ଏଇ ଭାରତରେ

ସୋଲାର ବା ସୌରଶକ୍ତିକୁ ବିକଳ୍ପ ଭାବେ ବ୍ୟବହାର କରିବାରେ ଚେତନ ସୋଲାଙ୍କିଙ୍କ ପ୍ରୟାସ ପ୍ରଶଂସନୀୟ। ବରଓ୍ବାନୀ ନିବାସୀ ସୋଲାଙ୍କି ଆଇଆଇଟି ମୁମ୍ବାଇର ଜଣେ ପ୍ରଫେସର । ସେ ଲୋକମାନଙ୍କ ମଧ୍ୟରେ ସୌରଶକ୍ତିର ଗ୍ରହଣୀୟତା ବଢ଼ାଇବା ପାଇଁ ‘ଶକ୍ତି ସ୍ବରାଜ ଯାତ୍ରା’ ଆରମ୍ଭ କରିଛନ୍ତି। ଏକ ସୌର ଚାଳିତ ବସ୍‌ରେ ମଧ୍ୟପ୍ରଦେଶରୁ ସେ ଏହି ଯାତ୍ରା ଆରମ୍ଭ କରି ସାରାଦେଶ ଭ୍ରମଣ କରୁଛନ୍ତି। ଏଥିପାଇର୍ଁ ସୋଲାଙ୍କିଙ୍କୁ ‘ସୋଲାର ଗାନ୍ଧୀ’ କୁହାଯାଉଛି। ସେ ୟୁରୋପରେ ଅକ୍ଷୟ ଶକ୍ତି ଉପରେ ଗବେଷଣା କରି ୨୦୦୪ରେ ଭାରତ ଫେରିବା ପରେ ସେ ଉକ୍ତ ବିଷୟରେ ଲୋକଙ୍କୁ ସଚେତନ କରିବାକୁ ଯୋଜନା କରିଥିଲେ। ପ୍ରଫେସର ଥିବାବେଳେ ସେ ୧୧ ବର୍ଷ ଧରି ଅସ୍ଥାୟୀ ବସ୍‌ରେ ଦେଶ ଭ୍ରମଣ କରିବା ସମୟରେ ଅକ୍ଷୟ ଶକ୍ତି ସମ୍ପର୍କରେ କ୍ଲାସ ଆୟୋଜନ କରୁଥିଲେ ଓ ଲୋକମାନଙ୍କୁ ପରିବେଶ ସହନୀୟ ଜୀବନଶୈଳୀର ମହତ୍ତ୍ୱ ସମ୍ପର୍କରେ ଶିକ୍ଷା ଦେଉଥିଲେ। ଏବେ ଅବୈତନିକ ଛୁଟିରେ ରହି ସୋଲାର ବସ୍‌ରେ ୨୦୨୦ରୁ ‘ଶକ୍ତି ସ୍ବରାଜ ଯାତ୍ରା’ ଆରମ୍ଭ କରିଛନ୍ତି। ଏହା ୨୦୩୦ ଯାଏ ଚାଲିବ। ଏହି ବସ୍‌ରେ ୮ଟି ସୋଲାର ପ୍ୟାନେଲ ଲାଗିଛି। ଏଯାବତ୍‌ ସେ ସାରା ଦେଶରେ ଜଳବାୟୁ ସମ୍ପର୍କିତ ୬୦୦ କ୍ଲାସ୍‌ କରିସାରିଲେଣି। ସେ ମଧ୍ୟପ୍ରଦେଶର ଏକ ଗାଁରେ ଗୋଟିଏ ସ୍କୁଲ୍‌ ଆରମ୍ଭ କରିଛନ୍ତି, ଯାହା ସମ୍ପୂର୍ଣ୍ଣ ସୌରଶକ୍ତିରେ ଚାଲୁଛି। ସେଠାରେ ସେ ଗ୍ରାମବାସୀଙ୍କୁ ସୋଲାର ଲାଣ୍ଟିନ ତିଆରି କରିବା କୌଶଳ ଶିିକ୍ଷା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି…

ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ…

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri