ଏଇ ଭାରତରେ

ବହୁ ସମୟରେ ଏକ ନିଷ୍ପତ୍ତି ଜଣଙ୍କ ଜୀବନର ମୋଡ଼ ବଦଳାଇଦିଏ, ଯାହା ଘଟିଛି ହରିୟାଣାର କୃଷକ କମ୍ବଲ ସିଂ ଚୌହାନ୍‌ଙ୍କ କ୍ଷେତ୍ରରେ। ଚୌହାନ୍‌ ୧୬ ବର୍ଷ ବୟସରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ସେଥିରେ ଲାଭ ନ ହେବାରୁ ସେ ୧୯୯୮ରେ ମକାଚାଷ କରିବାକୁ ନିଷ୍ପତ୍ତି ନେଲେ ଓ ଏବେ ସେ ମକାଚାଷର ବାଦ୍‌ଶାହ ପାଲଟି ଯାଇଛନ୍ତି। ସୋନିପତ୍‌ ଜିଲା ନିବାସୀ କମ୍ବଲ ସିଂ ଛୋଟ କିସମର ମକାଚାଷରୁ ବିପୁଳ ଲାଭ ପାଇବା ପରେ ଆଖପାଖର ୧୫ରୁ ୨୦ଟି ଗାଁରେ କୃଷକମାନଙ୍କୁ ଏହି ଚାଷ ସହ ଯୋଡ଼ି ସେମାନଙ୍କ ଆୟ ବୃଦ୍ଧି କରିଛନ୍ତି। କୃଷକମାନଙ୍କ ମାର୍କେଟିଂ ବ୍ୟବସ୍ଥା ମଧ୍ୟ ବହନ କରୁଛନ୍ତି। ସେ ନିଜେ ୪ଟି ମକା ପ୍ରୋସେସିଂ ୟୁନିଟ୍‌ ପ୍ରତିଷ୍ଠା କରି କୃଷକମାନଙ୍କଠାରୁ ମକା ସଂଗ୍ରହ କରୁଛନ୍ତି। ଏହାଦ୍ୱାରା କୃଷକମାନେ ସେମାନଙ୍କ ଆୟ ଦୁଇଗୁଣ ବୃଦ୍ଧି କରିବାକୁ ସକ୍ଷମ ହୋଇଛନ୍ତି। କମ୍ବଲ ସିଂ ନିଜର ମକାଚାଷକୁ ଏତେ ବଢ଼ାଇ ପାରିଛନ୍ତି ଯେ, ପ୍ରତ୍ୟେକ ଦିନ ତାଙ୍କ କ୍ଷେତରେ ୪୦୦ କୃଷି ଶ୍ରମିକ କାମ କରୁଛନ୍ତି। ମକା ଉତ୍ପାଦନ ଓ ଏହାର ପ୍ରୋସେସିଂରେ ମୋଟରେ ଅନେକ ହଜାର ଲୋକଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?