ଏଇ ଭାରତରେ

ଯେଉଁ ବୟସରେ ଖେଳି ବୁଲିବା କଥା ସେହି ସମୟରେ ପରିବେଶ ଚିନ୍ତା କରୁଛନ୍ତି ତାମିଲନାଡୁର ପ୍ରସିଦ୍ଧି ସିଂ। ତାଙ୍କ ବୟସ ଏବେ ୭। ଏଇ କୁନି ପରିବେଶବିତ୍‌ ଆଗାମୀ ଦୁଇ ବର୍ଷ ମଧ୍ୟରେ ୧ ଲକ୍ଷ ଗଛ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏବେ ସୁଦ୍ଧା ସେ ୧୩,୦୦୦ ଗଛ ଲଗାଇ ସାରିଲେଣି ଓ ରାଜ୍ୟରେ ୧୩ଟି ଫଳ ବଗିଚା କରିସାରିଛନ୍ତି। ତାଙ୍କ ସହ ସାମିଲ କୁନି ପରିବେଶ ଯୋଦ୍ଧାଙ୍କୁ ନେଇ ସେ ଏହା ସମ୍ଭବ କରିପାରିଛନ୍ତି। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିତ୍ବାବେଳେ ସେ ତାଙ୍କ ବାରିରେ ଅନେକ ଗଛ ଲଗାଇବା ସହ ଅଗଣାରେ ଏକ ଔଷଧୀୟ ବଗିଚା କରିଥିଲେ। କିନ୍ତୁ ୨୦୧୬ରେ ଭର୍ଦ୍ଧାରେ ବାତ୍ୟା ଯୋଗୁ ଗଛଗୁଡ଼ିକ ନଷ୍ଟ ହୋଇଯିବା ପରେ ସେ ତାଙ୍କ ସାଙ୍ଗମାନଙ୍କୁ ନେଇ ଏଭଳି ଅଭିଯାନ ଆରମ୍ଭ କରିଥିଲେ। ସେ ସ୍କୁଲରେ ଏକ ଫଳ ବଗିଚା କରିଛନ୍ତି। ତାଙ୍କ ଜନ୍ମଦିନରେ ସେ ଏଥିରେ ୧୦୦ଟି ଫଳଗଛ ଲଗାଇଥିଲେ। ସେ ପ୍ରତିବର୍ଷ ‘ହାପିବାର୍ଥ ଡେ’ ପରିବର୍ତ୍ତେ ‘ଗ୍ରୀନ ବାର୍ଥ ଡେ’ ପାଳନ କରନ୍ତି। ପ୍ରସିଦ୍ଧି ସ୍କୁଲ ,କଲେଜ, ସରକାରୀ ଜାଗାରେ ଗଛ ଲଗାଇବା ଲାଗି ଯୋଜନା କରିଛନ୍ତି। ପେପର, ପେନସିଲ, ବୁକମାର୍କସ ଆଦି ବିକ୍ରି କରିବା ତଥା ଯୋଗ କ୍ଲାସ ଆୟୋଜନ କରି ଲୋକମାନଙ୍କଠାରୁ ପାଣ୍ଠି ଯୋଗାଡ କରୁଛନ୍ତି। ପଡ଼ୋଶୀମାନଙ୍କଠାରୁ ଫଳ ମଞ୍ଜି ସଂଗ୍ରହ କରୁଛନ୍ତି। କରୋନା ମହାମାରୀ ସମୟରେ ସେ ଶନିବାର ଗଛ ଲଗାଉଛନ୍ତି। ଗଛ ଲାଗାଇବାକୁ ଅନଲାଇନ କ୍ଲାସ ମାଧ୍ୟମରେ ପିଲାମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଏବେ ପ୍ରସିଦ୍ଧିଙ୍କ ଅଭିଯାନରେ ସାମିଲ ହେବାକୁ ବହୁ ସଂସ୍ଥା ଆଗକୁ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri