ଏଇ ଭାରତରେ

ମହାରାଷ୍ଟ୍ରର ଓସ୍‌ମାନାବାଦ ଜିଲା ଉପଲା ଗାଁ ୩୨ ଏକର ଜମି ମାଙ୍କଡ଼ଙ୍କ ନାମରେ ନାମିତ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛି। ଏହି ଗାଁରେ ମାଙ୍କଡ଼ମାନଙ୍କ ପ୍ରତି ବହୁ ସମ୍ମାନ ଅଛି।
ବେଳେବେଳେ ବିବାହ ସମୟରେ ଲୋକଙ୍କ ଭୋଜି ପୂର୍ବରୁ ମାଙ୍କଡ଼ମାନଙ୍କୁ ଖାଦ୍ୟ ଦିଆଯାଏ ଓ ପରେ ଉତ୍ସବ ଆରମ୍ଭ କରାଯାଇଥାଏ। ମାଙ୍କଡ଼ମାନେ ଗାଁରେ କରାଯାଉଥିବା ସମସ୍ତ ରୀତିନୀତିର ଏକ ଅଂଶ। ସେମାନେ ଗାଁ ଭିତରକୁ ଆସିଲେ ଲୋକେ ଖୁସିରେ ସେମାନଙ୍କୁ ଖାଦ୍ୟ ଦିଅନ୍ତି। ମାଙ୍କଡ଼ମାନେ କାହାର କ୍ଷତି କରନ୍ତି ନାହିଁ। ସରପଞ୍ଚ ବାପ୍ପା ପଡୱାଲ କହନ୍ତି , ଉପଲା ଗ୍ରାମପଞ୍ଚାୟତର ଜମି ରେକର୍ଡ ଅନୁଯାୟୀ ଏହି ୩୨ ଏକର ଜମି ମାଙ୍କଡ଼ମାନଙ୍କର। ଏମାନଙ୍କ ପାଇଁ କିଏ କେବେ ଏହି ବ୍ୟବସ୍ଥା ଆରମ୍ଭ କରିଥିଲେ ତାହା ଜଣାପଡ଼ିନାହିଁ। ବର୍ତ୍ତମାନ ଗାଁରେ ପ୍ରାୟ ୧୦୦ ମାଙ୍କଡ଼ ଅଛନ୍ତି। ସେମାନେ ଗୋଟିଏ ସ୍ଥାନରେ ସବୁବେଳେ ସ୍ଥାୟୀ ଭାବେ ରହୁ ନ ଥିବାରୁ ଗତ କିଛି ବର୍ଷ ମଧ୍ୟରେ ସେମାନଙ୍କ ସଂଖ୍ୟା ହ୍ରାସ ପାଉଛି। ଜଙ୍ଗଲ ବିଭାଗ ଉକ୍ତ ଜମିରେ ବୃକ୍ଷରୋପଣ କରିଛି। କୌଣସି ଲୋକ ମାଙ୍କଡ଼ଙ୍କୁ ଖାଦ୍ୟ ଦେବାକୁ ମନାକରି ନ ଥାନ୍ତି। ଉପଲା ଗ୍ରାମରେ ମାଙ୍କଡ଼ଙ୍କ ପ୍ରତି ଥିବା ସମ୍ମାନକୁ ନେଇ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚା ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

ମାନବଜାତିର ଭବିଷ୍ୟତ ପାଇଁ ଶିକ୍ଷାର ଭୂମିକା

ଶିକ୍ଷା ହେଉଛି ମାନବ ସଭ୍ୟତାର ଅତୀତ ଓ ଭବିଷ୍ୟତକୁ ଯୋଡ଼ିଥିବା ସବୁଠାରୁ ଦୃଢ଼ ସେତୁ। ପ୍ରାଚୀନ କାଳରେ ଯେତେବେଳେ ଶ୍ରେଣୀକକ୍ଷର କୌଣସି ନିର୍ଦ୍ଦିଷ୍ଟ କାନ୍ଥ ନ ଥିଲା,…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?