ଏଇ ଭାରତରେ

ପ୍ଲାଷ୍ଟିକ୍‌ ବୋତଲରେ ଘର ନିର୍ମାଣ କରି ପରିବେଶ ପ୍ରଦୂଷଣ ରୋକିବାରେ ଅଭିନବ ଉପାୟ ଆପଣାଇଛନ୍ତି ଓରଙ୍ଗାବାଦ୍‌ର ନମିତା କାପାଡେ ଏବଂ କଲ୍ୟାଣୀ ଭାରମ୍ବେ। ଘରକାନ୍ଥ ନିର୍ମାଣ କରିବାରେ ୧୬,୦୦୦ ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର କରାଯାଇଛି। ନମିତା ଆର୍ଟ ଆଣ୍ଡ୍‌ ଡିଜାଇନ ଓ କଲ୍ୟାଣୀ ଫାଇନ୍‌ ଆର୍ଟରେ ଡିଗ୍ରୀ ହାସଲ କରିଛନ୍ତି। ବୋତଲରେ ମାଟି ଭର୍ତ୍ତିକରି ପ୍ଲାଷ୍ଟିକ୍‌ ଇଟା ନିର୍ମାଣ କରାଯାଇଛି। ଓରଙ୍ଗାବାଦ୍‌ର ସରକାରୀ ଇଞ୍ଜିନିୟରିଂ କଲେଜରେ ସେ ଇଟା ପରୀକ୍ଷା କରାଯିବା ପରେ ଏହି ଘରେ ବ୍ୟବହାର କରାଯାଇଛି। ଏହିସବୁ ବୋତଲ ସେମାନେ ଓରଙ୍ଗାବାଦ୍‌ର ବର୍ଜ୍ୟ ସଂଗ୍ରହକାରୀ, ହୋଟେଲ ଏବଂ ଗ୍ରୋସେରି ଦୋକାନରୁ ସଂଗ୍ରହ କରୁଛନ୍ତି। ବର୍ଜ୍ୟ ସଂଗ୍ରହ କରୁଥିବାରୁ ନମିତାଙ୍କୁ ଲୋକେ ପ୍ରଥମେ ବୋତଲବାଲି କିମ୍ବା ପ୍ଲାଷ୍ଟିକ୍‌ବାଲି ଡାକୁଥିଲେ। ହେଲେ ସେ ଏହାକୁ ଖାତିର ନ କରି ଏବେ ଯେଉଁ ଘର ନିର୍ମାଣ କରିଛନ୍ତି ତାହାକୁ ଅନ୍ୟମାନେ ପ୍ରଶଂସା କରୁଛନ୍ତି। ସେ ପ୍ଲାଷ୍ଟିକ୍‌ ବୋତଲରେ ନିର୍ମିତ ଇଟାକୁ ଉପରକୁ ଉପର ରଖି ସେଗୁଡ଼ିକୁ ଗୋବର ଓ ମାଟିରେ ଯୋଡ଼େଇ କରୁଛନ୍ତି। ଘରର ଛାତ ବାଉଁଶ ଓ କାଠରେ କରାଯାଇଛି। ଘରଟି ୧୦ ମାସରେ ସମ୍ପୂର୍ଣ୍ଣ ହୋଇଛି। ଏହି ଘର ଲାଗି ଖର୍ଚ୍ଚ ହୋଇଛି ୭ ଲକ୍ଷ ଟଙ୍କା । ଏହି ଦୁଇ ବାନ୍ଧବୀ ଅଧିକ ଘର ନିର୍ମାଣ କରିବା ଯୋଜନା କରିଛନ୍ତି। ନମିତା କହନ୍ତି, ଏହି ଘରେ ଖରାଦିନେ ଏୟାରକଣ୍ଡିଶନର ଆବଶ୍ୟକ ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri