ଯୁଦ୍ଧରେ ଅର୍ଥନୀତି ପ୍ରଭାବିତ

ବ୍ୟାଙ୍କକ୍‌,୨୦।୧୧: ୟୁକ୍ରେନ୍‌ ଉପରେ ରୁଷିଆ ଚଳାଇଥିବା ଯୁଦ୍ଧର ପରିସମାପ୍ତି ଲାଗି ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ନେତାମାନେ ଆହ୍ବାନ ଦେଇଛନ୍ତି। କ୍ଷେତ୍ରୀୟ ଅର୍ଥନୀତିକୁ ଦୀର୍ଘମିଆଦୀ ଅଭିବୃଦ୍ଧି ଦିଗରେ ଆଗେଇ ନେବା ଲାଗି ଶନିବାର ଏସିଆ-ପାସିଫିକ୍‌ ଇକୋନୋମିକ୍‌ କୋଅପରେଶନ ସମିଟ୍‌ ଶେଷ ଦିନରେ ୨୧ ସଦସ୍ୟ ରାଷ୍ଟ୍ରର ନେତାମାନେ ପ୍ରତିଜ୍ଞା କରିଥିଲେ। ରୁଷିଆ ଏବଂ ଚାଇନା ଏପିଇସି ସଦସ୍ୟ ରାଷ୍ଟ୍ର ହୋଇଥିବାବେଳେ ମସ୍କୋକୁ ସମାଲୋଚନାରୁ ବେଜିଂ ଦୂରେଇ ରହିଥିଲା। ଶେଷରେ ଏପିଇସି ନେତାଙ୍କ ଦ୍ୱାରା ଜାରି ଘୋଷଣାନାମାରେ ଯୁଦ୍ଧକୁ ନେଇ ଭିନ୍ନ ମତାମତ ପ୍ରକାଶ ପାଇଥିବା ସ୍ବୀକାର କରାଯାଇଛି। ଏହି ଫୋରମ୍‌ ମୁଖ୍ୟତଃ ବାଣିଜ୍ୟ ଓ ଆର୍ଥିକ ସମ୍ପର୍କ ବୃଦ୍ଧି ଉଦ୍ଦେଶ୍ୟରେ କରାଯାଇଛି। ଏହା ବିବାଦ ସମାଧାନ କରିବା ମଞ୍ଚ ନୁହେଁ ବୋଲି ଘୋଷଣାନାମାରେ କୁହାଯାଇଛି। ତେବେ ବିଶ୍ୱ ଅର୍ଥନୀତି ଉପରେ ଯୁଦ୍ଧ ଓ ଅନ୍ୟାନ୍ୟ ସୁରକ୍ଷା ପ୍ରସଙ୍ଗ ଗୁରୁତର ପ୍ରଭାବ ପକାଉଥିବା କଥାକୁ ସ୍ବୀକାର କରାଯାଇଛି।

ଏସିଆ-ପ୍ରଶାନ୍ତ ମହାସାଗରୀୟ ସହଯୋଗ ମଞ୍ଚର ଅଧିକାଂଶ ସଦସ୍ୟ ରୁଷିଆ ଯୁଦ୍ଧକୁ ନିନ୍ଦା କରିଥିଲେ। ଏହା ମାନବୀୟ ଯନ୍ତ୍ରଣା ବଢ଼ାଇବା ସହ ମୁଦ୍ରାସ୍ଫୀତି ବୃଦ୍ଧି କରିଛି। ଯୁଦ୍ଧ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ଦେଖାଦେବା ସହ ଖାଦ୍ୟ ଅସୁରକ୍ଷା ଓ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥିବା ସେମାନେ କହିଛନ୍ତି। ଇଣ୍ଡୋନେସିଆର ବାଲିଠାରେ ଶେଷ ହୋଇଥିବା ଜି୨୦ ସମିଟ୍‌ରେ ମଧ୍ୟ ୟୁକ୍ରେନ୍‌-ରୁଷିଆ ଯୁଦ୍ଧକୁ ନିନ୍ଦା କରାଯାଇଥିଲା।

ଏପିଇସି ଚୂଡ଼ାନ୍ତ ବୈଠକ ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରଖିବାକୁ ଉଭୟ ନେତା ଆହ୍ବାନ ଦେଇଥିଲେ। ତାଇଓ୍ବାନ୍‌ ପ୍ରସଙ୍ଗରେ ଆମେରିକା ମୁଣ୍ଡ ନ ଖେଳାଇବାକୁ ପୂର୍ବରୁ ଜିନ୍‌ପିଙ୍ଗ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ କହିଥିଲେ। ତାଇଓ୍ବାନକୁ ନେଇ ଦୁଇ ଦେଶର ବାଣିଜ୍ୟ, ପ୍ରଯୁକ୍ତି ପ୍ରଭାବିତ ହୋଇଥିବାବେଳେ ପୁଣିଥରେ ସମ୍ପର୍କ ବଢ଼ାଇବାକୁ ଉଦ୍ୟମ ହୋଇଛି।

ଆୟୋଜନକାରୀ ରାଷ୍ଟ୍ର ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ପ୍ରୟୁଥ୍‌ ଚାନୋଚା ଶନିବାର ସମିଟ୍‌ ଉଦ୍‌ଘାଟନ କରି ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମୁକ୍ତ ବାଣିଜ୍ୟ ବଢ଼ାଇବା ଲାଗି ଏପିଇସି ଏଜେଣ୍ଡାକୁ ଆଗେଇ ନେବା ନିମନ୍ତେ ନେତାମାନଙ୍କୁ ଅନୁରୋଧ କରିଥିଲେ। ଏହି ଯୋଜନାକୁ କାର୍ଯ୍ୟରେ ପରିଣତ କରିବା ଉପରେ ପ୍ରାଧାନ୍ୟ ଦେବାକୁ ହେବ ବୋଲି ସେ କହିଥିଲେ। ଏପିଇସି ଆନୁଷ୍ଠାନିକ କାର୍ଯ୍ୟସୂଚୀରେ ସୁରକ୍ଷା ପ୍ରସଙ୍ଗ ନ ଥିଲେ ମଧ୍ୟ ଉତ୍ତର କୋରିଆର ଘନଘନ ମିଶାଇଲ ପରୀକ୍ଷା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ଓ ସଦସ୍ୟ ରାଷ୍ଟ୍ରର ନେତାମାନେ ଚିନ୍ତାବ୍ୟକ୍ତ କରିଥିଲେ। ଶୁକ୍ରବାର କମଲା ହାରିସ୍‌ ଅଷ୍ଟ୍ରେଲିଆ, କାନାଡ଼ା, ଜାପାନ, ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ କୋରିଆ ନେତାମାନଙ୍କୁ ଅଲଗା ଅଲଗା ଭେଟି ଉତ୍ତରକୋରିଆର କ୍ଷେପଣାସ୍ତ୍ର ପରୀକ୍ଷା ବିରୋଧରେ ସ୍ବର ଉଠାଇବାକୁ ପ୍ରବର୍ତ୍ତାଇଥିଲେ। ଅନ୍ୟ ଏପିଇସି ସଦସ୍ୟ ରାଷ୍ଟ୍ର ହେଲେ ବ୍ରୁନେଇ, ଚାଲି, ହଂକଂ, ଇଣ୍ଡୋନେସିଆ, ମାଲେସିଆ, ମେକ୍ସିକୋ, ପାପୁଆ ନ୍ୟୁଗିନି, ପେରୁ, ଫିଲିପାଇନ୍ସ, ସିଙ୍ଗାପୁର, ତାଇଓ୍ବାନ ଏବଂ ଭିଏଟ୍‌ନାମ। ଆସନ୍ତା ବର୍ଷ ଆମେରିକା ପକ୍ଷରୁ ସାନ୍‌ ଫ୍ରାନ୍ସିସ୍କୋରେ ଏପିଇସି ସମିଟ୍‌ର ଆୟୋଜନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri