ହାୟରର ନୂତନ କିନୋଚି ୫ଷ୍ଟାର ଏସି

ନୂଆଦିଲ୍ଲୀ,୧୬।୨: ଦେଶର ପ୍ରମୁଖ ହୋମ୍‌ ଆପ୍ଲାଏନ୍ସ ଆଣ୍ଡ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ୍‌ ହାୟରର ନୂତନ ଉତ୍ପାଦ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡର ନ୍ୟୁ କିନୋଚି ୫ ଷ୍ଟାର ହେଭି-ଡ୍ୟୁଟି ପ୍ରୋ ଏୟାର କଣ୍ଡିସନର ସିରିଜ୍‌ର ଶୁଭାରମ୍ଭ କରାଯାଇଛି। ବିଶେଷକରି କିନୋଚି ସିରିଜ୍‌ ସୁପରକୁଲିଂ ଏବଂ ଇଣ୍ଟେଲି ସ୍ମାର୍ଟ ବୈଶିଷ୍ଟ୍ୟ ସହ ହାୟର ସ୍ମାର୍ଟ ଆପ୍‌ ସହିତ ଶକ୍ତିଶାଳୀ କାର୍ଯ୍ୟଦକ୍ଷତା ପ୍ରଦାନ କରିବାକୁ ସଜ୍ଜିତ ରହିଛି। ସେହିଭଳି ହାୟର କିନୋଚି ହେଭି ଡ୍ୟୁଟି ପ୍ରୋ ୫ ଷ୍ଟାର ଏୟାର କଣ୍ଡିସନରର ପ୍ରାରମ୍ଭିକ ମୂଲ୍ୟ ୪୭,୯୯୦ ଟଙ୍କା ରହିଥିବା ଜଣାପଡିଛି। ଏପରିକି ହାୟର୍‌ ଇ-କମର୍ସ ଷ୍ଟୋର ଫ୍ଲିପ୍‌କାର୍ଟ ଏବଂ ଆମାଜନ ଏବଂ ଅନ୍ୟାନ୍ୟ ଖୁଚୁରା ଆଉଟଲେଟରେ ମଧ୍ୟ ଉପଲବ୍ଧ। ଏ ସମ୍ପର୍କରେ ହାୟର ଆପ୍ଲାଏନ୍ସ ଇଣ୍ଡିଆର ସଭାପତି ସତୀଶ ଏନ୍‌ଏସ୍‌ କହିଛନ୍ତି, ଆମେ ଅଭିନବ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଚାଳିତ ଉତ୍ପାଦର ଡିଜାଇନ୍‌ କରିବାରେ ବିଶ୍ୱାସ କରିଥାଉ। ଯାହା ଆମ ଗ୍ରାହକଙ୍କ ଜୀବନକୁ ସରଳ ଏବଂ ସୁବିଧାଜନକ କରିଥାଏ। ବିଶେଷ କରି ଗ୍ରୀଷ୍ମଋତୁରେ ଭାରତର ଅତ୍ୟଧିକ ଗରମ ପରିସ୍ଥିତି ଅନୁଭବ ହୋଇଥାଏ । ଏହାକୁ ଧ୍ୟାନରେ ରଖି ଆମେ କିନୋଚି ୫ ଷ୍ଟାର୍‌ ହେଭି-ଡ୍ୟୁଟି ଏୟାର କଣ୍ଡିସନର ସିରିଜର ନୂତନ ପରିସରକୁ ନିକଟରେ ଉନ୍ମୋଚନ କରିଛୁ। ସେହିଭଳି ହାୟର୍‌ ଆପ୍ଲାଏନ୍ସ ଇଣ୍ଡିଆର ନିର୍ଦ୍ଦେଶକ (ଏୟାର କଣ୍ଡିସନର ବ୍ୟବସାୟ) ଶାଫି ମେହେଟ୍ଟା କହିଛନ୍ତି, କିନୋଚି ୫ ଷ୍ଟାର୍‌ ହେଭି-ଡ୍ୟୁଟି ପ୍ରୋ ଏୟାର କଣ୍ଡିସନର ସିରିଜ୍‌ ହେଉଛି ଗ୍ରାହକଙ୍କ ଫାଇଁ ଉପଯୁକ୍ତ ଏସି। ଫ୍ରଷ୍ଟ ସ୍ବୟଂ ସଫା ଟେକ୍ନୋଲୋଜି- ବାୟୁ ପ୍ରଦୂଷଣର ଆଶଙ୍କାକୁ ଏଡାଇବା ସହିତ ରୋଗର ପ୍ରସାରକୁ ରୋକିଥାଏ ଉଲ୍ଲେଖଯୋଗ୍ୟ, ହୋମ୍‌ ଆପ୍ଲାଏନ୍ସ ଆଣ୍ଡ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ ଭାବେ କମ୍ପାନୀ କ୍ରମାଗତ ୧୪ ବର୍ଷ ଧରି ମେଜର ଆପ୍ଲାଏନ୍ସରେ ନମ୍ବର ୧ ବ୍ରାଣ୍ଡ୍‌ର ସ୍ବୀକୃତି ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

ଆୟୁଷ୍ମାନ୍‌ କାର୍ଡରେ କ୍ୟାନ୍‌ସର ଚିକିତ୍ସା ପାଇଁ ଆଉ ୯୧ ପ୍ୟାକେଜ ସାମିଲ

ଭୁବନେଶ୍ୱର,୬ା୮(ସୁଚିସ୍ମିତା ସାହୁ): ରାଜ୍ୟର କର୍କଟ ରୋଗୀଙ୍କୁ ଅଧିକ ଉନ୍ନତମାନର ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାନ୍‌ସର କେୟାର ଅଭିଯାନ ଅଧୀନରେ…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୬।୮(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରଠାରୁ ୩ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଓଡ଼ିଶା ଫୁଡ୍‌ ପ୍ରୋସେସିଂ -୨୦୨୬ ଆଣ୍ଡ ଇନ୍‌ଭେଷ୍ଟର ରୋଡ୍‌ ଶୋ କାର୍ଯ୍ୟକ୍ରମରେ…

ଧାରଣାରତ ମହିଳାଙ୍କୁ ପୋଲିସ ଭ୍ୟାନ୍‌ରେ ପୂରାଇ ଭଙ୍ଗାଗଲା ଘର

ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକ ତବଲବାଞ୍ଜି ଗଁାରେ ବୁଧବାର ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଯୁକ୍ତ କ୍ଷତିପୂରଣ ଏବଂ ଉଚିତ ଥଇଥାନ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri