ଜଣେ ଗରିବ ମା’ର ଦିବ୍ୟାଙ୍ଗ ପିଲାଟିି ଅନିଲ ଜୋଶେଫଙ୍କୁ ପ୍ରଭାବିତ କରିଥିଲା। ପରେ ସେ ଗରିବ ଓ ଅସହାୟ ଦିବ୍ୟାଙ୍ଗ ପିଲାମାନଙ୍କ ସାହାରା ପାଲଟିଗଲେ। ସମୟକ୍ରମେ ଅନିଲ ଏକ ଆଶ୍ରୟସ୍ଥଳୀ ନିର୍ମାଣ କରି ସେଠାରେ ୭୫ ଜଣ ଦିବ୍ୟାଙ୍ଗ ଶିଶୁଙ୍କୁ ରଖି ସେମାନଙ୍କ ଲାଳନପାଳନ କରୁଛନ୍ତି। ଉକ୍ତ ଆଶ୍ରୟସ୍ଥଳୀର ନାମ ରଖିଛନ୍ତି ‘ଆଶ୍ରମ’। ପିଲାମାନଙ୍କ ଶିକ୍ଷା ଓ ଚିକିତ୍ସା ଖର୍ଚ୍ଚ ନିଜେ ହିଁ ବହନ କରୁଛନ୍ତି। ଏହି କାର୍ଯ୍ୟ କରିବା ଲାଗି ସେ ୨୦୦୨ରେ ସ୍ପେଶାଲ ଏଜୁକେଶନରେ ଡିପ୍ଲୋମା କରିବା ପରେ ‘ଦେବା ଇଣ୍ଟରନ୍ୟାଶନାଲ ସୋସାଇଟି’ ଗଠନ କରି ସେଠାରେ ବିଶେଷ ଶିକ୍ଷକ ଭାବେ କାମ ଆରମ୍ଭ କରିଥିଲେ। ପ୍ରଥମେ ସେ ଏକ ଭଡ଼ା ଘରେ ଦିବ୍ୟାଙ୍ଗ ଶିଶୁମାନଙ୍କୁ ରଖିଥିଲେ। ପରେ ଏହି ସେବା ସମ୍ବନ୍ଧରେ ଅନ୍ୟମାନେ ଜାଣିବା ପରେ ସହଯୋଗର ହାତ ବଢ଼ାଇଲେ। ଫଳରେ ଜଣକ ପରେ ଜଣେ ଦିବ୍ୟାଙ୍ଗ ପିଲା ତାଙ୍କ ପାଖକୁ ଆସିବାକୁ ଲାଗିଲେ। ଯେଉଁ ଗରିବ ପରିବାର ଦିବ୍ୟାଙ୍ଗ ପିଲାଙ୍କୁ ବୋଝ ଭାବି ଅନ୍ୟତ୍ର ଛାଡ଼ିଦେବା ଲାଗି ଚାହଁୁଛନ୍ତି ସେମାନଙ୍କଠାରୁ ସେଭଳି ପିଲାଙ୍କୁ ଆଣି ଅନିଲ ତାଙ୍କ ଆଶ୍ରମରେ ରଖୁଛନ୍ତି। ସେମାନଙ୍କଠାରେ ପରିବର୍ତ୍ତନ ଆସିିବା ପରେ ସେମାନଙ୍କୁ ଭୋକେଶନାଲ ଟ୍ରେନିଂ ବି ଦେଉଛନ୍ତି। ଏବେ ତାଙ୍କ ଆଶ୍ରମରେ ପିଲାମାନଙ୍କ ସେବା ଲାଗି ୧୮ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଡାକ୍ତର, ଫିଜିଓଥେରାପିଷ୍ଟ,ମନସ୍ତତ୍ତ୍ୱବିତ୍ ରହିଛନ୍ତି।
ଏଇ ଭାରତରେ
ଭାରତର ବିଭିନ୍ନ ଅଞ୍ଚଳର ବସ୍ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…
ମହାକାଶ ସାମରିକୀକରଣ
ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍-୧’କୁ ପୃଥିବୀ…
ଦକ୍ଷତା
ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…
ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ
ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…
ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ
ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…
ଅଦେଖା ଆଖି
ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…
ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ
ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…
ଦୟନୀୟ ଶିକ୍ଷା ଅବସ୍ଥା
ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

