ଏଇ ଭାରତରେ

ମହାରାଷ୍ଟ୍ର ପିପଲ ଗାଁର ହରିଶ ଶାହା ଏବେ ୨୦୦୦ ପକ୍ଷୀ ଏକାବେଳକେ ଖାଇବା ଭଳି ସବୁଠୁ ବଡ଼ ବାର୍ଡ ଫିଡର ନିର୍ମାଣ କରିଛନ୍ତି। ସେ ପ୍ରଥମେ ଜଣେ ଗହଣା ଦୋକାନୀଙ୍କ ପ୍ରେରଣାରେ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଆରମ୍ଭ କରିଥିଲେ। ହରିଶ ଏକ ଗହଣା ଦୋକାନରେ ଚାକିରି କରିଥିଲେ। ଦୋକାନ ମାଲିକ ପ୍ରତିଦିନ ଗୋଶାଳାରେ ଗୋରୁଙ୍କୁ ଖାଇବାକୁ ଦେବା ଲାଗି ୩୦ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ। ହରିଶ ୨୦୧୪ରେ ଧାତୁ ନିର୍ମିତ ବାର୍ଡ ଫିଡର ତିଆରି କରି ପକ୍ଷୀଙ୍କୁ ଖାଇବାକୁ ଦେବା ଆରମ୍ଭ କରିଥିଲେ। ପ୍ରଥମେ ୧କେ.ଜି. ଦାନା ରହିବା ଭଳି ଏବଂ ୪ରୁ ୫ଟି ପକ୍ଷୀ ବସି ଆରାମରେ ଖାଇପାରୁଥିବା ପ୍ରାୟ ୧୦୦ ଫିଡର ତାଙ୍କ ଗାଁର ବିଭିନ୍ନ ସ୍ଥାନରେ ରଖିଥିଲେ। ପରେ ପକ୍ଷୀ ସଂଖ୍ୟା ବଢିବା ଦ୍ୱାରା ୨୦୦୦ ପକ୍ଷୀ ଖାଇବା ଭଳି ୭୦୦ କେ.ଜି. ଓଜନର ସବୁଠୁ ବଡ଼ ବାର୍ଡ ଫିଡର ନିର୍ମାଣ କରଛନ୍ତି। ଏହା ଗୀନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ଏହାକୁ ନିର୍ମାଣ କରିବା ଲାଗି ହରିଶ ୩ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ କରିଛନ୍ତି। ଏହି ବାର୍ଡ ଫିଡର୍‌ର ଦାନା ଖର୍ଚ୍ଚ ହରିଶ ବହନ କରୁଛନ୍ତି। ସପ୍ତାହରେ ସେ ୨୫୦ରୁ ୩୦୦ କିିଲୋ ଦାନା କିଣୁଛନ୍ତି। ପ୍ରତିଦିନ ଉକ୍ତ ଫିଡରକୁ ଦାନା ଖାଇବାକୁ ୨୦୦ରୁ ୨୫୦ ପକ୍ଷୀ ବିଭିନ୍ନ ସ୍ଥାନରୁ ଆସୁଛନ୍ତି। କେବଳ ଏତିକି ନୁହେଁ ହରିଶ ଛୋଟ ଛୋଟ ଫିଡର ନିର୍ମାଣ କରି ଶସ୍ତାରେ ଲୋକମାନଙ୍କୁ ବିକ୍ରି କରିବା ସହ ପକ୍ଷୀଙ୍କୁ ଖାଇବାକୁ ଦେବା ଲାଗି ସେମାନଙ୍କୁ ଉତ୍ସାହିତ କରୁଛନ୍ତି। ତାଙ୍କ ଗାଁ ଓ ଆଖପାଖରେ ଲାଗିଥିବା ଫିଡରରେ ପକ୍ଷୀମାନେ ଖାଇବା ଫଳରେ ସେମାନେ ଆଉ ଫସଲ ନଷ୍ଟ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ଯଦି ଯୋଗ୍ୟ…

ଆମ ଭାରତୀୟ ସମାଜ ଜୀବନରେ ବହୁ ଅଜବ ଜୀବନଶୈଳୀ ଦୃଷ୍ଟିଗୋଚରକୁ ଆସେ। ଏଇ ଯେମିତି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବରିଷ୍ଠ ନାଗରିକମାନେ ତାଙ୍କ ଜୀବନ...

ମାଙ୍କଡ଼ଚିତ୍‌ ନେତା, ହତବାକ ଜନତା

ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ସମଗ୍ର ବିଶ୍ୱରେ ନିଜର ସ୍ୱାତନ୍ତ୍ର୍ୟ ସ୍ଥାପନ କରିଛି। ରାମ ରାଜ୍ୟର ପରିକଳ୍ପନା ତଥା ସାମ୍ୟବାଦର ପ୍ରତିଷ୍ଠା ପାଇଁ ରାଜତନ୍ତ୍ରର...

ସହର ସୁରକ୍ଷାରେ ଏଆଇ

ପ୍ରାୟ ୪.୪ ବିଲିୟନ ଲୋକ ରହୁଥିବା ସହରଗୁଡ଼ିକ ବିନାଶକାରୀ ଜଳବାୟୁଜନିତ ଘଟଣାର ସାମ୍ନା କରୁଛନ୍ତି ଓ ଅତ୍ୟଧିକ ବିପଦରେ ରହିଛନ୍ତି। ସମୁଦ୍ର ପତ୍ତନ ବୃଦ୍ଧି ଏବଂ...

ଏଇ ଭାରତରେ

ସ୍ୱାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ଏହି ବୟସରେ ସେମାନେ ପଶ୍ଚିମବଙ୍ଗ ସୁନ୍ଦରବନର ଦୁର୍ଗମ ଅଞ୍ଚଳରେ ଲୋକମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ମହମ୍ମଦ...

ଏଇ ଭାରତରେ

ଶିକ୍ଷକ ଚାକିରି ଛାଡ଼ି ରସିକ ନାକୌମ ବିନା ମାଟିରେ ଅର୍ଥାତ୍‌ କେବଳ ପାଣିରେ (ହାଇଡ୍ରୋପୋନିକ) ପଦ୍ଧତିରେ ଚାଷ କରୁଛନ୍ତି। କେବଳ ଏତିକି ନୁହେଁ, ରସିକ ଗତ...

ଜଙ୍ଗଲ ନିଆଁ ଓ ବନ୍ୟପ୍ରାଣୀ ସଂରକ୍ଷଣ

ତ୍ରିଲୋଚନ ସାହୁ   ରାଜ୍ୟରେ ଏବେ ଗ୍ରୀଷ୍ମ ଲହର। ଜନଜୀବନ ଅସ୍ତବ୍ୟସ୍ତ। ଆସନ୍ତାବର୍ଷ ଅଥବା ଆଉ ଦୁଇ ଚାରି ବର୍ଷ ପରେ ତାପମାତ୍ରା ୫୦ ଡିଗ୍ରୀରେ...

ଆମରି ନାଆରେ ଆମେ ନାଉରି

ଅଜୟ ବେହୁରା   ଶୀର୍ଷକଟିକୁ ପଢ଼ିଲା ପରେ ପୂର୍ବ ପଦର ଆଭାସ ମନକୁ ଆସୁଥିବ ନିଶ୍ଚୟ। ତାହା ହେଉଛି ‘ଆମେ ଚଳାଉଚୁ ଦେଶ ଆମରି, ଆମରି...

ଆମେରିକାରେ ଗାଜା ପ୍ରତିବାଦକାରୀ

ଇଆନ୍‌ ବୁରୁମା   ପାଲେଷ୍ଟିନୀୟମାନେ ସେମାନଙ୍କ ଭୂମିରେ ସ୍ବାଧୀନ ଭାବେ ବଞ୍ଚିବା ଲାଗି ଏକ ମୁକ୍ତ ପାଲେଷ୍ଟାଇନ୍‌ ଦାବି କରୁଛନ୍ତି ଆମେରିକାର କଲେଜ ପ୍ରତିବାଦକାରୀମାନେ। ଦେଶର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri