ଏଇ ଭାରତରେ

ସେବାର ପ୍ରତୀକ ସାଜିଛନ୍ତି ଶିବମ୍‌ ସୋନି। ମଧ୍ୟପ୍ରଦେଶର ଯୁବକ ଶିବମ୍‌ ପ୍ରତିଦିନ ଗରିବ ଲୋକଙ୍କୁ ୧୦ ଟଙ୍କାରେ ଖାଦ୍ୟ ଦେଉଛନ୍ତି। ଏପରି କି ଅନେକ ଦିନ ଧରି ମାଗଣାରେ ବି ଖାଦ୍ୟ ଯୋଗାଉଛନ୍ତି। ଏ ବାବଦରେ ସେ ସବୁ ଖର୍ଚ୍ଚ ନିଜ ରୋଜଗାର ଓ ଅନ୍ୟମାନଙ୍କଠାରୁ ଯୋଗାଡ଼ କରି ଭରଣା କରୁଛନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ଆନନ୍ଦ ମହିନ୍ଦ୍ରା ପ୍ରଶଂସା କରି ସାହାଯ୍ୟ ଯୋଗାଇଦେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ଶିବମ୍‌ ତାଙ୍କ ନିଜ ଜୀବନର ଅନୁଭବକୁ ଆଧାର କରି ଏଭଳି ଖାଦ୍ୟ ଦେବାର ନିଷ୍ପତ୍ତି ନେଇଥିତ୍ଲେ। ତାଙ୍କ ଜୀବନ ବହୁ କଷ୍ଟରେ କଟିଛି। ଅର୍ଥାଭାବରୁ ଇଞ୍ଜିନିୟରିଂ ପଢ଼ା ବନ୍ଦ କରିବା ପରେ ସେ ୨୦୧୮ରେ ଏକ ରେସ୍ତୋରାଁ ଆରମ୍ଭ କରିଥିଲେ। ପରେ ସୋରିଆସିସ୍‌ ରୋଗରେ ପୀଡ଼ିତ ହୋଇ ତାହାକୁ ବନ୍ଦ କରିଦେଲେ ଓ ଋଣ ଶୁଝିବାରେ ସବୁ ହରାଇ ଇନ୍ଦୋର ଚାଲିଯାଇଥିଲେ। ସେଠାରେ ଷ୍ଟେଶନରେ ଶୋଉଥିଲେ ଓ ଲଙ୍ଗରରେ ଖାଉଥିଲେ। ଏପରି କି ବହୁ ସମୟ ଖାଲିପେଟରେ ରହୁଥିଲେ। ସେହି ସମୟରେ ହିଁ ଜଣେ ଭୋକିଲାର ଭୋକଜ୍ୱଳାକୁ ଅନୁଭବ କରିଥିଲେ ଓ ଅନ୍ୟମାନଙ୍କୁ ଖାଦ୍ୟ ଦେବା ଲାଗି ସିକ୍ୟୁରିଟି ଗାର୍ଡ ଚାକିରି ଆରମ୍ଭ କଲେ। ସେହି ରୋଜଗାରରେ ଅସହାୟଙ୍କୁ ଖାଇବାକୁ ଦେବା ଆରମ୍ଭ କରିଥିଲେ, ଯାହାକୁ ସେ ଏବେ ମଧ୍ୟ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?