ଏଇ ଭାରତରେ

ଶିକ୍ଷକତା ଛାଡ଼ି ବର୍ଷକୁ ଗୋପାଳନ ଓ ଜୈବିକ ଚାଷରୁ ୭୦ ଲକ୍ଷ ଟଙ୍କା ରୋଜଗାର କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶର ଶିକ୍ଷୟିତ୍ର ମିଲନ ଶର୍ମା। ଫରିଦାବାଦରରେ ରହନ୍ତି ମିଲନ। ସେ ପ୍ରଥମେ ଆମିଟି ଇଣ୍ଟର୍‌ନ୍ୟାଶନାଲ ସ୍କୁଲରେ ଜର୍ମାନୀ ଭାଷାର ଶିକ୍ଷୟିତ୍ରୀ ଥିଲେ। ୨୦୧୭ରେ ଏହାକୁ ଛାଡ଼ି ସେ ତାଙ୍କ ସ୍ବାମୀ ଚେତନ ଶର୍ମାଙ୍କ ସହ ମିଶି ‘ରେଭ୍‌ନାର ଫାର୍ମ’ ପ୍ରତିଷ୍ଠା କରିଛନ୍ତି। ୫୦ଟି ଗାଈ ଓ ୭୦ ବାଛୁରୀ ରଖିଛନ୍ତି ଫାର୍ମରେ। କେବଳ ଗୋପାଳନ ନୁହେଁ, ମିଲନ ମଧ୍ୟ ଜୈବିିକ ଚାଷ କରୁଛନ୍ତି। ୨୧ ଏକର ଜମିରେ ଶସ୍ୟ, ଡାଲି ଚାଷ କରୁଛନ୍ତି। ଏହାକୁ ସେ ସିଧାସଳଖ କିମ୍ବା ତାଙ୍କ ଓ୍ବେବ୍‌ସାଇଟରେ ବଜାରରେ ବିକ୍ରି କରୁଛନ୍ତି। ମିଲନ ଜୈବିକ ଖତ ବି ପ୍ରସ୍ତୁତ କରି ଚାଷରେ ବ୍ୟବହାର କରୁଛନ୍ତି। ଗୋ ମୂତ୍ର, ରସୁଣ, ