ଏଇ ଭାରତରେ

ବିଭିନ୍ନ ବ୍ୟାଙ୍କ ବିଷୟରେ ଶୁଣିଛନ୍ତି, ହେଲେ ଅସ୍ଥି ବ୍ୟାଙ୍କ କଥା ଜାଣିଛନ୍ତି କି? ଉତ୍ତରପ୍ରଦେଶରେ ପ୍ରତିଷ୍ଠା ହେଉଛି ଏଭଳି ଏକ ବ୍ୟାଙ୍କ, ଯେଉଁଥିରେ ଅସ୍ଥି ସଂରକ୍ଷିତ ରହିବ। ଯୋଗୀ ଆଦିତ୍ୟନାଥ ସରକାର କରିଥିବା ମୋକ୍ଷ ଯୋଜନାରେ ବାରାଣସୀର ମଣିକର୍ଣ୍ଣିକା ଘାଟରେ ଏହି ଅସ୍ଥି ବ୍ୟାଙ୍କ ପ୍ରତିଷ୍ଠା କରାଯିବ। ଅସ୍ଥି ବ୍ୟାଙ୍କରୁ ସଂରକ୍ଷିତ ଅସ୍ଥିକୁ ନେଇ ଶ୍ରଦ୍ଧାଳୁମାନେ ପରେ ବିସର୍ଜନ କରିପାରିବେ। ଉକ୍ତ ବ୍ୟାଙ୍କ ମାଧ୍ୟମରେ ଲୋକଙ୍କୁ ନିଜ ପ୍ରିୟଜନଙ୍କ ଶେଷ ରୀତିନୀତି କରିବା ପାଇଁ ବି ସୁବିଧା ମିଳିବ। ନାଗରିକ ସଂସ୍ଥା ଏ ନେଇ ଏକ ପ୍ରସ୍ତାବ ପଠାଇଛି ଓ ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ମଣିକର୍ଣ୍ଣିକା ଘାଟରେ ଶବଦାହ କରୁୁଥିବା ବିକାଶ ଗୁପ୍ତା କହିଛନ୍ତି, ଏହି ବ୍ୟାଙ୍କରେ ମୃତ ବ୍ୟକ୍ତିଙ୍କ ଅସ୍ଥି, ପାଉଁଶ ଓ ଅବଶିଷ୍ଟାଂଶ ବି ସଂରକ୍ଷିତ ରହିବ। ମଣିକର୍ଣ୍ଣିକା ଘାଟରେ ପ୍ରତିଦିନ ହାରାହାରି ୯୦ରୁ ୧୨୦ ମୃତଦେହ ଦାହ କରାଯାଇଥାଏ। ପ୍ରାୟତଃ ଦୂର ସ୍ଥାନରୁ ଏଠାକୁ ଆସୁଥିବା ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ଅସ୍ଥି, ପାଉଁଶ ସଂଗ୍ରହ କରିବା ଲାଗି ଦୀର୍ଘ ସମୟ ଅପେକ୍ଷା କରିବା କଷ୍ଟକର ହୋଇଥାଏ। ଏଭଳି ପରିସ୍ଥିତିରେ ଅନେକ ଥର ସମ୍ପର୍କୀୟମାନେ ଅସ୍ଥି ସଂଗ୍ରହ ନ କରି ଚାଲିଯାଆନ୍ତି। ଅବଶ୍ୟ ବ୍ୟାଙ୍କ ପ୍ରତିଷ୍ଠା ହେବା ପରେ ଅସ୍ଥିକୁ ସଂରକ୍ଷଣ କରାଯାଇ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

ବାଗ୍‌ଦାଦରେ ମହାକାଳ

ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭିକ ମୁସଲିମ ଶାସକମାନେ ନିଜକୁ ସୁଲତାନ ବୋଲି କହୁଥିଲେ। କିନ୍ତୁ ୧୬ଶ ଶତାବ୍ଦୀରେ ମୋଗଲମାନେ ନିଜକୁ ବାଦଶାହ ବୋଲି କହିଲେ। ଏହାର କାରଣ ହେଉଛି…

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri