ଏଇ ଭାରତରେ

ବର୍ଜ୍ୟ ପରିଚାଳନା ଆରମ୍ଭ ହେବ ଘରୁ, ଏ ବାଟ ବତାଇଛନ୍ତି ଇଣ୍ଡଷ୍ଟ୍ରିଆଲ ଡିଜାଇନର ତଥା ସୋସିଆଲ ଏଣ୍ଟର୍‌ପ୍ରିନ୍ୟୁୟର୍‌ ପୁନମ୍‌ ବୀର କସ୍ତୁରୀ। ସେ ଏକ ନୂଆ କମ୍ପୋଷ୍ଟର୍‌ ନିର୍ମାଣ କରିଛନ୍ତି। ଏଥିରେ ଘରର ସବୁ ବର୍ଜ୍ୟକୁ ଖତ କରାଯାଇପାରୁଛି ବିନା ଦୁର୍ଗନ୍ଧରେ। କମ୍‌ ଓଜନ ବିଶିଷ୍ଟ ଏହି କମ୍ପୋଷ୍ଟର୍‌କୁ ରଖାଯାଉଥିବା ସ୍ଥାନ ମଧ୍ୟ ଅପରିଷ୍କାର ହେଉନାହିଁ। ଏହା ରିସାଇକ୍ଲିଂଯୋଗ୍ୟ ୟୁଭି ପ୍ଲାଷ୍ଟିକରେ ନିର୍ମିତ। ଏହାର ନାମ ରଖିଛନ୍ତି ଟେରାବାଇଟ୍‌ ହୋମ୍‌ କମ୍ପୋଷ୍ଟର। ଏହାକୁ ବାଲ୍‌କୋନି କିମ୍ବା ଝରକା ପାଖରେ ରଖାଯାଇପାରିବ। ଏଥିରେ ୩୦ ଦିନ ମଧ୍ୟରେ ଖତ ପ୍ରସ୍ତୁତ ହୋଇପାରୁଛି। ଦିନକୁ ଏଥିରେ ୨ କେଜି ବର୍ଜ୍ୟ ଧାରଣ କରିବାର କ୍ଷମତା ରହିଛି। ଏହାର ଦାମ୍‌ ରଖିଛନ୍ତି ୧୯,୯୯୯ ଟଙ୍କା। ପୁନମ୍‌ ପରିବେଶ ଉପଯୋଗୀ ‘ଡେଲି ଡମ୍ପ୍‌’ ଅନ୍‌ଲାଇନ ଷ୍ଟୋର୍‌ ପ୍ରତିଷ୍ଠା କରି କମ୍ପୋଷ୍ଟର ନିର୍ମାଣ କରିବା ସହ ଲୋକଙ୍କୁ ଯୋଗାଉଛନ୍ତି। ସେ ନିଜକୁ କମ୍ପୋଷ୍ଟଓ୍ବାଲି ବୋଲି ପରିଚୟ ଦିଅନ୍ତି। ୨୦୦୬ରୁ ବିଭିନ୍ନ ପ୍ରକାର କମ୍ପୋଷ୍ଟିଂ ଉପତ୍ାଦ ଉପରେ ପରୀକ୍ଷା କରିଆସୁଛନ୍ତି। ଏବେ ତାଙ୍କ ପାଖରେ ଗୋବଲ କମ୍ପୋଷ୍ଟ କିଟ୍‌, ରଙ୍ଗୋଲି ଫ୍ଲାଓ୍ବାର କମ୍ପୋଷ୍ଟର, ଲିଫ୍‌ କମ୍ପୋଷ୍ଟ ଆଦି ଉପଲବ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri