Posted inଖେଳ

ଡୋପିଂ: ୨ ଭାରୋତ୍ତୋଳକ ଲଣ୍ଡନ ଅଲିମ୍ପିକ୍ସ ପଦକ ହରାଇଲେ

ଲାଉସେନ,୨୬।୧୧(ଏପି): ଡୋପିଂ କାରଣରୁ ରୋମାନିଆର ଦୁଇଜଣ ଭାରୋତ୍ତୋଳକ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ପଦକ ହରାଇଛନ୍ତି। ଷ୍ଟେରଏଡ୍‌ ସେବନ କାରଣରୁ ଡୋପ୍‌ ଟେଷ୍ଟରେ ଏମାନେ ପଜିଟିଭ ବୋଲି ଜଣାପଡିବା ପରେ ବୁଧବାର ଏହି ଦୁଇ ଆଥଲେଟ୍‌ଙ୍କଠାରୁ ପଦକ କାଢି ନିଆଯାଇଛି।
ଲଣ୍ଡନ ଅଲିମ୍ପିକ୍ସରେ ରୋକ୍ସାନା କୋକୋସ ରୌପ୍ୟ ଓ ରାଜଭାନ ମାର୍ଟିନ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ତେବେ ନମୁନାର ରିଆନାଲିସିସ୍‌ ପରେ ଏହି ଦୁଇ ଖେଳାଳି ଏକାଧିକ ଷ୍ଟେରଏଡ୍‌ ସେବନ କାରଣରୁ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସୂଚନା ଦେଇଛି। ରୋମାନିଆର ତୃତୀୟ ଭାରୋତ୍ତୋଳକ ଗାବ୍ରିଏଲ ସିନକ୍ରେଆନ ମଧ୍ୟ ସମ କାରଣ ପାଇଁ ପଜିଟିଭ ଜଣାପଡିଛି। ତୃତୀୟ ଥର ପାଇଁ ଡୋପ୍‌ ଟେଷ୍ଟରେ ବିଫଳ ହେବା ପରେ ତାଙ୍କୁ ଅନ୍ତର୍ଜାତୀୟ ଓ୍ବେଟ୍‌ ଲିଫ୍‌ଟିଂ ଫେଡେରେଶନ ଆଜୀବନ ବାସନ୍ଦ କରିଛି। ଲଣ୍ଡନ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ରୋମାନିଆର ସବୁ ୪ ଜଣ ଭାରୋତ୍ତୋଳକ ଡୋପିଂ ପାଇଁ ଆଇଓସି ଦ୍ୱାରା ଅଯୋଗ୍ୟ ଘୋଷିତ ହୋଇଛନ୍ତି। ମାର୍ଟିନ ପୁରୁଷ ୬୯ କେ.ଜି. ବର୍ଗରେ ବ୍ରୋଞ୍ଜ୍‌ ଜିତିଥିଲେ। ସେହିପରି କୋକୋସ ମହିଳା ୬୯ କେ.ଜି. ବର୍ଗରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଥିଲେ। ମାର୍ଟିନ ଡିସ୍‌କ୍ୱାଲିଫାଏ ହେବା ପରେ ଉତ୍ତର କୋରିଆର କିମ୍‌ ମିଅଙ୍ଗ-ହିଓକ ଚତୁର୍ଥ ସ୍ଥାନରୁ ଅପ୍‌ଗ୍ରେଡ ହାସଲ କରି ବ୍ରୋଞ୍ଜ୍‌ ପଦକ ପାଇବେ। ସେହିପରି କୋକୋସ ଅଯୋଗ୍ୟ ଘୋଷିତ ହେବା ପରେ କାଜାଖସ୍ଥାନର ଆନ୍ନା ନୁରମୁଖାମ୍ବେଟୋଭା ଓ କଲମ୍ବିଆର ଉବାଲଡିନା ଭାଲୋୟେସ ଅପ୍‌ଗ୍ରେଡ୍‌ ହେବା ସହ ପଦକ ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri