ଏଇ ଭାରତରେ

ସୋଲାର ବା ସୌରଶକ୍ତିକୁ ବିକଳ୍ପ ଭାବେ ବ୍ୟବହାର କରିବାରେ ଚେତନ ସୋଲାଙ୍କିଙ୍କ ପ୍ରୟାସ ପ୍ରଶଂସନୀୟ। ବରଓ୍ବାନୀ ନିବାସୀ ସୋଲାଙ୍କି ଆଇଆଇଟି ମୁମ୍ବାଇର ଜଣେ ପ୍ରଫେସର । ସେ ଲୋକମାନଙ୍କ ମଧ୍ୟରେ ସୌରଶକ୍ତିର ଗ୍ରହଣୀୟତା ବଢ଼ାଇବା ପାଇଁ ‘ଶକ୍ତି ସ୍ବରାଜ ଯାତ୍ରା’ ଆରମ୍ଭ କରିଛନ୍ତି। ଏକ ସୌର ଚାଳିତ ବସ୍‌ରେ ମଧ୍ୟପ୍ରଦେଶରୁ ସେ ଏହି ଯାତ୍ରା ଆରମ୍ଭ କରି ସାରାଦେଶ ଭ୍ରମଣ କରୁଛନ୍ତି। ଏଥିପାଇର୍ଁ ସୋଲାଙ୍କିଙ୍କୁ ‘ସୋଲାର ଗାନ୍ଧୀ’ କୁହାଯାଉଛି। ସେ ୟୁରୋପରେ ଅକ୍ଷୟ ଶକ୍ତି ଉପରେ ଗବେଷଣା କରି ୨୦୦୪ରେ ଭାରତ ଫେରିବା ପରେ ସେ ଉକ୍ତ ବିଷୟରେ ଲୋକଙ୍କୁ ସଚେତନ କରିବାକୁ ଯୋଜନା କରିଥିଲେ। ପ୍ରଫେସର ଥିବାବେଳେ ସେ ୧୧ ବର୍ଷ ଧରି ଅସ୍ଥାୟୀ ବସ୍‌ରେ ଦେଶ ଭ୍ରମଣ କରିବା ସମୟରେ ଅକ୍ଷୟ ଶକ୍ତି ସମ୍ପର୍କରେ କ୍ଲାସ ଆୟୋଜନ କରୁଥିଲେ ଓ ଲୋକମାନଙ୍କୁ ପରିବେଶ ସହନୀୟ ଜୀବନଶୈଳୀର ମହତ୍ତ୍ୱ ସମ୍ପର୍କରେ ଶିକ୍ଷା ଦେଉଥିଲେ। ଏବେ ଅବୈତନିକ ଛୁଟିରେ ରହି ସୋଲାର ବସ୍‌ରେ ୨୦୨୦ରୁ ‘ଶକ୍ତି ସ୍ବରାଜ ଯାତ୍ରା’ ଆରମ୍ଭ କରିଛନ୍ତି। ଏହା ୨୦୩୦ ଯାଏ ଚାଲିବ। ଏହି ବସ୍‌ରେ ୮ଟି ସୋଲାର ପ୍ୟାନେଲ ଲାଗିଛି। ଏଯାବତ୍‌ ସେ ସାରା ଦେଶରେ ଜଳବାୟୁ ସମ୍ପର୍କିତ ୬୦୦ କ୍ଲାସ୍‌ କରିସାରିଲେଣି। ସେ ମଧ୍ୟପ୍ରଦେଶର ଏକ ଗାଁରେ ଗୋଟିଏ ସ୍କୁଲ୍‌ ଆରମ୍ଭ କରିଛନ୍ତି, ଯାହା ସମ୍ପୂର୍ଣ୍ଣ ସୌରଶକ୍ତିରେ ଚାଲୁଛି। ସେଠାରେ ସେ ଗ୍ରାମବାସୀଙ୍କୁ ସୋଲାର ଲାଣ୍ଟିନ ତିଆରି କରିବା କୌଶଳ ଶିିକ୍ଷା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାପପୁଣ୍ୟର ଦ୍ୱନ୍ଦ୍ୱ

ରମେଶ ଚନ୍ଦ୍ର ସାମଲ କଥାରେ ଅଛି-ଲାଉ ଲଗେଇଲେ ଚଣା ଫଳେନା କିମ୍ବା ଚଣା ଲଗେଇଲେ ଲାଉ ଫଳେନା। କର୍ମ ନେଇ ଫଳ। ଆଜି କରିଥିବା କର୍ମର...

