ଏଇ ଭାରତରେ

ସୁରଟ ମାଣ୍ଡ୍ବି ଜିଲାର ଏକ ଛୋଟ ଗାଁ ଦଡ଼ବାଡାରୁ ଆରମ୍ଭକରି ଅହମ୍ମଦାବାଦ ସ୍ଥିତ ଗୁଜରାଟ ବିଦ୍ୟାପୀଠରେ ପଢ଼ିବା ଯାଏ ଅଶୋକ ଚୌଧୁରୀଙ୍କ ଜୀବନଯାତ୍ରା ସମସ୍ୟାରେ ଭରି ରହିଥିଲା। ଅର୍ଥାଭାବ ଓ ଗୋଟିଏ ଆଖିର ଦୃଷ୍ଟିଶକ୍ତି ହରାଇବା କାରଣରୁ ଅଧିକ ପଢ଼ିପାରି ନ ଥିଲେ ବି ସେ ଅସହାୟ ପିଲାମାନଙ୍କ ଜୀବନରେ ସୁଖ ଭରିବାରେ ଲାଗିଛନ୍ତି। ତାଙ୍କ ଗାଁ ପାଖ କରୁଠା ସରକାରୀ ସ୍କୁଲରେ ତାଙ୍କ ଆଶ୍ରମର ପିଲାମାନେ ପଢୁଛନ୍ତି। ଏହି ପିଲାମାନେ କୌଣସି କାରଣରୁ ପଢ଼ା ଛାଡ଼ି ଦେଇଥିଲେ।
କିନ୍ତୁ ଅଶୋକ ପିଲାମାନଙ୍କ ଅଭିଭାବକଙ୍କୁ ବୁଝାଇ ସେମାନଙ୍କୁ ଆଶ୍ରମରେ ରଖିତ୍ ପଢ଼ାଉଛନ୍ତି। ପିଲାମାନେ ଆଶ୍ରମରେ ରହି ପଢ଼ିବା ସହ ଆମତ୍ନିର୍ଭର ହେବା ଲାଗି କୃଷି, ପଶୁପାଳନ, କମ୍ପ୍ୟୁଟର ଏବଂ ସିଲେଇ ଶିକ୍ଷା କରୁଛନ୍ତି। ପ୍ରଥମେ ଅଶୋକ ତାଙ୍କ ଗାଁ କମ୍ୟୁନିଟି ସେଣ୍ଟରରେ ପିଲାମାନଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ପରେ ଗାଁ ଲୋକଙ୍କ ସହାୟତା ଓ ସହରରୁ କିଛି ପାଣ୍ଠି ଯୋଗାଡ଼କରି ଏକ ଆଶ୍ରମ ଗୃହ ନିର୍ମାଣ କଲେ। ସେଠାରେ ପ୍ରଥମେ ୧୭ ଜଣ ପିଲାଙ୍କୁ ପଢ଼ାଉଥିଲେ। ଏବେ ତାଙ୍କ ଗାଁ ସ୍କୁଲରେ ଅଷ୍ଟମ ଯାଏ ପିଲା ପଢୁଛନ୍ତି ଓ ଆଶ୍ରମର ସବୁ ପିଲା ସେଠାକୁ ଯାଉଛନ୍ତି। ବର୍ତ୍ତମାନ ତାଙ୍କ ଆଶ୍ରମରେ ୬ରୁ ୧୭ ବର୍ଷ ବୟସ ଯାଏ ୧୪୩ ପିଲା ରହୁଛନ୍ତି। ଆଶ୍ରମରେ ପିଲାମାନଙ୍କୁ ରଖି ସେମାନଙ୍କ ଖାଇବା, ପୋଷାକ ଓ ଅନ୍ୟ ଖର୍ଚ୍ଚ ମଧ୍ୟ ସେ ବହନ କରୁଛନ୍ତି। ଏଥିପାଇଁ ବହୁ ବଦାନ୍ୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri