ଇସ୍ତଫା ଘୋଷଣା କରି ସମସ୍ତଙ୍କୁ ଚମକାଇଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ୱେଲିଂଟନ,୧୯ ।୧: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ର ଜେସିଣ୍ଡା ଅର୍ଡନ ଏମିତି ଏକ ଘୋଷଣା କରିଛନ୍ତି ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ସେ ତାଙ୍କ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ଗୁରୁବାର ଦଳର ବାର୍ଷିକ କାଁକସ ବୈଠକରେ ଅର୍ଡନ କହିଛନ୍ତି ଏବେ କାମ କରିବାକୁ ଆଉ ଶକ୍ତି ନାହିଁ । ଏବେ ଇସ୍ତଫା ଦେବାର ସମୟ ଆସିଛି । ମୁଁ ଯାଉଛି, କାରଣ ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦାୟିତ୍ୱ ଯୋଡି ହୋଇଥାଏ । ଏହା ଜାଣିବା ଜରୁରୀ କି ଏହି ଦାୟିତ୍ୱ ନେବାକୁ ଆପଣ କେବେ ଠିକ୍ ବ୍ୟକ୍ତି ଓ କେବେ ଠିକ୍ ବ୍ୟକ୍ତି ନୁହେଁ । ମୁଁ ଜାଣିଛି ଏହି କାମ ପାଇଁ କେତେ ପରିଶ୍ରମ କରିବାକୁ ପଡିଥାଏ । ଆଉ ମୁଁ ଜାଣିଛି ଏଥିପାଇଁ ମୋ ପାଖରେ ଆଉ ପର୍ଯ୍ୟାପ୍ତ ଶକ୍ତି ନାହିଁ ।
ପ୍ରଧାନମନ୍ତ୍ରୀ ଭାବେ ଜେସିଣ୍ଡାଙ୍କ କାର୍ଯ୍ୟକାଳ ୭ ଫେବୃୟାରୀ ପରେ ସମାପ୍ତ ହେବ । ସେ କହିଛନ୍ତି ମୁଁ ମଣିଷ, ରାଜନେତା ବି ମଣିଷ ଅଟନ୍ତି । ଯେପର୍ଯ୍ୟନ୍ତ ଆମେ କରିପାରୁ, ଆମେ ସବୁ କରୁ ଯାହା ଆମେ କରିପାରୁ । ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଗ୍ରୀଷ୍ମ ଛୁଟିରେ ବିଚାର କରୁଥିଲି କି ମୋ ପାଖରେ ଭୂମିକାରେ ରହିବାର ଶକ୍ତି ରହିଛି କି, ନିଷ୍କର୍ଷ ବାହାରିଲା ନାହିଁ ମୋ ନିକଟରେ ଶକ୍ତି ନାହିଁ ।
ସୂଚନାଯୋଗ୍ୟ, ୨୦୧୭ରେ ଜେସିଣ୍ଡା ବିଶ୍ୱର ସବୁଠାରୁ କମ ବୟସର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ କୋଭିଡ-୧୯ ମହାମାରୀ ଓ କ୍ରାଇଷ୍ଟୋଚର୍ଚ୍ଚରେ ୨ଟି ମସଜିଦ ଉପରେ ଆତଙ୍କବାଦୀ ଆକ୍ରମଣ ସମେତ ପ୍ରମୁଖ ବିପତ୍ତି ଓ ହ୍ୱାଇଟ ଆଇଲ୍ୟାଣ୍ଡ ଜ୍ୱାଳାମୁଖି ବିସ୍ଫୋରଣ ଭଳି ଘଟଣା ମଧ୍ୟରେ ନ୍ୟୁଜିଲାଣ୍ଡର ନେତୃତ୍ୱ ନେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ପୋଲିସ ଗାଡ଼ି ଅଟକାଇ ଚର୍ଚ୍ଚାରେ ଯୁବତୀ, ଭିଡିଓ ଭାଇରାଲ

ମୁମ୍ବାଇ, ୨୩।୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ମୁମ୍ବାଇର ଦାଦର ନିକଟସ୍ଥ ଶିବାଜୀ ପାର୍କ ନିକଟରୁ ଏକ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri