ଏଇ ଭାରତରେ

ବିଭିନ୍ନ ବ୍ୟାଙ୍କ ବିଷୟରେ ଶୁଣିଛନ୍ତି, ହେଲେ ଅସ୍ଥି ବ୍ୟାଙ୍କ କଥା ଜାଣିଛନ୍ତି କି? ଉତ୍ତରପ୍ରଦେଶରେ ପ୍ରତିଷ୍ଠା ହେଉଛି ଏଭଳି ଏକ ବ୍ୟାଙ୍କ, ଯେଉଁଥିରେ ଅସ୍ଥି ସଂରକ୍ଷିତ ରହିବ। ଯୋଗୀ ଆଦିତ୍ୟନାଥ ସରକାର କରିଥିବା ମୋକ୍ଷ ଯୋଜନାରେ ବାରାଣସୀର ମଣିକର୍ଣ୍ଣିକା ଘାଟରେ ଏହି ଅସ୍ଥି ବ୍ୟାଙ୍କ ପ୍ରତିଷ୍ଠା କରାଯିବ। ଅସ୍ଥି ବ୍ୟାଙ୍କରୁ ସଂରକ୍ଷିତ ଅସ୍ଥିକୁ ନେଇ ଶ୍ରଦ୍ଧାଳୁମାନେ ପରେ ବିସର୍ଜନ କରିପାରିବେ। ଉକ୍ତ ବ୍ୟାଙ୍କ ମାଧ୍ୟମରେ ଲୋକଙ୍କୁ ନିଜ ପ୍ରିୟଜନଙ୍କ ଶେଷ ରୀତିନୀତି କରିବା ପାଇଁ ବି ସୁବିଧା ମିଳିବ। ନାଗରିକ ସଂସ୍ଥା ଏ ନେଇ ଏକ ପ୍ରସ୍ତାବ ପଠାଇଛି ଓ ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ମଣିକର୍ଣ୍ଣିକା ଘାଟରେ ଶବଦାହ କରୁୁଥିବା ବିକାଶ ଗୁପ୍ତା କହିଛନ୍ତି, ଏହି ବ୍ୟାଙ୍କରେ ମୃତ ବ୍ୟକ୍ତିଙ୍କ ଅସ୍ଥି, ପାଉଁଶ ଓ ଅବଶିଷ୍ଟାଂଶ ବି ସଂରକ୍ଷିତ ରହିବ। ମଣିକର୍ଣ୍ଣିକା ଘାଟରେ ପ୍ରତିଦିନ ହାରାହାରି ୯୦ରୁ ୧୨୦ ମୃତଦେହ ଦାହ କରାଯାଇଥାଏ। ପ୍ରାୟତଃ ଦୂର ସ୍ଥାନରୁ ଏଠାକୁ ଆସୁଥିବା ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ଅସ୍ଥି, ପାଉଁଶ ସଂଗ୍ରହ କରିବା ଲାଗି ଦୀର୍ଘ ସମୟ ଅପେକ୍ଷା କରିବା କଷ୍ଟକର ହୋଇଥାଏ। ଏଭଳି ପରିସ୍ଥିତିରେ ଅନେକ ଥର ସମ୍ପର୍କୀୟମାନେ ଅସ୍ଥି ସଂଗ୍ରହ ନ କରି ଚାଲିଯାଆନ୍ତି। ଅବଶ୍ୟ ବ୍ୟାଙ୍କ ପ୍ରତିଷ୍ଠା ହେବା ପରେ ଅସ୍ଥିକୁ ସଂରକ୍ଷଣ କରାଯାଇ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri