ଅର୍ଥ ବ୍ୟବସ୍ଥା ଓ ଭାରତ

ଭାରତ ବିଶ୍ୱର ଏକ ଷଷ୍ଠମାଂଶକୁ ପ୍ରତିନିଧିତ୍ୱ କରିଥାଏ ଏବଂ କ୍ରୟଶକ୍ତି କ୍ଷମତା ଅନୁଯାୟୀ ଆଜିର ଦିନରେ ଭାରତ ତୃତୀୟ ସର୍ବବୃହତ୍‌ ଅର୍ଥ ବ୍ୟବସ୍ଥା ଭାବେ ଉଭା ହୋଇଛି। ଏପରିକି ଡଲାରର ନାମମାତ୍ର ବା ସାଂକେତିକ ବିନିମୟ ମୂଲ୍ୟ ଅନୁଯାୟୀ ମଧ୍ୟ ଭାରତ ବିଶ୍ୱର ୬ଷ୍ଠ ସର୍ବବୃହତ୍‌ ଅର୍ଥ ବ୍ୟବସ୍ଥା ଭାବେ ପରିଗଣିତ ହୋଇଥାଏ। ଗତ ୪୦ ବର୍ଷ ଧରି ଏହା ବର୍ଷକୁ ହାରାହାରି ୭% ହାରରେ ବୃଦ୍ଧି ହୋଇ ଚାଲିଛି। ୧୯୮୦ର ସ୍ଥିତି ୧୮୯ ବିଲିୟନ ଡଲାରରୁ ବୃଦ୍ଧି ଘଟି ଏହା ଆଜି ପ୍ରାୟ ୩ ଟ୍ରିଲିୟନ ଡଲାରରେ ପହଞ୍ଚି ପାରିଛି। ଯେହେତୁ ଆମେ ନିକଟ ଅତୀତରେ ୭୬ତମ ସ୍ବାଧୀନତା ଦିବସ ପାଳନ କରିଛେ, ଏ ପରିପ୍ରେକ୍ଷୀରେ ସ୍ମୃତି ଉଜ୍ଜୀବିତ କରିବା ଉଚିତ ହେବ ଯେ ସ୍ବାଧୀନତା ପ୍ରାପ୍ତି ସମୟରେ ଭାରତ ଅତି ଗରିବ ଥିଲା।
ଖାଦ୍ୟ ଓ ବୈଦେଶିକ ମୁଦ୍ରା ପାଇଁ ଭାରତ ବୈଦେଶିକ ସାହାଯ୍ୟ ଉପରେ ନିର୍ଭରଶୀଳ ଥିଲା। ନିରକ୍ଷରତାର ସ୍ତର ଥିଲା ବହୁ ଊର୍ଦ୍ଧ୍ୱରେ । ବାସ୍ତବିକ ରୂପରେ ଭାରତ ପାଇଁ ଆର୍ଥିକ ରୂପାନ୍ତରଣର ସ୍ତର ସଂପୂର୍ଣ୍ଣ ତଳ ସ୍ତରରୁ ଉଠି ଶୀର୍ଷ ଆସନରେ ଅଧିଷ୍ଠିତ ହେବା ନିଶ୍ଚିତ ରୂପେ ଏକ ଅତ୍ୟନ୍ତ ଭବ୍ୟ, ପ୍ରଭାବଶାଳୀ ଓ ଅସାଧାରଣ ସାଫଲ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜିର ଭାରତବର୍ଷ ଖାଦ୍ୟଶସ୍ୟ ଉପତ୍ାଦନରେ କେବଳ ସ୍ବାବଲମ୍ବନଶୀଳ ହୋଇନାହିଁ ବରଂ ଏକ ଯୋଗ୍ୟ ରପ୍ତାନିକାରୀ ରାଷ୍ଟ୍ର ଭାବେ ମଧ୍ୟ ପ୍ରତିଷ୍ଠିତ ହୋଇଅଛି। ବୈଦେଶିକ ମୁଦ୍ରା ଗଚ୍ଛିତ କରିବାରେ ଭାରତ ୫ମ ସର୍ବବୃହତ୍‌ ଆସନ ଅଧିକାର କରିପାରିଛି ଏବଂ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିକୁ ମଧ୍ୟ ଭାରତ ନିର୍ଦ୍ଧାରିତ ଋଣ ପ୍ରଦାନ କରୁଅଛି।
ଗତ ତିନି ଦଶନ୍ଧି ମଧ୍ୟରେ ଉଦାରୀକରଣ ଅର୍ଥନୀତିର ସିଂହଦ୍ୱାର ଉନ୍ମୋଚନ ହୋଇଯିବା ପରେ ବିଦେଶୀ ନିବେଶକମାନେ ପୁଞ୍ଜିଭୂତ ରୂପରେ ଭାରତ ଅଣ୍ଟିରେ ଅଧା ଟ୍ରିଲିୟନ୍‌ ଡଲାରର ଅର୍ଥ ରାଶି ଅଜାଡ଼ି ଦେଇଛନ୍ତି। ଭାରତ ହେଉଛି ଏକ ଭିନ୍ନ ଏସୀୟ ରାଷ୍ଟ୍ର, ଯେ କି ଲଗାତାର ‘କରେଣ୍ଟ ଆକାଉଣ୍ଟ’ର ଅଭାବ ମଧ୍ୟରେ ଗତି କରିଥାଏ। ଯେହେତୁ ଆମଦାନୀ ସଦାସର୍ବଦା ରପ୍ତାନିଠାରୁ ଅଧିକ ହୋଇଥାଏ, ତଥାପି ବିଦେଶୀ ପୁଞ୍ଜି ନିବେଶକାରୀମାନେ ବ୍ୟାପାର ସଂକ୍ରାନ୍ତୀୟ କ୍ଷତି ଦ୍ୱାରା ବିଚଳିତ ନ ହୋଇ ଭାରତବର୍ଷର କଳ କାରଖାନା ଓ ବ୍ୟବସାୟିକ କାର୍ଯ୍ୟକଳାପରେ ପ୍ରଚୁର ପରିମାଣର ଡଲାର ଅର୍ଥରାଶି ନିବେଶ କରିବାକୁ ଲାଗିଲେ। ଏଥିସହ କ୍ୟାପିଟାଲ ମାର୍କେଟରେ ମଧ୍ୟ ସେମାନେ ପୁଞ୍ଜି ଲଗାଣ କଲେ, ଯାହା ଫଳରେ ଭାରତ ପାଇଁ କ୍ରମାଗତ ‘ବାଲାନ୍ସ ଅଫ୍‌ ପେମେଣ୍ଟ’ ବଳକା ହୋଇ ରହିଲା।
ବିଦେଶୀ ପୁଞ୍ଜି ଲଗାଣକାରୀମାନେ ଦୃଢ଼ ନିଶ୍ଚିତ ଥିଲେ ଯେ, ଉଭୟ ଯମଜ ରାଜକୋଷୀୟ କ୍ଷତି ଏବଂ ବାହ୍ୟ କ୍ଷତି ସତ୍ତ୍ୱେ ଜନସାଂକ୍ଷିକୀ ଓ ଗତିଶୀଳତା ଦ୍ୱାରା ପରିଚାଳିତ ହେଉଥିବା ଅର୍ଥନୀତିର ଅଭିବୃଦ୍ଧି ଏହି କ୍ଷତିକୁ ଭରଣା କରିପାରିବ। ଆମେ ଧନ୍ୟବାଦ ଦେବା ଭାରତବର୍ଷର ଏହି ନିରନ୍ତର ଅଭିବୃଦ୍ଧିର ଧାରାକୁ, ଯାହା ଫଳରେ କି ଚରମ ଦାରିଦ୍ର୍ୟ ସ୍ତରରେ ଦ୍ରୁତ ହ୍ରାସ ପରିଲକ୍ଷିତ ହୋଇଛି, ଯାହାକି ପ୍ରାୟ ୫୦%ରୁ ସମ୍ଭବତଃ ଏକ ଅଙ୍କ ବିଶିଷ୍ଟ ରାଶିକୁ ଖସି ଆସିଛି ଏବଂ ୧୯୪୭ ଠାରୁ ଜୀବନ କାଳ ଦୁଇ ଗୁଣରୁ ଅଧିକ ବଢ଼ିଛି।
ରାଜନୈତିକ କ୍ଷେତ୍ରରେ ମଧ୍ୟ ଭାରତବର୍ଷର ଅତ୍ୟନ୍ତ ଶକ୍ତିଶାଳୀ ଗଣତନ୍ତ୍ର ସମଗ୍ର ବିଶ୍ୱରେ ସଗର୍ବେ ମୁଣ୍ଡଟେକି ଠିଆ ହୋଇଛି। ପ୍ରଥମ ଜାତୀୟ ନିର୍ବାଚନ ପରଠାରୁ ଦେଶରେ ୧୬ ଥର କ୍ଷମତାର ହସ୍ତାନ୍ତର ପ୍ରକ୍ରିୟା ସୁଚାରୁ ରୂପେ ସଂଗଠିତ ହୋଇଛି ।
ଭାରତବର୍ଷର ସ୍ବାଧୀନତାର ପରବର୍ତ୍ତୀ ଅର୍ଥନୈତିକ ଷ୍ଟ୍ରାଟେଜି ଏହାକୁ ଉକତ୍ଟ ଦାରିଦ୍ର୍ୟର କଷାଘାତରୁ ମୁକୁଳେଇବା ପାଇଁ ପ୍ରୟାସ କରିଥିଲା ଏବଂ ତତ୍‌ସହ ବିକାଶର ଧାରାକୁ ଆଗକୁ ବଢ଼େଇନେବା ପାଇଁ ହାତରେ ସ୍ବଳ୍ପ ପୁଞ୍ଜି, ସ୍ବଳ୍ପ ଟିକସ ବ୍ୟବସ୍ଥା ଏବଂ ରପ୍ତାନିର ନିରାଶାବାଦ ଅବସ୍ଥା ସତ୍ତ୍ୱେ ଦେଶକୁ ଆଗକୁ ବଢ଼ାଇବାକୁ ପଡ଼ିଥିଲ। ଭାରତର ବାଣିଜ୍ୟ ଓ ଜିଡିପି ମଧ୍ୟରେ ଥିବା ଅନୁପାତ ରାଷ୍ଟ୍ରୀୟ ଉନ୍ମୁକ୍ତପଣିଆର ସୂଚକ, ଯାହାକି ଆମେରିକାଠାରୁ ଅଧିକ। ଆଜିର ଦିନରେ ଭାରତ ସଫ୍ଟୱେୟାରର ମୁଖ୍ୟ ରପ୍ତାନିକାରୀ ରାଷ୍ଟ୍ର ଭାବେ ବିଶ୍ୱବିଦିତ ହେବା ସହ ଏକ ‘ଆଉଟ୍‌ସୋର୍ସିଂ ପାୱାର ହାଉସ୍‌’ ବା ଶକ୍ତିକେନ୍ଦ୍ର ଭାବେ ମଧ୍ୟ ଉଭା ହୋଇଛି। ଭାରତ ବାହାରେ କାର୍ଯ୍ୟରତ ଭାରତୀୟ ଶ୍ରମଜୀବୀମାନେ ପ୍ରାୟ ୧୦୦ ବିଲିୟନ ଡଲାରର ମୁଦ୍ରାରାଶି ବର୍ଷକୁ ଭାରତକୁ ପ୍ରେରଣ କରିଥାନ୍ତି, ଯାହାକି ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିଥାଏ। ଅପ୍ରତ୍ୟକ୍ଷ ରୂପରେ ଦେଖିଲେ ଏହା ହେଉଛି ଭାରତବର୍ଷର ଶ୍ରମଶକ୍ତିର ରପ୍ତାନିଜନିତ ଆୟ , ଯାହା ସ୍ବାଧୀନତା ପରଠାରୁ ଆମେ ହାସଲ କରିଆସିଛେ।
ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ସେତିକିବେଳେ ଘଟିଥାଏ, ଯେତେବେଳେ ମୁଣ୍ଡପିଛା ଆୟ ୩୦୦୦ ଡଲାର ବା ୪୦୦୦ ଡଲାରରୁ ଅଧିକ ହୋଇଥାଏ। ଅନ୍ୟାନ୍ୟ ଶକ୍ତିର ସଂକେତ ହେଲା ଇ-କମର୍ସ, ଡିଜିଟାଲ ପେମେଣ୍ଟ ଏବଂ ସଂପ୍ରସାରିତ ଔଦ୍ୟୋଗିକ ଆଧାର। କୃଷି କ୍ଷେତ୍ର ମୌସମୀର ଅନିଶ୍ଚିତତା ଉପରେ ସ୍ବଳ୍ପ ନିର୍ଭରଶୀଳ ହୋଇଥାଏ ଏବଂ ଜଳବାୟୁ, ମୃତ୍ତିକା ଏବଂ ବଜାର ଅନୁକୂଳ ଫସଲ ଦିଗରେ ବିବିଧିକରଣ ବ୍ୟବସ୍ଥା ଆଗକୁ ବାଟ କଢ଼େଇ ନେଇଥାଏ। ପଶୁପାଳନ ଓ ଦୁଗ୍ଧ ଉପତ୍ାଦନ ଏହାର ଜ୍ୱଳନ୍ତ ଉଦାହରଣ। ଭାରତ ମଧ୍ୟ ଅଣପାରମ୍ପରିକ ଶକ୍ତି କ୍ଷେତ୍ରରେ ତା’ର ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ପାଇଁ ଦ୍ରୁତ ଗତିରେ ଅଗ୍ରସର ହୋଇ ଚାଲିଛି। ବିଶେଷକରି ସୌରଶକ୍ତି ଉପତ୍ାଦନ କ୍ଷେତ୍ରରେ ଭାରତ ତା’ର ଧାର୍ଯ୍ୟ ଲକ୍ଷ୍ୟ ପାଖରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚତ୍ ପାରିଛି। ଶସ୍ତାରେ ସୌରଶକ୍ତିର ଉପତ୍ାଦନ ଆଜି ସମ୍ଭବ ହେଉଛି। ଏକ ବୃହତ୍‌ ଉଦ୍‌ଜାନ ଅର୍ଥନୀତି ଦିଗରେ ଭାରତ ମଧ୍ୟ ଆଜି ଗତିଶୀଳ। ଶସ୍ତାରେ ଉପଲବ୍ଧ ହେଉଥିବା ସୌରଶକ୍ତି ଓ ବୃହତ୍‌ ଉଦ୍‌ଜାନ ଅର୍ଥ ବ୍ୟବସ୍ଥାର ସଫଳ ମିଳନ ଅପୂର୍ଣ୍ଣ ଓ ଆମଦାନୀ ଉପରେ ନିର୍ଭରଶୀଳ ଅର୍ଥ ବ୍ୟବସ୍ଥାରୁ ଭାରତବର୍ଷକୁ ଏକ ବଳକା ଶକ୍ତି ରାଷ୍ଟ୍ର ଭାବେ ଉଦ୍‌ଭାସିତ କରିବ। ଭାରତ ଆଜି ଦ୍ରୁତତମ ଅଭିବୃଦ୍ଧିଶୀଳ ଏକ ବିଶାଳ ଅର୍ଥ ବ୍ୟବସ୍ଥା ଭାବେ ବିଶ୍ୱରେ ସଗର୍ବେ ମୁଣ୍ଡଟେକି ଠିଆ ହେବାକୁ ଯାଉଛି, ଯାହା ପଛରେ ରହିଛି ବିଭିନ୍ନ ସମୟରେ ବିଭିନ୍ନ ସରକାରଙ୍କ ଦୂରଦର୍ଶୀ ପଦକ୍ଷେପ। ଭାରତ ନିଜର ଲୋକତାନ୍ତ୍ରିକ ଆଧାରଶିଳାକୁ ନେଇ ଅତ୍ୟନ୍ତ ଗର୍ବ ଅନୁଭବ କରିଥାଏ। ପରନ୍ତୁ ପଥ ବହୁଦୂର ଓ ଅସୀମ କର୍ତ୍ତବ୍ୟର ଆହ୍ବାନରେ ଆମକୁ ଉଦ୍‌ବୁଦ୍ଧ ହେବାକୁ ପଡ଼ିବ।

  • ଡ. ଚିତ୍ତରଂଜନ ମିଶ୍ର
    ମୋ: ୯୩୩୮୨୦୪୯୯୩

Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri