ତରଳୁଥିବା ହିମବାହରୁ ମହାମାରୀ ଆଶଙ୍କା

ଓଟ୍ଟାଓ୍ବା,୨୦ା୧୦: କୋଭିଡ୍‌-୧୯ ପରେ ବିଶ୍ୱରେ ପରବର୍ତ୍ତୀ ସଂକ୍ରାମକ ମହାମାରୀ ବାଦୁଡ଼ି କିମ୍ବା ଅନ୍ୟ କୌଣସି ପକ୍ଷୀଠାରୁ ନୁହେଁ, ବରଂ ଗ୍ଲେସିୟର (ହିମବାହ) ତରଳିବାଠୁ ଆସିପାରେ। ଗ୍ଲେସିୟର ମଧ୍ୟରେ ବହୁ ପୁରୁଣା ଭୂତାଣୁ ଲୁଚି ରହିଛନ୍ତି। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ହିମବାହ ତରଳିଲେ ଭୂତାଣୁ ସଂକ୍ରମଣ ଘାତକ ସାଜିପାରେ। କାନାଡାସ୍ଥିତ ଏଲ୍ଲେସ୍‌ମିୟର ଦ୍ୱୀପର ଆର୍କଟିକ୍‌ ହ୍ରଦର ମୃତ୍ତିକା ଓ ପଟୁମାଟିରେ ଥିବା ଡିଏନ୍‌ଏ ଏବଂ ଆର୍‌ଏନ୍‌ଏକୁ ଏକ କମ୍ପ୍ୟୁଟର ଆଲ୍‌ଗୋରିଥମ୍‌ ଜରିଆରେ ପରୀକ୍ଷା କରି ଓଟ୍ଟାଓ୍ବା ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହି ବିଷୟ ଜାଣିବାକୁ ପାଇଛନ୍ତି। ଉଦାହରଣ ସ୍ବରୂପ ୨୦୧୬ରେ ସାଇବେରିଆରୁ ଆସିଥିବା ଏକ ଆନ୍ଥ୍ରାକ୍ସ ବହୁ ଶିଶୁଙ୍କ ଜୀବନ ନେଇଥିଲା।

କେତେ ପ୍ରକାର ଭୂତାଣୁ ଗ୍ଲେସିୟର୍‌ରେ ଅଛନ୍ତି, ସେ ନେଇ ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟରେ ସ୍ପଷ୍ଟ ହୋଇନାହିଁ। ଏ ସମ୍ପର୍କରେ ବୈଜ୍ଞାନିକ ଦଳର ଅଧ୍ୟୟନ ଜାରି ଥିବାବେଳେ ଭୂତାଣୁ ମଣିଷଙ୍କ ଶରୀରକୁ କିପରି ସଂକ୍ରମିତ କରିବେ ତାହା ଜାଣିବା ପାଇଁ ଆଗାମୀ ଦିନରେ ଗବେଷଣା କରାଯିବ। ଗତବର୍ଷ ଆମେରିକାର ଓହିଓ ଷ୍ଟେଟ୍‌ ୟୁନିଭର୍ସିଟିର ବୈଜ୍ଞାନିକ ଦଳ ହିମବାହରୁ ୩୩ ପ୍ରକାର ଭୂତାଣୁଙ୍କ ଅନୁବଂଶୀୟ ଗୁଣସୂତ୍ର ଠାବ କରିଥିଲେ। ସେଥିମଧ୍ୟରୁ ୨୮ ପ୍ରକାର ଭୂତାଣୁ ଚାଇନାର ତିବ୍ବତ ଗ୍ଲେସିୟରରୁ ମିଳିଥିଲା। ସେମାନଙ୍କ ଅବସ୍ଥିତିକୁ ଆକଳନ କରାଗଲେ ଏହି ଭାଇରସଗୁଡ଼ିକ ୧୫ ହଜାର ବର୍ଷ ପୁରୁଣା ବୋଲି ଜଣାପଡ଼ିଛି। ସାଇବେରିଆର ତୁଷାରଭୂମିରେ ବିପୁଳ ପରିମାଣରେ ଭୂତାଣୁ ଥିବା ୨୦୧୪ରେ ଫ୍ରାନ୍ସର ଆଇକ୍ସ ମାର୍ସେଲେର ନ୍ୟାଶନାଲ ସେଣ୍ଟର ଫର୍‌ ସାଇଣ୍ଟିଫିକ୍‌ ରିସର୍ଚ୍ଚର ବୈଜ୍ଞାନିକମାନେ ଜାଣିବାକୁ ପାଇଥିଲେ। ୩୦ହଜାର ବର୍ଷ ବ୍ୟବଧାନରେ ଏହି ଭୂତାଣୁ ସଂକ୍ରମଣ ଘଟାଉଥିବା ଷ୍ଟଡି ଅଥର୍‌ ଜିନ୍‌ ମାଇକେଲ କ୍ଲାଭେରି କହିଛନ୍ତି। ଯେପର୍ଯ୍ୟନ୍ତ ଏହି ଭୂତାଣୁ ହିମ ମଧ୍ୟରେ ଅଛନ୍ତି, ସେ ପର୍ଯ୍ୟନ୍ତ ଏମାନଙ୍କ ପ୍ରଭାବ ଜୀବଜଗତ ଉପରେ ପଡ଼ିବ ନାହିଁ ବୋଲି ବୈଜ୍ଞାନିକଙ୍କ ପକ୍ଷରୁ ଦାବି କରାଯାଇଛି।

