ଏଇ ଭାରତରେ

ବହୁ ସମୟରେ ସମସ୍ୟା ନୂଆ ବାଟ ଦେଖାଇଥାଏ ଓ ସମ୍ମିଳିତ ପ୍ରୟାସରେ ସଫଳତା ହାସଲ ହୋଇଥାଏ। ଏ ଦୁଇଟିର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଛତିଶଗଡ଼ର କୱାର୍ଦ୍ଧା(କବୀରଧାମ)ରେ । ସ୍ଥାନୀୟ ଲୋକଙ୍କୁ ରାଶନ ଲାଗି ବୁଲି ବୁଲି ୧୨ କିଲୋମିଟର ଯାତ୍ରା କରିବାକୁ ପଡୁଥିଲା ଓ ଏହି ସମସ୍ୟା ଦୂର କରିବା ଲାଗି ସେମାନେ ଏକାଠି ହୋଇ ପାହାଡ଼ କାଟି ରାସ୍ତା ତିଆରି କରିଛନ୍ତି। ଏବେ ନୂଆ ରାସ୍ତା ଯୋଗୁ ଏହି ଦୂରତା ମାତ୍ର ଦୁଇ କିଲୋମିଟରକୁ ଖସି ଆସିଛି । ବିଶେଷ କଥା ହେଉଛି ୪ଟି ଗ୍ରାମର ଗ୍ରାମବାସୀ ମିଳିତ ଭାବେ ୩୦ ଫୁଟ୍‌ ଉଚ୍ଚ ପାହାଡ଼ କାଟି ରାସ୍ତା ନିର୍ମାଣ କରିଛନ୍ତି। ସେମାନେ ଯେଉଁ ପାହାଡ଼କୁ କାଟି ରାସ୍ତା ତିଆରି କରିଛନ୍ତି ତା’ ଆରପାଖେ ବାହପାନି ଗାଁ, ଯେଉଁଠାରେ ରହିଛି ସରକାରୀ ରାଶନ ଦୋକାନ । ତେବେ କାନଖେରା, ଧରାପାନୀ, ମହାରାଣୀ ଟୋଲା ଏବଂ ଥେଙ୍ଗାଟୋଲା ଗ୍ରାମ ଏହାର ନିମ୍ନ ଅଞ୍ଚଳରେ ଅବସ୍ଥିତ। ଏହି ୪ଟି ଗାଁର ଲୋକେ ୧୨ କିଲୋମିଟର ଯାଇ ରାଶନ ଦୋକାନରୁ ଖାଦ୍ୟ ସାମଗ୍ରୀ ମୁଣ୍ଡାଇ ଆଣୁଥିଲେ। ଉକ୍ତ ସମସ୍ୟା ସମାଧାନ ପାଇଁ ଚାରି ଗାଁର ଲୋକମାନେ ଏକ ସଭା କରି କାନଖେରା ଗ୍ରାମକୁ ଲାଗିଥିବା ଡୋଙ୍ଗର ପାହାଡ଼ କାଟି ରାସ୍ତା ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ ଚାରୋଟି ଗାଁର ୭୦ ଜଣ ଗ୍ରାମବାସୀ କାମ ଆରମ୍ଭ କରି ୮ ଦିନର କଠିନ ପରିଶ୍ରମ ପରେ ପର୍ବତ କାଟି ଦୁଇ କିଲୋମିଟର ରାସ୍ତା ନିର୍ମାଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri