ଏଇ ଭାରତରେ

ମହାରାଷ୍ଟ୍ର ପିପଲ ଗାଁର ହରିଶ ଶାହା ଏବେ ୨୦୦୦ ପକ୍ଷୀ ଏକାବେଳକେ ଖାଇବା ଭଳି ସବୁଠୁ ବଡ଼ ବାର୍ଡ ଫିଡର ନିର୍ମାଣ କରିଛନ୍ତି। ସେ ପ୍ରଥମେ ଜଣେ ଗହଣା ଦୋକାନୀଙ୍କ ପ୍ରେରଣାରେ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଆରମ୍ଭ କରିଥିଲେ। ହରିଶ ଏକ ଗହଣା ଦୋକାନରେ ଚାକିରି କରିଥିଲେ। ଦୋକାନ ମାଲିକ ପ୍ରତିଦିନ ଗୋଶାଳାରେ ଗୋରୁଙ୍କୁ ଖାଇବାକୁ ଦେବା ଲାଗି ୩୦ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ। ହରିଶ ୨୦୧୪ରେ ଧାତୁ ନିର୍ମିତ ବାର୍ଡ ଫିଡର ତିଆରି କରି ପକ୍ଷୀଙ୍କୁ ଖାଇବାକୁ ଦେବା ଆରମ୍ଭ କରିଥିଲେ। ପ୍ରଥମେ ୧କେ.ଜି. ଦାନା ରହିବା ଭଳି ଏବଂ ୪ରୁ ୫ଟି ପକ୍ଷୀ ବସି ଆରାମରେ ଖାଇପାରୁଥିବା ପ୍ରାୟ ୧୦୦ ଫିଡର ତାଙ୍କ ଗାଁର ବିଭିନ୍ନ ସ୍ଥାନରେ ରଖିଥିଲେ। ପରେ ପକ୍ଷୀ ସଂଖ୍ୟା ବଢିବା ଦ୍ୱାରା ୨୦୦୦ ପକ୍ଷୀ ଖାଇବା ଭଳି ୭୦୦ କେ.ଜି. ଓଜନର ସବୁଠୁ ବଡ଼ ବାର୍ଡ ଫିଡର ନିର୍ମାଣ କରଛନ୍ତି। ଏହା ଗୀନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ଏହାକୁ ନିର୍ମାଣ କରିବା ଲାଗି ହରିଶ ୩ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ କରିଛନ୍ତି। ଏହି ବାର୍ଡ ଫିଡର୍‌ର ଦାନା ଖର୍ଚ୍ଚ ହରିଶ ବହନ କରୁଛନ୍ତି। ସପ୍ତାହରେ ସେ ୨୫୦ରୁ ୩୦୦ କିିଲୋ ଦାନା କିଣୁଛନ୍ତି। ପ୍ରତିଦିନ ଉକ୍ତ ଫିଡରକୁ ଦାନା ଖାଇବାକୁ ୨୦୦ରୁ ୨୫୦ ପକ୍ଷୀ ବିଭିନ୍ନ ସ୍ଥାନରୁ ଆସୁଛନ୍ତି। କେବଳ ଏତିକି ନୁହେଁ ହରିଶ ଛୋଟ ଛୋଟ ଫିଡର ନିର୍ମାଣ କରି ଶସ୍ତାରେ ଲୋକମାନଙ୍କୁ ବିକ୍ରି କରିବା ସହ ପକ୍ଷୀଙ୍କୁ ଖାଇବାକୁ ଦେବା ଲାଗି ସେମାନଙ୍କୁ ଉତ୍ସାହିତ କରୁଛନ୍ତି। ତାଙ୍କ ଗାଁ ଓ ଆଖପାଖରେ ଲାଗିଥିବା ଫିଡରରେ ପକ୍ଷୀମାନେ ଖାଇବା ଫଳରେ ସେମାନେ ଆଉ ଫସଲ ନଷ୍ଟ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?