ତରଳୁଥିବା ହିମବାହରୁ ମହାମାରୀ ଆଶଙ୍କା

ଓଟ୍ଟାଓ୍ବା,୨୦ା୧୦: କୋଭିଡ୍‌-୧୯ ପରେ ବିଶ୍ୱରେ ପରବର୍ତ୍ତୀ ସଂକ୍ରାମକ ମହାମାରୀ ବାଦୁଡ଼ି କିମ୍ବା ଅନ୍ୟ କୌଣସି ପକ୍ଷୀଠାରୁ ନୁହେଁ, ବରଂ ଗ୍ଲେସିୟର (ହିମବାହ) ତରଳିବାଠୁ ଆସିପାରେ। ଗ୍ଲେସିୟର ମଧ୍ୟରେ ବହୁ ପୁରୁଣା ଭୂତାଣୁ ଲୁଚି ରହିଛନ୍ତି। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ହିମବାହ ତରଳିଲେ ଭୂତାଣୁ ସଂକ୍ରମଣ ଘାତକ ସାଜିପାରେ। କାନାଡାସ୍ଥିତ ଏଲ୍ଲେସ୍‌ମିୟର ଦ୍ୱୀପର ଆର୍କଟିକ୍‌ ହ୍ରଦର ମୃତ୍ତିକା ଓ ପଟୁମାଟିରେ ଥିବା ଡିଏନ୍‌ଏ ଏବଂ ଆର୍‌ଏନ୍‌ଏକୁ ଏକ କମ୍ପ୍ୟୁଟର ଆଲ୍‌ଗୋରିଥମ୍‌ ଜରିଆରେ ପରୀକ୍ଷା କରି ଓଟ୍ଟାଓ୍ବା ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହି ବିଷୟ ଜାଣିବାକୁ ପାଇଛନ୍ତି। ଉଦାହରଣ ସ୍ବରୂପ ୨୦୧୬ରେ ସାଇବେରିଆରୁ ଆସିଥିବା ଏକ ଆନ୍ଥ୍ରାକ୍ସ ବହୁ ଶିଶୁଙ୍କ ଜୀବନ ନେଇଥିଲା।

କେତେ ପ୍ରକାର ଭୂତାଣୁ ଗ୍ଲେସିୟର୍‌ରେ ଅଛନ୍ତି, ସେ ନେଇ ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟରେ ସ୍ପଷ୍ଟ ହୋଇନାହିଁ। ଏ ସମ୍ପର୍କରେ ବୈଜ୍ଞାନିକ ଦଳର ଅଧ୍ୟୟନ ଜାରି ଥିବାବେଳେ ଭୂତାଣୁ ମଣିଷଙ୍କ ଶରୀରକୁ କିପରି ସଂକ୍ରମିତ କରିବେ ତାହା ଜାଣିବା ପାଇଁ ଆଗାମୀ ଦିନରେ ଗବେଷଣା କରାଯିବ। ଗତବର୍ଷ ଆମେରିକାର ଓହିଓ ଷ୍ଟେଟ୍‌ ୟୁନିଭର୍ସିଟିର ବୈଜ୍ଞାନିକ ଦଳ ହିମବାହରୁ ୩୩ ପ୍ରକାର ଭୂତାଣୁଙ୍କ ଅନୁବଂଶୀୟ ଗୁଣସୂତ୍ର ଠାବ କରିଥିଲେ। ସେଥିମଧ୍ୟରୁ ୨୮ ପ୍ରକାର ଭୂତାଣୁ ଚାଇନାର ତିବ୍ବତ ଗ୍ଲେସିୟରରୁ ମିଳିଥିଲା। ସେମାନଙ୍କ ଅବସ୍ଥିତିକୁ ଆକଳନ କରାଗଲେ ଏହି ଭାଇରସଗୁଡ଼ିକ ୧୫ ହଜାର ବର୍ଷ ପୁରୁଣା ବୋଲି ଜଣାପଡ଼ିଛି। ସାଇବେରିଆର ତୁଷାରଭୂମିରେ ବିପୁଳ ପରିମାଣରେ ଭୂତାଣୁ ଥିବା ୨୦୧୪ରେ ଫ୍ରାନ୍ସର ଆଇକ୍ସ ମାର୍ସେଲେର ନ୍ୟାଶନାଲ ସେଣ୍ଟର ଫର୍‌ ସାଇଣ୍ଟିଫିକ୍‌ ରିସର୍ଚ୍ଚର ବୈଜ୍ଞାନିକମାନେ ଜାଣିବାକୁ ପାଇଥିଲେ। ୩୦ହଜାର ବର୍ଷ ବ୍ୟବଧାନରେ ଏହି ଭୂତାଣୁ ସଂକ୍ରମଣ ଘଟାଉଥିବା ଷ୍ଟଡି ଅଥର୍‌ ଜିନ୍‌ ମାଇକେଲ କ୍ଲାଭେରି କହିଛନ୍ତି। ଯେପର୍ଯ୍ୟନ୍ତ ଏହି ଭୂତାଣୁ ହିମ ମଧ୍ୟରେ ଅଛନ୍ତି, ସେ ପର୍ଯ୍ୟନ୍ତ ଏମାନଙ୍କ ପ୍ରଭାବ ଜୀବଜଗତ ଉପରେ ପଡ଼ିବ ନାହିଁ ବୋଲି ବୈଜ୍ଞାନିକଙ୍କ ପକ୍ଷରୁ ଦାବି କରାଯାଇଛି।

ଜଳବାୟୁ ପରିବର୍ତ୍ତନ କାରଣରୁ ବ୍ୟାକ୍ଟେରିଆ ଓ ଭାଇରସଙ୍କ ସ୍ଥିତିରେ ପରିବର୍ତ୍ତନ ଆଶଙ୍କା କରାଯାଇଛି, ଯେଉଁ ପରିମାଣରେ ତାପମାତ୍ରାରେ ବୃଦ୍ଧି ଘଟିବ ସେ ଅନୁସାରେ ହିମବାହରେ ଲୁଚିଥିବା ଭାଇରସ ଦ୍ୱାରା ବିଶ୍ୱରେ ଘଟିବାକୁଥିବା ବିପର୍ଯ୍ୟୟର ଆଶଙ୍କା ପାଖେଇଆସିବ ବୋଲି ଆବେରିଷ୍ଟଓ୍ବିଥ୍‌ ୟୁନିଭର୍ସିଟିର ଇଣ୍ଟରଡିସିପ୍ଲିନାରି ସେଣ୍ଟର ଫର୍‌ ଏନ୍‌ଭାଇରନମେଣ୍ଟାଲ ମାଇକ୍ରୋବାୟୋଲୋଜିର ନିର୍ଦ୍ଦେଶକ ଏରଓ୍ବିନ୍‌ ଇଡ୍‌ଓ୍ବାର୍ଡସ୍‌ କହିଛନ୍ତି। ଅଣୁଜୀବଙ୍କ ବିଷୟରେ ଅଧିକ ଗବେଷଣା କରାଗଲେ ହିମବାହରେ ଥିବା ବ୍ୟାକ୍ଟେରିଆ ତଥା ଭାଇରସଙ୍କ ବ୍ୟବହାର ସମ୍ପର୍କରେ ବିସ୍ତୃତ ସୂଚନା ମିଳିବ। ଆଗାମୀ ମହାମାରୀ ପାଇଁ ବର୍ତ୍ତମାନ ସୁଦ୍ଧା ଦୁଇଟି ଜିନିଷ ସ୍ପଷ୍ଟ ହୋଇପାରିଛି। ପ୍ରଥମଟି ଗ୍ଲୋବାଲ ଓ୍ବାର୍ମିଂ ପାଇଁ ଦିନକୁ ଦିନ ଆର୍କଟିକ ହିମବାହ ତରଳିବାରେ ଲାଗିଛି, ଯାହା ଆଗାମୀ ଦିନରେ ମନୁଷ୍ୟଙ୍କ ପାଇଁ
ବିପଜ୍ଜନକ ସାବ୍ୟସ୍ତ ହେବ। ଦ୍ୱିତୀୟତଃ ହିମବାହ ତରଳିବା ଦ୍ୱାରା ଏଥିରେ ଲୁଚିଥିବା ଭୂତାଣୁ ସଂକ୍ରମଣ ଖେଳାଇବା ପାଇଁ ମାଧ୍ୟମ ଖୋଜିବା ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri