ଏଇ ଭାରତରେ

ମହାରାଷ୍ଟ୍ରର ଓସ୍‌ମାନାବାଦ ଜିଲା ଉପଲା ଗାଁ ୩୨ ଏକର ଜମି ମାଙ୍କଡ଼ଙ୍କ ନାମରେ ନାମିତ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛି। ଏହି ଗାଁରେ ମାଙ୍କଡ଼ମାନଙ୍କ ପ୍ରତି ବହୁ ସମ୍ମାନ ଅଛି।
ବେଳେବେଳେ ବିବାହ ସମୟରେ ଲୋକଙ୍କ ଭୋଜି ପୂର୍ବରୁ ମାଙ୍କଡ଼ମାନଙ୍କୁ ଖାଦ୍ୟ ଦିଆଯାଏ ଓ ପରେ ଉତ୍ସବ ଆରମ୍ଭ କରାଯାଇଥାଏ। ମାଙ୍କଡ଼ମାନେ ଗାଁରେ କରାଯାଉଥିବା ସମସ୍ତ ରୀତିନୀତିର ଏକ ଅଂଶ। ସେମାନେ ଗାଁ ଭିତରକୁ ଆସିଲେ ଲୋକେ ଖୁସିରେ ସେମାନଙ୍କୁ ଖାଦ୍ୟ ଦିଅନ୍ତି। ମାଙ୍କଡ଼ମାନେ କାହାର କ୍ଷତି କରନ୍ତି ନାହିଁ। ସରପଞ୍ଚ ବାପ୍ପା ପଡୱାଲ କହନ୍ତି , ଉପଲା ଗ୍ରାମପଞ୍ଚାୟତର ଜମି ରେକର୍ଡ ଅନୁଯାୟୀ ଏହି ୩୨ ଏକର ଜମି ମାଙ୍କଡ଼ମାନଙ୍କର। ଏମାନଙ୍କ ପାଇଁ କିଏ କେବେ ଏହି ବ୍ୟବସ୍ଥା ଆରମ୍ଭ କରିଥିଲେ ତାହା ଜଣାପଡ଼ିନାହିଁ। ବର୍ତ୍ତମାନ ଗାଁରେ ପ୍ରାୟ ୧୦୦ ମାଙ୍କଡ଼ ଅଛନ୍ତି। ସେମାନେ ଗୋଟିଏ ସ୍ଥାନରେ ସବୁବେଳେ ସ୍ଥାୟୀ ଭାବେ ରହୁ ନ ଥିବାରୁ ଗତ କିଛି ବର୍ଷ ମଧ୍ୟରେ ସେମାନଙ୍କ ସଂଖ୍ୟା ହ୍ରାସ ପାଉଛି। ଜଙ୍ଗଲ ବିଭାଗ ଉକ୍ତ ଜମିରେ ବୃକ୍ଷରୋପଣ କରିଛି। କୌଣସି ଲୋକ ମାଙ୍କଡ଼ଙ୍କୁ ଖାଦ୍ୟ ଦେବାକୁ ମନାକରି ନ ଥାନ୍ତି। ଉପଲା ଗ୍ରାମରେ ମାଙ୍କଡ଼ଙ୍କ ପ୍ରତି ଥିବା ସମ୍ମାନକୁ ନେଇ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚା ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ଲକ୍ଷ୍ୟ

ଗୁଜରାଟର ଏକ ଦମ୍ପତି ସେମାନଙ୍କ ଦୁଇଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କୁ ବାଣ୍ଟିଦେଇ ଜୈନଧର୍ମ ଅନୁଯାୟୀ ଅତ୍ୟନ୍ତ କଷ୍ଟସାଧ୍ୟ ସନ୍ନ୍ୟାସୀ...

ଏଇ ଭାରତରେ

ସମ୍ପ୍ରତି ଇଲେକ୍‌ଟ୍ରୋନିକ ବର୍ଜ୍ୟ ବା ଇ-ଓ୍ବେଷ୍ଟ ସମସ୍ୟା ବଢ଼ିବାରେ ଲାଗିଛି। ଏହା ପରିବେଶ ପ୍ରଦୂଷଣ ବୃଦ୍ଧି କରୁଛି। ଏଣୁ ଏଭଳି ଇ-ଓ୍ବେଷ୍ଟ ସମସ୍ୟା ବିଷୟରେ ଚିନ୍ତା...

ବେଦରେ ସମ୍ପତ୍ତି ବିବାଦ

ବେଦ ହେଉଛି ହିନ୍ଦୁମାନଙ୍କର ୩୦୦୦ ବର୍ଷର ପୁରୁଣା ଶାସ୍ତ୍ର। ଏହାକୁ ମଧ୍ୟ ଜ୍ଞାନର ଗ୍ରନ୍ଥ କୁହାଯାଏ। ଏହା ମୁଖ୍ୟତଃ କାବ୍ୟ(ମନ୍ତ୍ର) ଏବଂ ଗଦ୍ୟ(ବ୍ରାହ୍ମଣ)କୁ ନେଇ ଗଠିତ।...

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri