Posted inଜାତୀୟ

ଅତ୍ୟଧିକ ଆଣ୍ଟିବାୟୋଟିକ୍‌ ବ୍ୟବହାର କରୁଛନ୍ତି ଭାରତୀୟ: ଲାନ୍‌ସେଟ୍‌

ନୂଆଦିଲ୍ଲୀ, ୭ା୯: କୋଭିଡ୍‌-୧୯ ମହାମାରୀବେଳେ ଡୋଲୋ-୬୫୦ ଟାବ୍‌ଲେଟ୍‌ର ବହୁଳ ବ୍ୟବହାର ବିତର୍କକୁ ଆସିଥିବାବେଳେ ଏବେ ଭାରତୀୟଙ୍କ ଆଣ୍ଟିବାୟୋଟିକ୍‌ ଔଷଧ ସେବନ ଉଦ୍‌ବେଗଜନକ ହୋଇଛି। ୨୦୧୯ରେ ଭାରତରେ ବ୍ୟବହୃତ ଟାବ୍‌ଲେଟ୍‌ ମଧ୍ୟରୁ ସର୍ବାଧିକ ହେଉଛି ଆଜିଥ୍ରୋମାଇସିନ୍‌। ଏ ନେଇ ଲାନ୍‌ସେଟ୍‌ ରିଜିଓନାଲ ହେଲ୍‌ଥ ସାଉଥ୍‌ଇଷ୍ଟ ଏସିଆ ପତ୍ରିକାରେ ରିପୋର୍ଟ ପ୍ରକାଶ ପାଇଛି। ଚିନ୍ତାର ବିଷୟ ହେଉଛି ଘରୋଇ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଆଣ୍ଟିବାୟୋଟିକ୍‌ ଔଷଧ ମଧ୍ୟରୁ ୪୭%କୁ କେନ୍ଦ୍ରୀୟ ଡ୍ରଗ୍‌ ନିୟନ୍ତ୍ରକଙ୍କ ମଞ୍ଜୁରୀ ମିଳିନାହିଁ।
ବିକ୍ରି ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖାଯିବା ପାଇଁ ଗାଇଡ୍‌ଲାଇନ୍‌ ଅଣାଯିବା ଉଦ୍ଦେଶ୍ୟରେ ଏହି ଅଧ୍ୟୟନ କରାଯାଇଥିଲା। ବୋଷ୍ଟନ ୟୁନିଭର୍ସିଟି ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ସହ ପବ୍ଲିକ୍‌ ହେଲ୍‌ଥ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ, ନୂଆଦିଲ୍ଲୀର ସେନ୍ଥିଲ ଗଣେଶ ଏବଂ ଶକ୍ତିଭେଲ୍‌ ସେଲଭରାଜ୍‌ଙ୍କ ଦ୍ୱାରା ଏହି ଗବେଷଣା କରାଯାଇଛି। ଏଥିପାଇଁ ଗବେଷକମାନେ ଫାର୍ମା-ଟ୍ରାକ୍‌ର ତଥ୍ୟକୁ ବିଶ୍ଲେଷଣ କରିଥିଲେ। ପ୍ରାୟ ୫ ହଜାର ଫାର୍ମାସ୍ୟୁଟିକାଲ୍‌ (ଔଷଧ ପ୍ରସ୍ତୁତକାରୀ) କମ୍ପାନୀର ଉତ୍ପାଦ ରଖୁଥିବା ୯ ହଜାର ଷ୍ଟକିଷ୍ଟଙ୍କ ଠାରୁ ଡାଟା ସଂଗ୍ରହ କରାଯାଇଥିଲା। ସାଧାରଣତଃ ଶରୀରରେ ଜୀବାଣୁ ବା ବ୍ୟାକ୍ଟେରିଆଜନିତ ସଂକ୍ରମଣ ରୋକିବା ପାଇଁ ଆଣ୍ଟିବାୟୋଟିକ୍‌ ବ୍ୟବହାର କରାଯାଏ। ରିସର୍ଚ୍ଚରୁ ଜଣାପଡ଼ିଛି, ଆଜିଥ୍ରୋମାଇସିନ୍‌ ୫୦୦ ଏମ୍‌ଜିଙ୍କୁ ଭାରତରେ ସର୍ବାଧିକ ସେବନ କରାଯାଇଥିବାବେଳେ ଏହା ତଳକୁ ସେଫିକ୍ସିମି ୨୦୦ ଏମ୍‌ଜି ଟାବ୍‌ଲେଟ୍‌ ରହିଛି। ଆମେରିକା, ୟୁରୋପ ଭଳି ଭାରତରେ ଆଣ୍ଟିବାୟୋଟିକ୍‌ ବ୍ୟବହାରର ତଦାରଖ କରିବା ପାଇଁ କୌଣସି ବିଧିବଦ୍ଧ ବ୍ୟବସ୍ଥା ନାହିଁ। ଘରୋଇ ସେକ୍ଟରରେ ୮୫ରୁ ୯୦% ଆଣ୍ଟିବାୟୋଟିକ୍‌ ବ୍ୟବହାର କରାଯାଉଛି। ଔଷଧ ସେବନକୁ ଏହାର ମୂଲ୍ୟ, ସଂଖ୍ୟା ଓ ଡାକ୍ତରଙ୍କ ଦ୍ୱାରା ନିର୍ଦ୍ଧାରିତ ପରିମାଣ ଆଧାରରେ ହିସାବ କରାଯାଇଥାଏ। ଏହା ବିଭିନ୍ନ ଦେଶ ଓ ଅଞ୍ଚଳରେ ଭିନ୍ନ ଭିନ୍ନ ରହିଥାଏ। ଅନ୍ତର୍ଜାତୀୟ ସ୍ତରରେ ଏହାର ଆକଳନ ପାଇଁ ଡିଫାଇଣ୍ଡ ଡେଲି ଡୋଜ୍‌ (ଡିଡିଡି) ପ୍ରସ୍ତୁତ କରାଯାଇଛି। ବୟସ୍କମାନେ ଏକ ନିର୍ଦ୍ଦିଷ୍ଟ ଔଷଧକୁ ଦୈନିକ ହାରାହାରି କେତେ ମାତ୍ରାରେ ସେବନ କରନ୍ତି ତାହା ଏହି ମାପକାଠିରୁ ସ୍ପଷ୍ଟ ହୋଇଥାଏ। ରିପୋର୍ଟ ଅନୁଯାୟୀ, ୨୦୧୯ରେ ଏହା ୫,୦୭୧ ନିୟୁତ (୧୦.୪ ଡିଡିଡି/୧୦୦୦/ଦୈନିକ)ଥିଲା। ମଞ୍ଜୁରୀ ମିଳି ନ ଥିବା ଏବଂ ବହୁମାତ୍ରାରେ ବ୍ୟବହାର ହୋଇଥିବା ଆଣ୍ଟିବାୟୋଟିକ୍‌ ମଧ୍ୟରେ ସେଫାଲୋସ୍ପୋରିନ୍ସ, ମାକ୍ରୋଲାଇଡ୍‌ସ, ପେନିସିଲିନ୍‌ ତାଲିକାର ଶୀର୍ଷରେ ରହିଛି। ଲୋକେ ମନଇଚ୍ଛା ତଥା ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍‌ ଖାଉଛନ୍ତି। ଏହା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଅନେକ ସମସ୍ୟା ସୃଷ୍ଟି କରୁଛି। ତେଣୁ ମଞ୍ଜୁରୀପ୍ରାପ୍ତ ଔଷଧର ବିକ୍ରି ଓ ବ୍ୟବହାରକୁ ଗୁରୁତ୍ୱ ଦିଆଯିବା ସହ ସ୍ବତନ୍ତ୍ର ଗାଇଡ୍‌ଲାଇନର ଆବଶ୍ୟକତା ରହିଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କାଙ୍କ ଅନୁରୋଧ ରଖିଲେ ମୋଦି

ନୂଆଦିଲ୍ଲୀ,୧୫।୭: ସରକାରୀ ବଙ୍ଗଳା ଖାଲିକରିବା ଲାଗି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ପ୍ରିୟଙ୍କାଙ୍କ ଅନୁରୋଧକ୍ରମେ ପ୍ରଧାନମନ୍ତ୍ରୀ ମୋଦି ଆଉ...

‘୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ଦେଶ’

ନୂଆଦିଲ୍ଲୀ,୩ା୯: ଦେଶର ଆର୍ଥିକ ଅଭିବୃଦ୍ଧିକୁ ମୋଦି ସରକାରଙ୍କ ୯ ବର୍ଷର ରାଜନୈତିକ ସ୍ଥିରତାର ଏକ ‘ସ୍ବାଭାବିକ ସହ-ଉତ୍ପାଦ’ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଶୁଭେନ୍ଦୁ ଅଧିକାରୀ ବିଧାନସଭାରୁ ନିଲମ୍ବନ ପରେ ପ୍ରତ୍ୟାହୃତ ହେଲା ନିର୍ଦ୍ଦେଶ

କୋଲକାତା,୧୩।୨: ଆକ୍ଷେପମୂଳକ ମନ୍ତବ୍ୟ ପାଇଁ ନନ୍ଦିଗ୍ରାମର ଭାଜପା ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ସୋମବାର ନିଲମ୍ବନ କରିଥିଲେ। ତେବେ କିଛି ସମୟ ପରେ...

ଦିନକ ମଧ୍ୟରେ ଉତ୍ତର ଦିଅ

ନୂଆଦିଲ୍ଲୀ,୭।୧: ପଞ୍ଜାବର ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଉପରେ ଭଠିଣ୍ଡା ପୋଲିସକୁ ନୋଟିସ ଜାରି କରିଛି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। ଉତ୍ତର...

ଭିନ୍ନମତ ଦେଶଦ୍ରୋହ ନୁହେଁ

ନୂଆଦିଲ୍ଲୀ,୪ା୩(ପି.ଟି.): ସରକାରଙ୍କ ଆଭିମୁଖ୍ୟଠାରୁ ଭିନ୍ନମତ ପୋଷଣ କରିବା ଦେଶଦ୍ରୋହ ପଦବାଚ୍ୟ ହେବ ନାହିଁ ବୋଲି ବୁଧବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌...

ଦିଲ୍ଲୀରେ ‘ବିଟିଂ ଦ ରିଟ୍ରିଟ୍‌’ ଉତ୍ସବ ସମାପନ

ନୂଆଦିଲ୍ଲୀ,୨୯।୧: ଦିଲ୍ଲୀର ରାଜପଥରେ ବୁଧବାର ସନ୍ଧ୍ୟାରେ ‘ବିଟିଂ ଦ ରିଟ୍ରିଟ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରାଇସିନା ରୋଡ୍‌ସ୍ଥିତ ରାଷ୍ଟ୍ରପତି ଭବନ ସାମ୍ନାରେ ଏହାର ପ୍ରଦର୍ଶନ ସହ...

ଚୌରାସିଆଙ୍କୁ ଲିଜେଣ୍ଡ ଅଫ୍‌ ଇଣ୍ଡିଆ ଲାଇଫଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ

ନୂଆଦିଲ୍ଲୀ,୧୯ା୮: ଖ୍ୟାତନାମା ବଂଶୀବାଦକ ହରିପ୍ରସାଦ ଚୌରାସିଆ, କଥକ ପ୍ରସାରକ କୁମୁଦିନୀ ଲାଖିଆ, ଚିତ୍ରକାର ଗୁଲାମ୍‌ ମହମ୍ମଦ ଶେଖ୍‌ ଏବଂ ଅଭିନେତା-ନିର୍ଦ୍ଦେଶକ ରୁଦ୍ରପ୍ରସାଦ ସେନଗୁପ୍ତ ୨୦୨୨ ବର୍ଷ...

ୟୁପି ବିଧାନସଭା ନିର୍ବାଚନ: ୪୮ ଘଣ୍ଟାରେ ଭାଜପାର ୬ ବିଧାୟକ ଦେଲେ ଇସ୍ତଫା

ଲକ୍ଷ୍ନୌ,୧୩ ।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି...

Advertisement
Archives

Model This Week