ଲଢ଼ୁଆ ନାୟିକା

ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସରେ ଚର୍ଚ୍ଚିତ ଖବର ମଧ୍ୟରେ ସ୍ଥାନ ପାଇଥିଲେ ଗ୍ରୁପ୍‌ କ୍ୟାପଟେନ୍‌ ଶାଲିଜା ଧାମି। ସେ ଓ୍ବେଷ୍ଟର୍ନ ସେକ୍ଟରର ଛାମୁଆ ଯୁଦ୍ଧ ୟୁନିଟ୍‌ର ନେତୃତ୍ୱ ନେବାରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ପ୍ରଥମ ମହିଳା ଅଧିକାରୀ ହୋଇପାରିଛନ୍ତି। ସେ ମିଜାଇଲ ସ୍କ୍ବାଡର୍ନର ଦାୟିତ୍ୱ ନେବେ। ଦୀର୍ଘବର୍ଷ ଧରି ପୁରୁଷ ଅଧିକାରୀଙ୍କ ଲଢ଼ୁଆ କାର୍ଯ୍ୟକୁ ବାହାବା ମିଳୁଥିଲା। ଏବେ ଶାଲିଜା ସାହସର ସହିତ ପୁରୁଷ ସମକକ୍ଷ ପଦକ୍ଷେପ ନେବାରେ ନିଜକୁ ପ୍ରସ୍ତୁତ କରିପାରିଥିବାରୁ ଆକାଶରେ ତାଙ୍କ ଲଢ଼ୁଆ ଯାତ୍ରା ଅନ୍ୟ ଯୁବତୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବା ସ୍ବାଭାବିକ।
ପଞ୍ଜାବର ଲୁଧିଆନାରେ ୧୯୮୧ରେ ଶାଲିଜାଙ୍କ ଜନ୍ମ। ପିତା ହର୍କେଶ ଧାମି ପଞ୍ଜାବ ରାଜ୍ୟ ଶକ୍ତି ନିଗମର ଅବସରପ୍ରାପ୍ତ କର୍ମଚାରୀ ଓ ମାତା ଦେବ କୁମାରୀ ଜଳ ଯୋଗାଣ ଓ ପରିମଳ ବିଭାଗରୁ ମଧ୍ୟ ଅବସର ନେଇ ସାରିଛନ୍ତି। ଭାଇ ସର୍ଭସୁରେଶଥ୍‌ ଧାମି ମଣିପୁରର ଇମ୍ଫାଲ ବିଶ୍ୱବିଦ୍ୟାଳୟରେ ଡିଫେନ୍ସ ଷ୍ଟଡିଜ୍‌ର ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଶାଲିଜାଙ୍କ ପଢ଼ା ସରକାରୀ ସ୍କୁଲରେ ହୋଇଥିଲା। ପରେ ସେ ଖାଲ୍‌ସା କଲେଜ ଫର୍‌ ଓମେନ୍‌ରୁ ଦ୍ୱାଦଶ ଏବଂ ସେହିଠାରୁ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ୍‌ କମ୍ୟୁନିକେଶନ୍‌ ବିଷୟ ରଖି ବ୍ୟାଚଲର ଅଫ୍‌ ଟେକ୍ନୋଲଜି ଡିଗ୍ରୀ ଅର୍ଜନ କରିଥିଲେ। ପିଲାଟିବେଳୁ ଇଚ୍ଛାଥିଲା ଆକାଶରେ ଉଡ଼ିବା। ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ଲାଗି ପରିଶ୍ରମ କରିଥିଲେ। ଉପରକୁ ଉଠିବାର ସୋପାନ ହୋଇଗଲା ଆଇଏଏଫ୍‌। ୨୦୦୩ରେ ସେ ହାଲ୍‌ ଏଚ୍‌ପିଟି-୩୨ ଦୀପକ ଧରି ଏକାକୀ ଉଡ଼ିଲେ। ଫ୍ଲାଇଂ ଅଫିସର ଭାବେ ସେ ୨୦ ଡିସେମ୍ବର ୨୦୦୩ରେ ମାନ୍ୟତା ପାଇ ଶର୍ଟ-ସର୍ଭିସ କମିଶନ୍‌ରେ ସାମିଲ ହେଲେ। ନିରନ୍ତର ଉଦ୍ୟମ ଜାରି ରଖିବାରୁ ସେ ୨୦ ଡିସେମ୍ବର ୨୦୦୫ରେ ଫ୍ଲାଇଟ୍‌ ଲ୍ୟୁଟ୍‌ନାଣ୍ଟ ଓ ୨୦ ଡିସେମ୍ବର ୨୦୦୯ରେ ସ୍କ୍ବାଡର୍ନ ଲିଡର ହୋଇଥିଲେ। ଦୃଢ଼ ଇଚ୍ଛାଶକ୍ତି ସହ ଲକ୍ଷ୍ୟ ଊର୍ଦ୍ଧ୍ୱମୁଖୀ ହେଲେ ସଫଳତା ପାଇବାର ମାର୍ଗ ସ୍ପଷ୍ଟ ଦିଶିଯାଇଥାଏ। ୨୦ ଡିସେମ୍ବର ୨୦୧୬ରେ ଶାଲିଜା ଓ୍ବିଙ୍ଗ୍‌ କମାଣ୍ଡର ହୋଇଥିଲେ। ଅଗଷ୍ଟ ୨୦୧୯ରେ ଫ୍ଲାଇଟ୍‌ କମାଣ୍ଡର ପଦବୀକୁ ଉନ୍ନୀତ ହୋଇ ସେ ପ୍ରଥମ ମହିଳା ଅଧିକାରୀ ଭାବେ ସେହି ସ୍ଥାନରେ ପହଞ୍ଚତ୍ବାରେ ଇତିହାସ ରଚିଥିଲେ। ଫଳରେ ସେ ହିଣ୍ଡନ୍‌ ଏୟାର ଫୋର୍ସ ଷ୍ଟେଶନର ଚେତକ ହେଲିକପ୍ଟର ୟୁନିଟ୍‌ରେ ଫ୍ଲାଇଟ୍‌ କମାଣ୍ଡର ଭାବେ କାର୍ଯ୍ୟ ଆରମ୍ଭ କରି ଆଇଏଏଫ୍‌ର ପ୍ରଥମ ମହିଳା ଫ୍ଲାଇଂ ଇନ୍‌ଷ୍ଟ୍ରକ୍ଟର ହୋଇଥିଲେ।
୧୮ ଡିସେମ୍ବର ୨୦୧୮ରେ ପର୍ମାନେଣ୍ଟ କମିଶନ ମର୍ଯ୍ୟାଦା ପାଇଥିବା ଶାଲିଜାଙ୍କ ଯାତ୍ରା ଏବେ ଓ୍ବେଷ୍ଟର୍ନ ସେକ୍ଟରର ଛାମୁଆ ଯୁଦ୍ଧ ୟୁନିଟ୍‌ର ନେତୃତ୍ୱ ନେବା ଯାଏ ପହଞ୍ଚତ୍ଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ୪୧ ବର୍ଷୀୟା ଏହି ମହିଳା ନିଜ କ୍ୟାରିୟରରେ ଘଟିଥିବା ଉତ୍ଥାନ ଲାଗି ସ୍ବାମୀ ବିନୀତ ଜୋଷୀଙ୍କୁ ଶ୍ରେୟ ଦେଇଥାଆନ୍ତି। ବିନୀତ ଆଇଏଏଫ୍‌ର ଜଣେ ଦକ୍ଷ ହେଲିକପ୍ଟର ପାଇଲଟ। ଦୁଇ ପୁଅର ଜନନୀ ଶାଲିଜା କହନ୍ତି, ସ୍ବାମୀଙ୍କ ବୃତ୍ତି ସହ ତାଙ୍କ ବୃତ୍ତି ସମାନ। ସ୍ବାମୀ ବରିଷ୍ଠ ଅଧିକାରୀ ଓ ତାଙ୍କଠାରୁ ଅଧିକ ଦିନ ଦେଶ ପାଇଁ ସେବା କରିବାର ସୁଯୋଗ ପାଇସାରିଲେଣି। ଉଭୟ କାର୍ଯ୍ୟବ୍ୟସ୍ତ ରହିଥାଆନ୍ତି। ସେ ଯେତେବେଳେ ଘରେ ନ ଥାଆନ୍ତି, ତାଙ୍କ କାମ ସ୍ବାମୀ କରିଥାଆନ୍ତି ଓ ସ୍ବାମୀଙ୍କ ଅନୁପସ୍ଥିତିରେ ସେ ଦାୟିତ୍ୱ ତୁଲାଇଥାଆନ୍ତି। ଅଦ୍ୟାବଧି ପରିବାର ଓ କାର୍ଯ୍ୟକ୍ଷେତ୍ର ମଧ୍ୟରେ ସମତୁଲତା ବଜାୟ ରଖିଛନ୍ତି ବୋଲି ଶାଲିଜା କହିଛନ୍ତି। ଯେତେବେଳେ ଅତି ଜରୁରୀ କାର୍ଯ୍ୟରେ ଯୋଗ ଦେବା ଲାଗି ଦୂରକୁ ଚାଲିଯାଇଥାଆନ୍ତି, ସେତେବେଳେ ସ୍ବାମୀଙ୍କ ଅଭୟବାଣୀ- ‘ତୁମେ ଯାଅ, ସବୁ କିଛି ଠିକ୍‌ ହୋଇଯିବ’ ଶୁଣିବା ପରେ ସେ ଆଶ୍ୱସ୍ତ ହୋଇଥାଆନ୍ତି ବୋଲି କହିଥାଆନ୍ତି। ଏତିକି ସହଯୋଗ ସ୍ବାମୀଙ୍କଠାରୁ ନ ପାଇଥିଲେ ସେ ଆଜି ଯେଉଁଠାରେ ପହଞ୍ଚିଛନ୍ତି, ହୁଏତ ତାହା ସମ୍ଭବ ହୋଇ ନ ଥାଆନ୍ତା ବୋଲି ଶାଲିଜା କହିଛନ୍ତି। ଆକାଶରେ ଉଡ଼ୁଥିବା ଏହି ପକ୍ଷୀଯୁଗଳ ଘରବାହୁଡ଼ିଲେ ପିଲାମାନଙ୍କ ସହିତ ସମୟ କଟାଇବା ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇପାରିଛନ୍ତି।

 

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?