ଖାଦ୍ୟ ଥାଇ ୨୦୦ କୋଟି ଭୋକିଲା

ନୂଆଦିଲ୍ଲୀ, ୧୭।୧୦: ବିଶ୍ୱରେ ଆବଶ୍ୟକ ପରିମାଣର ଖାଦ୍ୟ ଉତ୍ପାଦନ ହେଉଥିଲେ ସୁଦ୍ଧା ଆନେକ ଦେଶ ଖାଦ୍ୟାଭାବ ସଙ୍କଟ ଦେଇ ଗତି କରୁଛନ୍ତି। ଏହାପଛର ପ୍ରମୁଖ କାରଣ ଖାଦ୍ୟ ନଷ୍ଟ। ତେବେ ଖାଦ୍ୟ ନଷ୍ଟ ଦ୍ୱାରା ଖାଲି ଯେ ବିଶ୍ୱ ଅର୍ଥବ୍ୟବସ୍ଥା ବାଧାପ୍ରାପ୍ତ ହେଉଛି ତା’ ନୁହେଁ, ଜଳବାୟୁ ଉପରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡ଼ୁଥିବା ପ୍ରକାଶିତ ଡବ୍ଲ୍ୟୁଏଫ୍‌ପି ରିପୋର୍ଟରୁ ଜଣାପଡ଼ିଛି। ଅନେକ ସମୟରେ ବଳକା ଖାଦ୍ୟକୁ ଡଷ୍ଟବିନ୍‌ରେ ପକାଇ ଦିଆଯାଏ। ଏହି ଖାଦ୍ୟବର୍ଜ୍ୟ ବାୟୁମଣ୍ଡଳରେ କାର୍ବନ ପରିମାଣ ବୃଦ୍ଧି ପାଇଁ ଦାୟୀ ।

ଏହାଦ୍ୱାରା ଜଳର ଅପଚୟ ମଧ୍ୟ ଘଟେ। ବିଶ୍ୱରେ ପ୍ରତିବର୍ଷ ୧.୩ ବିଲିୟନ୍‌ ଟନ୍‌ ଖାଦ୍ୟ ନଷ୍ଟ ହେଉଛି, ଯାହାର ହାରାହାରି ମୂଲ୍ୟ ୧ ଟ୍ରିଲିୟନ୍‌ ଡଲାର। ଉତ୍ପାଦନ ହେଉଥିବା ମୋଟ ଖାଦ୍ୟର ତିନି ପ୍ରତିଶତ ପ୍ରତ୍ୟେକ ବର୍ଷ ନଷ୍ଟ ହେଉଥିବା ଓ୍ବାଲର୍‌ଡ ଫୁଡ୍‌ ପ୍ରୋଗ୍ରାମ୍‌ (ଡବ୍ଲ୍ୟୁଏଫ୍‌ପି) ରିପୋର୍ଟରେ ଉଲ୍ଲେଖ କରାଯାଇଛି। ନଷ୍ଟ ହେଉଥିବା ଖାଦ୍ୟର ପରିମାଣକୁ ଦେଖିଲେ ଏହାର ଆୟତନ ଏତେ ବିସ୍ତୃତ ଯେ, ତହିଁରୁ ଆମେରିକା ଓ ଚାଇନା ପରେ ସର୍ବାଧିକ ଅଙ୍ଗାରକାମ୍ଳ ବାହାରିଥାଏ। ବାୟୁମଣ୍ଡଳରୁ ନିର୍ଗତ ମୋଟ କାର୍ବନର ୮-୧୦% ଖାଦ୍ୟବର୍ଜ୍ୟରୁ ବାହାରିଥାଏ। ରିପୋର୍ଟ ଅନୁଯାୟୀ ଫିଙ୍ଗାଯାଉଥିବା ବଳକା ଖାଦ୍ୟରୁ ୩.୩ ବିଲିୟନ୍‌ ଟନ୍‌ ପରିମାଣର କାର୍ବନ ଡାଇଅକ୍ସାଇଡ୍‌ ବାହାରିଥାଏ। ତେବେ ସମାନ ପରିମାଣର ଅଙ୍ଗାରକାମ୍ଳ ପ୍ରତିବର୍ଷ ସବୁଜଗୃହରୁ ନିର୍ଗତ ହେଉଛି। ବାହାରେ ପିଙ୍ଗାଯାଉଥିବା ଖାଦ୍ୟ ସକାଶେ ବ୍ୟବହୃତ ଜଳର ଏକ ଚତୁର୍ଥାଂଶ ନଷ୍ଟ ହେଉଛି, ଯାହାର ପରିମାଣ ୧୭୨ ବିଲିୟନ୍‌ ଡଲାର ଆକଳନ କରାଯାଇଛି।

ଜାତିସଂଘର ଏନ୍‌ଭାରନ୍‌ମେଣ୍ଟ ପ୍ରୋଗ୍ରାମ (ୟୁଏନ୍‌ଇପି) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବୈଶ୍ୱିକ ଖାଦ୍ୟ ଉତ୍ପାଦନର ୧୭ ପ୍ରତିଶତ ଖାଦ୍ୟ ନଷ୍ଟ ହୋଇଛି। ଏହି ଖାଦ୍ୟ ବର୍ଜ୍ୟର ୬୧% ଖାଦ୍ୟ ଘରୁ ଆସୁଥିବାବେଳେ ୨୬% ଫୁଡ୍‌ ସର୍ଭିସ୍‌ ଏବଂ ୧୩% ଦୋକାନରୁ ଆସିଥାଏ। ଖାଦ୍ୟ ନଷ୍ଟ କରିବାକୁ ଦାୟିତ୍ୱହୀନତା ବୋଲି କୁହାଯାଇପାରିବ। ଅନ୍ୟପକ୍ଷେ ଏହା ଓ୍ବେଷ୍ଟ ମ୍ୟାନେଜ୍‌ମେଣ୍ଟ ମେକାନିଜମ୍‌ ଉପରେ ଏକ ପ୍ରକାର ଚାପ ପକାଉଥିବା ଜଣାପଡ଼ିଛି। ସ୍ଥଳଭାଗରେ ଖାଦ୍ୟବର୍ଜ୍ୟ ଜମା ହେବା ସହ ଅନେକ ସମୟରେ ଏହା ପ୍ରବାହିତ ଜଳରେ ଭାସି ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି।

ଖାଦ୍ୟ ନଷ୍ଟ କରିବା ଦ୍ୱାରା ବିଶ୍ୱରେ ଖାଦ୍ୟ ସଙ୍କଟର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ୨୦୧୯ରେ ଖାଦ୍ୟାଭାବ କାରଣରୁ ବିଶ୍ୱର ୬୯୦ ନିୟୁତ ଲୋକ ଭୋକିଲା ରହୁଥିବା ଏଫ୍‌ଏଓ (ଫୁଡ୍‌ ଆଣ୍ଡ୍‌ ଏଗ୍ରିକଲଚର୍‌ ଅର୍ଗାନାଇଜେଶନ୍‌)ର ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ୨ ବିଲିୟନ୍‌ ଲୋକଙ୍କ ପାଖରେ ଖାଦ୍ୟ ଗ୍ରହଣ କରିବାର ସୁଯୋଗ ଥିଲେ ମଧ୍ୟ ସେମାନେ ଉପାସ ରହୁଛନ୍ତି।

ଖାଦ୍ୟ ନଷ୍ଟକୁ ରୋକିବା ପାଇଁ ବ୍ରିଟେନ୍‌ ପକ୍ଷରୁ ପଦକ୍ଷେପ ନିଆଯାଉଥିବାବେଳେ ଆସନ୍ତା ୨୦୩୦ ବେଳକୁ ବୈଶ୍ୱିକ ଖାଦ୍ୟ ନଷ୍ଟକୁ ମୂଳଚ୍ୟୁତ କରିବ ବୋଲି ଯୋଜନା ରଖିଛି। ବଳକା ଖାଦ୍ୟରୁ କମ୍ପୋଷ୍ଟ ଖତ ତିଆରି କରାଗଲେ ଏହା ଉପଯୋଗୀ ସାବ୍ୟସ୍ତ ହୋଇପାରିବ। ଅନ୍ୟପଟେ ଫୁଡ୍‌ ବ୍ୟାଙ୍କ ଜରିଆରେ ଭୋକିଲାଙ୍କୁ ଖାଦ୍ୟ ଯୋଗାଗଲେ ମଧ୍ୟ ଖାଦ୍ୟନଷ୍ଟକୁ ରୋକିହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?