ଜଳବାୟୁ ପରିବର୍ତ୍ତନ କାରଣରୁ ବ୍ୟାକ୍ଟେରିଆ ଓ ଭାଇରସଙ୍କ ସ୍ଥିତିରେ ପରିବର୍ତ୍ତନ ଆଶଙ୍କା କରାଯାଇଛି, ଯେଉଁ ପରିମାଣରେ ତାପମାତ୍ରାରେ ବୃଦ୍ଧି ଘଟିବ ସେ ଅନୁସାରେ ହିମବାହରେ ଲୁଚିଥିବା ଭାଇରସ ଦ୍ୱାରା ବିଶ୍ୱରେ ଘଟିବାକୁଥିବା ବିପର୍ଯ୍ୟୟର ଆଶଙ୍କା ପାଖେଇଆସିବ ବୋଲି ଆବେରିଷ୍ଟଓ୍ବିଥ୍‌ ୟୁନିଭର୍ସିଟିର ଇଣ୍ଟରଡିସିପ୍ଲିନାରି ସେଣ୍ଟର ଫର୍‌ ଏନ୍‌ଭାଇରନମେଣ୍ଟାଲ ମାଇକ୍ରୋବାୟୋଲୋଜିର ନିର୍ଦ୍ଦେଶକ ଏରଓ୍ବିନ୍‌ ଇଡ୍‌ଓ୍ବାର୍ଡସ୍‌ କହିଛନ୍ତି। ଅଣୁଜୀବଙ୍କ ବିଷୟରେ ଅଧିକ ଗବେଷଣା କରାଗଲେ ହିମବାହରେ ଥିବା ବ୍ୟାକ୍ଟେରିଆ ତଥା ଭାଇରସଙ୍କ ବ୍ୟବହାର ସମ୍ପର୍କରେ ବିସ୍ତୃତ ସୂଚନା ମିଳିବ। ଆଗାମୀ ମହାମାରୀ ପାଇଁ ବର୍ତ୍ତମାନ ସୁଦ୍ଧା ଦୁଇଟି ଜିନିଷ ସ୍ପଷ୍ଟ ହୋଇପାରିଛି। ପ୍ରଥମଟି ଗ୍ଲୋବାଲ ଓ୍ବାର୍ମିଂ ପାଇଁ ଦିନକୁ ଦିନ ଆର୍କଟିକ ହିମବାହ ତରଳିବାରେ ଲାଗିଛି, ଯାହା ଆଗାମୀ ଦିନରେ ମନୁଷ୍ୟଙ୍କ ପାଇଁ
ବିପଜ୍ଜନକ ସାବ୍ୟସ୍ତ ହେବ। ଦ୍ୱିତୀୟତଃ ହିମବାହ ତରଳିବା ଦ୍ୱାରା ଏଥିରେ ଲୁଚିଥିବା ଭୂତାଣୁ ସଂକ୍ରମଣ ଖେଳାଇବା ପାଇଁ ମାଧ୍ୟମ ଖୋଜିବା ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?