ଏଇ ଭାରତରେ

ଶିକ୍ଷା ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଓ ଶିକ୍ଷା ବିନା ସଶକ୍ତ ନାଗରିକ ହେବା ଅସମ୍ଭବ; ଯାହା ହୃଦୟଙ୍ଗମ କରିଛନ୍ତି ପଞ୍ଜାବର ସୁଖପାଲ ସିଂ ସିଦ୍ଧୁ। ପଞ୍ଜାବ ଭଟିଣ୍ଡା ନିକଟବର୍ତ୍ତୀ ନାନ୍‌ଥାନ ଅଞ୍ଚଳର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି ସୁଖପାଲ। ସ୍କୁଲ୍‌ ଦାୟିତ୍ୱ ସମ୍ଭାଳିବା ସହ ସେ ରାସ୍ତା କଡ଼ରେ ରହୁଥିବା ପିଲାମାନଙ୍କ ପାଇଁ ଫୁଟ୍‌ପାଥ୍‌ ସ୍କୁଲ ଖୋଲିଛନ୍ତି। ରାସ୍ତାକଡ଼ରେ ରହି ଭିକ୍ଷା ମାଗୁଥିବା ଓ କେବେ ବି ସ୍କୁଲ ଦେଖି ନ ଥିବା ଏହି ପିଲାମାନଙ୍କୁ ସେ ଭଟିଣ୍ଡାର ଏକ ଛକରେ ପଢାଉଛନ୍ତି। ଜିଲା ଶିକ୍ଷା ଅଧିକାରୀଙ୍କଠାରୁ ଅନୁମତି ନେଇ ସେ ଏହି କ୍ଲାସ୍‌ ଜୁଲାଇ ୨୦୨୨ରେ ଆରମ୍ଭ କରିଛନ୍ତି। ନିଜ ସ୍କୁଲ ଦାୟିତ୍ୱ ଶେଷ ପରେ ତାଙ୍କ ସ୍ତ୍ରୀ ସିନ୍ଦରପାଲ କୌର ସିଦ୍ଧୁଙ୍କ ସହ ପ୍ରତିଦିନ ଅପରାହ୍ନରେ ପିଲାମାନଙ୍କୁ ପଢ଼ାଉଛନ୍ତି। ପ୍ରଥମେ ତାଙ୍କ ପାଖକୁ ୫ ଜଣ ପିଲା ଆସିଥିଲେ, ଏବେ ୨୨ ଜଣ ଆସୁଛନ୍ତି। କେବଳ ଏତିକି ନୁହେଁ ସୁଖପାଲ ତାଙ୍କ ସରକାରୀ ସ୍କୁଲରେ ପିଲାମାନଙ୍କ ପାଇଁ ଉଚ୍ଚମାନର ଘରୋଇ ବିଦ୍ୟାଳୟର ସୁବିଧା ଉପଲବ୍ଧ କରାଇପାରିଛନ୍ତି। ଏସ୍‌ସିଠାରୁ ଆରମ୍ଭ କରି ଅନ୍ୟ ସବୁ ସୁବିଧା ଲାଗି ସବୁ ଖର୍ଚ୍ଚ ନିଜେ କରିଛନ୍ତି। ଏଥିରେ ତାଙ୍କ ସାଥୀ ଶିକ୍ଷକମାନେ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?