Advertisement

ଏଇ ଭାରତରେ

ସମ୍ପ୍ରତି ମୋବାଇଲ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ତେବେ ଏହାର ଅତ୍ୟଧିକ ବ୍ୟବହାର ଯୋଗୁ ପାରିବାରିକ ଜୀବନରେ ଝଡ଼ ସୃଷ୍ଟିହୋଇ ସ୍ବାମୀ ଓ ସ୍ତ୍ରୀଙ୍କ ଝଗଡ଼ା ଶେଷରେ ପୋଲିସ ଷ୍ଟେଶନରେ ପହଞ୍ଚତ୍ଛି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶର କୁଶାନଗରରେ ଘଟିଛି। ନେବୁଆ ନୌରଙ୍ଗିଆ ଅଞ୍ଚଳରେ ସ୍ତ୍ରୀ ମୋବାଇଲରେ ସବୁବେଳେ ବ୍ୟସ୍ତ ରହି ଘରକାମ ଓ ପୁଅର ପାଠପଢ଼ାକୁ ଅଣଦେଖା କରୁଥିଲେ। ଶେଷରେ ସ୍ବାମୀଙ୍କର ସହିବା ସୀମା ଟପିଯାଇଥିଲା। ସେ ସ୍ତ୍ରୀଙ୍କଠାରୁ ମୋବାଇଲ ଛଡ଼ାଇ ଆଣିଥିଲେ। ଫଳରେ କ୍ରୋଧ ବଶତଃ ସ୍ତ୍ରୀ ରାତିରେ ପୁଅକୁ ନେଇ ଘରୁ ବାହାରି ଯାଇଥିଲେ। ସ୍ବାମୀ ସେମାନଙ୍କୁ ଖୋଜିବା ପାଇଁ ବାହାରିଥିଲେ। ରାସ୍ତାରେ ସ୍ତ୍ରୀଙ୍କ ସହିତ ତାଙ୍କର ଦେଖାହେବା ପରେ ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା। ଶେଷରେ ସେମାନେ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ସ୍ତ୍ରୀ ମୋବାଇଲ ନ ମିଳିଲେ ଘରକୁ ଫେରିବେ ନାହିଁ ବୋଲି କହିଥିଲେ। ପୋଲିସ ଉଭୟଙ୍କୁ ବୁଝାଶୁଝା କରି ଘରକୁ ପଠାଇଥିଲେ। ସେମାନେ ନୂଆ ଭାବେ ଜୀବନ ଆରମ୍ଭ କରିବେ ବୋଲି ଥାନାରେ ଶପଥ ନେଇ ଘରକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପରବର୍ତ୍ତୀ ସମସ୍ୟା

ଡା. ସତ୍ୟସ୍ବରୂପ ପଟ୍ଟନାୟକ   କରୋନାରୁ ସୁସ୍ଥ ହେଉଥିବା କିଛି ବ୍ୟକ୍ତିଙ୍କଠାରେ ଜଟିଳତା ପ୍ରକାଶ ପାଉଛି। ଅନେକ ଜୀବନ ମଧ୍ୟ ଯାଉଛି। ଆଗକୁ ମୃତ୍ୟୁହାର ମଧ୍ୟ...

ଦୃଷ୍ଟି ଓ ଦୃଷ୍ଟିଭଙ୍ଗୀ

ଘାସିରାମ ପଣ୍ଡା ଚଉସ୍ତରି ମସିହା ପୂର୍ବରୁ ଆମ ଗାଁରେ ବିଦ୍ୟାଳୟ ନ ଥିଲା। ଗାଁ ଲୋକଙ୍କ ପ୍ରୟାସରେ ଝାଟିମାଟିର ଘର କରି ଚାଳିଆରେ ବିଦ୍ୟାଳୟ ଆରମ୍ଭ...

ସମ୍ପାଦକୀୟ/ଭାବିଚିନ୍ତି

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ୨୪ ଅକ୍ଟୋବରରେ ପ୍ରକାଶ ପାଇବା ପରେ ଇତିମଧ୍ୟରେ ୧୮ ଦିନ ଅତିକ୍ରମ କରିସାରିଲାଣି। ଏପରି କି ଗତ ବିଧାନସଭାର କାର୍ଯ୍ୟକାଳ...

ପାଠ୍ୟକ୍ରମ ସଜାଡ଼ିବା

ଡ. ମନୋରଞ୍ଜନ ପ୍ରଧାନ ପ୍ରାଚୀନ ଜ୍ଞାନ ସହ ଆଧୁନିକ ବିଜ୍ଞାନ, ଦର୍ଶନ ସହ ପ୍ରଯୁକ୍ତିବିଦ୍ୟା ଓ ସ୍ବାବଲମ୍ବନଶୀଳତା ସହ ଆତ୍ମଜ୍ଞାନ ପ୍ରାପ୍ତିର ସମସ୍ତ ଶୈକ୍ଷିକ ବ୍ୟବସ୍ଥା...

ଏଇ ଭାରତରେ

କୋଭିଡ୍‌ ମହାମାରୀରେ ଜୀବନ ସଙ୍କଟରେ ପଡିଯାଇଛି। ବିଶେଷକରି ପିଲାମାନେ ପାଠପଢାରେ ସମସ୍ୟାର ସମ୍ମୁୁଖୀନ ହୋଇଛନ୍ତି। ଅନ୍‌ଲାଇନ୍‌ରେ ପଢୁଥିଲେ ବି କେବେ ସେମାନେ ସ୍କୁଲକୁ ଯିବେ ତାହା...

ମାଗଣା ଯୋଜନା ଓ ମିଛ ହିତାଧିକାରୀ

ଷ୍ଟାଲିନ ମିଶ୍ର ବ୍ରିଟିଶ ଶାସନ ସମୟର କଥା। ରାଜ୍ୟରେ ଭୟଙ୍କର ନଅଙ୍କ ଦୁର୍ଭିକ୍ଷ ପଡ଼ିଥାଏ। ଭୋକ ଦାଉ ସହି ନ ପାରି ଲକ୍ଷ ଲକ୍ଷ ଓଡ଼ିଆ...

ଯେତିକି ବୃଦ୍ଧି କରିଥିଲ ସେତିକି ହ୍ରାସ କର

ଡ. ସନ୍ତୋଷ କୁମାର ମହାପାତ୍ର ପ୍ରଥମେ ଜନ ବିରୋଧୀ ନୀତି ପ୍ରଣୟନ କର, ଇନ୍ଧନ ଟିକସ ବୃଦ୍ଧି କରି ଲୋକଙ୍କ ଜୀବନକୁ ଦୁର୍ବିଷହ କର। ଅତ୍ୟାବଶ୍ୟକ...

ସେନା ଦାନା ଖାଉଛନ୍ତି

ବର୍ତ୍ତମାନର କେନ୍ଦ୍ର ସରକାର ଜାତୀୟ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ବଡ଼ ପାଟିରେ କହୁଛନ୍ତି। ବଜେଟ ୨୦୨୦-୨୧ରେ ପ୍ରଯତ୍ନଶୀଳ ସମାଜ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେଥିରେ...

Advertisement
Archives

Model This Week