ଏଇ ଭାରତରେ

ବାଉଁଶରେ ତିଆରି ଟିଫିନ୍‌ ବକ୍ସ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ମଣିପୁରର ଜିଙ୍ଗଖାଁପଉ ତିଆରି କରୁଛନ୍ତି ଏମିତିକା ଟିିଫିନ ବକ୍ସ। ଶୁଖିଲା ଓ...

ଏଇ ଭାରତରେ

ଖାଦ୍ୟଶସ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସବୁଜ ବିପ୍ଳବ ଜାରି ରହିଥିବାବେଳେ ବିହାରରେ ଛତୁ ବିପ୍ଳବ ଆରମ୍ଭ କରିଛନ୍ତି ଡ. ଦୟାରାମ। ସେ ସମସ୍ତିପୁରସ୍ଥ ଡ. ରାଜେନ୍ଦ୍ର...

ଏଇ ଭାରତରେ

ଓକିଲାତି ଛାଡ଼ି ଘରଦ୍ୱାର ଜମିବାଡ଼ି ବିକ୍ରି କରି ମାଗଣାରେ ହେଲ୍‌ମେଟ ବାଣ୍ଟୁଛନ୍ତି ରାଘବେନ୍ଦ୍ର କୁମାର। ତାଙ୍କୁ ମଧ୍ୟ ଭାରତର ‘ହେଲ୍‌ମେଟ ମ୍ୟାନ’ ବୋଲି କୁହାଯାଉଛି। ସେ...

ଭଲ ମଣିଷ ସନ୍ଧାନରେ

ଲଲାଟ କେଶରୀ ନାୟକ ଆଚାର୍ଯ୍ୟ ଚାଣକ୍ୟ ଏକାଧାରରେ ଜଣେ ନୈଷ୍ଠିକ ବ୍ରାହ୍ମଣ, ଶିକ୍ଷକ, ଦାର୍ଶନିକ, ଅର୍ଥନୀତିଜ୍ଞ ଏବଂ ଜଣେ ଭଲ ଉପଦେଷ୍ଟା ଥିଲେ। ଆର୍ଯ୍ୟ ସଭ୍ୟତା...

ଘୁଣଖିଆ ଗଣତନ୍ତ୍ର

ଡ. ପ୍ରଫୁଲ୍ଲ କୁମାର ସାହୁ   ବିଶ୍ୱବ୍ୟାପୀ ରାଜନୀତି ବିଶାରଦମାନଙ୍କ ମତରେ ଗଣତନ୍ତ୍ର ହେଉଛି ସବୁଠାରୁ ଭଲ ଶାସନବ୍ୟବସ୍ଥା। ସେଥିପାଇଁ ସ୍ବାଧୀନ ଭାରତବର୍ଷରେ ଗଣତନ୍ତ୍ରକୁ ମନ୍ତ୍ରକରି...

ଏଇ ଭାରତରେ

ଭୋପାଳରେ ଦେଶର ପ୍ରଥମ ଛାଡ଼ପତ୍ର ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ୧୮ ଜଣ ପୁରୁଷ ଏବଂ ସେମାନଙ୍କ ପରିବାର ଅନ୍ତର୍ଭୁକ୍ତ ହେବେ, ଯେଉଁମାନେ ଛାଡ଼ପତ୍ର...

ମହାତ୍ମା ସାଧନ, ମହାତ୍ମା କଷଣ…

ତୁଷାରକାନ୍ତ ଆଜନ୍ମ ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀ ସେତେବେଳକୁ ଚାହିଁ ଏକ ଥିଲାବାଲା ପରିବାରରେ ଜନ୍ମଗ୍ରହଣ କରି ନିଜ ପରିବାରର ସମ୍ପତ୍ତି ବଢ଼େଇବାରେ ବ୍ରତୀ ନ...

Advertisement
Archives

Model This Week