ଏଇ ଭାରତରେ

ସମାଜର ବରିଷ୍ଠ ନାଗରିକମାନଙ୍କ ଯତ୍ନ ନେବା ଲାଗି ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ସେମାନଙ୍କ ମାନସିକସ୍ଥିତି ତଥା ଏକାନ୍ତପଣ ଦୂର କରିବା ଏବେ ଏକ ଆହ୍ବାନ ଭାବେ ଉଭା ହୋଇଛି। ତେବେ ଏଭଳି ସମସ୍ୟା ଦୂର କରିବା ପାଇଁ ହରିୟାଣାର ଏମ୍‌.ପି. ଦୀପୁ ଓ ରାହୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେମାନେ ସିନିୟର ଓ୍ବାଲର୍‌ଡ ସଂସ୍ଥା ଗଠନ କରି ବରିଷ୍ଠ ନାଗରିକମାନଙ୍କୁ ସାରା ବିଶ୍ୱ ଭ୍ରମଣ କରାଉଛନ୍ତି। ୨୦୧୫ରେ ସେମାନେ ସିନିୟର ଓ୍ବାଲର୍‌ଡ ଗଠନ କରିଥିଲେ। ଏହା ମାଧ୍ୟମରେ ଏବେ ସୁଦ୍ଧା ୫,୦୦୦ ବରିଷ୍ଠ ନାଗରିକଙ୍କୁ ବିଶ୍ୱ ଭ୍ରମଣ ସୁବିଧା ଯୋଗାଇ ଦେଇସାରିଲେଣି। ଅର୍ଥାତ୍‌ ପିଲାମାନେ ବାହାରେ ରହୁଥିବାରୁ ସେମାନଙ୍କ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ ବରିଷ୍ଠ ନାଗରିକମାନେ ଏହି ଯାତ୍ରାରେ ଯାଉଛନ୍ତି। ଯାତ୍ରା ସମୟରେ ସେମାନଙ୍କ ସ୍ବାସ୍ଥ୍ୟର ଯତ୍ନ ନିଆଯିବା ସହ ମନୋରଞ୍ଜନ ଲାଗି ନାଚ, ଗୀତ ଆଦିର ବ୍ୟବସ୍ଥା କରିଛନ୍ତି। ସେମାନଙ୍କୁ ପ୍ରାୟତଃ ଚିକିତ୍ସାଳୟର ପାଖାପାଖି ହୋଟେଲରେ ରଖାଇବାର ବ୍ୟବସ୍ଥା କରାଯାଉଛି। ଆମେରିକା, ଇଂଲଣ୍ଡ, ଶ୍ରୀଲଙ୍କା, ଭୁଟ୍ଟାନ, ଭିଏତ୍‌ନାମ, ଥାଇଲାଣ୍ଡ, ସିଙ୍ଗାପୁର, କେନିଆ, ଦୁବାଇ, ଅଷ୍ଟ୍ରେଲିଆ ଆଦି ଦେଶକୁ ବରିଷ୍ଠ ନାଗରିକମାନଙ୍କୁ ଭ୍ରମଣରେ ନିଆଯିବା ସହ ଭାରତର ବିଭିନ୍ନ ରାଜ୍ୟର ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀକୁ ବୁଲାଇ ନିଆଯାଉଛି। ବରିଷ୍ଠ ନାଗରିକମାନଙ୍କର ବୟସ ୫୫-୯୫ ମଧ୍ୟରେ ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri