାରଣା): ଟାଟା ପାୱାର ଏବଂ ରାଜ୍ୟ ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏହାର ବ୍ୟବସାୟିକ ସହଯୋଗୀମାନଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ୟୁଟିଲିଟି ଲେଡ୍‌ ଏଗ୍ରିଗେଶନ (ୟୁଏଲ୍‌ଏ) ମଡେଲ ଅଧୀନରେ ପିଏମ୍‌ ସୂର୍ଯ୍ୟଘର: ମୁଫ୍ତ ବିଜିଲି ଯୋଜନା ବିଷୟରେ ବ୍ୟବସାୟିକ ସହଯୋଗୀମାନଙ୍କୁ ଅବଗତ କରାଯାଇଥିଲା। ଟିପିସିଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ସିଂହ ପଞ୍ଜୀକରଣ ପ୍ରକ୍ରିୟା, ସ୍ଥାପନ ପ୍ରଣାଳୀ ଏବଂ କେନ୍ଦ୍ର ସରକାରଙ୍କ ନବୀନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ (ଏମ୍‌ଏନ୍‌ଆର୍‌ଇ) ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳୁଥିବା ସବ୍‌ସିଡି ସହାୟତା ବିଷୟରେ ଆଲୋକପାତ କରିଥିଲେ। ଯୋଜନାର ନିୟମାବଳୀ ଅନୁଯାୟୀ, ପ୍ରତ୍ୟେକ ଗ୍ରାମପଞ୍ଚାୟତ ନିଜ ଅଞ୍ଚଳରେ ସ୍ଥାପିତ ହେଉଥିବା ପ୍ରତି ରୁଫ୍‌ଟପ୍‌ ସିଷ୍ଟମ ପାଇଁ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବାକୁ ହକ୍‌ଦାର ହେବେ।
ଏହି ଅଧିବେଶନରେ ୟୁଏଲ୍‌ଏ ମଡେଲ କିପରି ରୁଫ୍‌ଟପ୍‌ ସୋଲାର ବ୍ୟବହାର ପ୍ରକ୍ରିୟାକୁ ସରଳ ଓ ସୁଗମ କରିଥାଏ ଏବଂ ଉପଭୋକ୍ତାମାନଙ୍କୁ ସହଜରେ ସ୍ବଚ୍ଛ, ଶସ୍ତା ଓ ଭରସାଯୋଗ୍ୟ ଶକ୍ତି ଯୋଗାଇବାରେ ସହାୟକ ହୁଏ, ସେ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଘରୋଇ ଉପଭୋକ୍ତାମାନଙ୍କୁ ଏଥିରେ ସାମିଲ କରିବା ନିମନ୍ତେ ବ୍ୟବସାୟିକ ସହଯୋଗୀମାନଙ୍କୁ ଏହି ଯୋଜନାର ଉଭୟ ଆର୍ଥିକ ଓ ପରିବେଶଗତ ଲାଭ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଖରା, ସୁନ୍ଦରଗଡ଼ ଜିଲାରେ ୨୭ ଯାଏ ସ୍କୁଲ ଛୁଟି ଘୋଷଣା

ସୁନ୍ଦରଗଡ,୨୨ା୪(ଜୟ ନାରାୟଣ ମେଣ୍ଡୁଳି): ବର୍ତ୍ତମାନ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସୁନ୍ଦରଗଡ ଜିଲାରେ ଜନ ଜୀବନ ଦୁର୍ବିସହ ହୋଇପଡିଛି । ଦିନର ତାପମାତ୍ରା ଏବେ ୪୧ଡିଗ୍ରୀ ଡେଇଁ ଲାଣି।…

ଦୁର୍ଘଟଣାଗ୍ରସ୍ତଙ୍କୁ ଆଣିବା ପାଇଁ ଯାଉଥିବା ଆମ୍ବୁଲାନ୍ସ ମଝି ରାସ୍ତାରେ ଘଟାଇଲା ଦୁର୍ଘଟଣା…

ମୁନିଗୁଡା,୨୧।୪ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ତେଲେଙ୍ଗାପଦର ପଞ୍ଚାୟତ ଅଧୀନ ଆଙ୍କୁଲପଦର ଗ୍ରାମ ନିକଟରେ ଜଣେ ଦୁର୍ଘଟଣାଗ୍ରସ୍ତଙ୍କୁ ଆଣିବା ପାଇଁ ମୁନିଗୁଡ଼ାରୁ ଆମ୍ବୁଲାନ୍ସ…

ବଢ଼ିଲା ସ୍କୁଲ ଛୁଟି ଅବଧି

ସମ୍ବଲପୁର,୨୧।୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।…

କେନ୍ଦ୍ରୀୟ ବିଦ୍ୟାଳୟର ଅଭିନବ ପ୍ରୟାସ: ଜନ୍ମଦିନରେ ଛାତ୍ର କଲେ ଏମିତି କାମ

ଭଞ୍ଜନଗର,୨୨/୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କମାନୁ ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ସମୟରେ କିଛି ନୂଆ ନୂଆ ପଦକ୍ଷେପ ନେଉଛନ୍ତି।…

ଯନ୍ତ୍ରୀଙ୍କ ‘ଠିକାଦାରୀ’ ରାଜ ବିରୋଧରେ ଜନଗର୍ଜନ: ମହାଘୋଟାଲା ଅଭିଯୋଗ

ଥୁଆମୂଳ ରାମପୁର, ୨୨ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ବିକାଶ ନାଁରେ ଚାଲିଥିବା ‘ମହାଘୋଟାଲା’କୁ ନେଇ ଜନଅସନ୍ତୋଷ ଏବେ ଆଗ୍ନେୟଗିରିର ରୂପ ଧାରଣ…

ବଲାଙ୍ଗୀରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ନୀତି ସମ୍ପନ୍ନ, ଦେବଦମ୍ପତିଙ୍କ ମାତାପିତା ସ୍ଥିରୀକୃତ

ବଲାଙ୍ଗୀର,୨୨ା୪(ସୁନିଲ କୁମାର ମହାନ୍ତି): ଆସନ୍ତା ୧୮ ଜୁନ୍‌ରୁ ୨୦ ଜୁନ୍‌ ପର୍ଯ୍ୟନ୍ତ ହେବ ଦେବଦମ୍ପତିଙ୍କ ଶୁଭ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା। ପବିତ୍ର ଅକ୍ଷୟ ତୃତୀୟା ତିଥିରେ…

ବସ ଚକ ତଳେ ପଶିଗଲେ ବାଇକ ଆରୋହୀ: ଭୟଙ୍କର ଦୁର୍ଘଟଣା ସିସିଟିଭିରେ କଏଦ, ଜାଣନ୍ତୁ କ’ଣ ହେଲା

ବଲାଙ୍ଗୀର,୨୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଭିତରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ସହରର ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ହୋଇଛି ଏହି ମର୍ମନ୍ତୁଦ ଦୁର୍ଘଟଣା।…

କେସିଙ୍ଗାରୁ ଭୁବନେଶ୍ୱରକୁ ସିଧା ଟ୍ରେନ ଚଳାଚଳ ହେଉ: ୨୦ ଦଫା ଦାବି ନେଇ ରେଳମନ୍ତ୍ରୀଙ୍କୁ ସାକ୍ଷାତ କଲେ କଳାହାଣ୍ଡି ଏମପି

କେସିଙ୍ଗା,୨୨।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଳବିକା ଦେବୀ ବିଭିନ୍ନ ୨୦ ଦଫା ଦାବି ନେଇ ରେଳମନ୍ତ୍ରୀ ଅଶ୍ୱନି ବୈଷ୍ଣବଙ୍କୁ ଦିଲ୍ଲୀସ୍ଥିତ ବାସଭବନରେ ବୁଧବାର ସାକ୍ଷାତ କରିଛନ୍ତି। ପ୍ରଥମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri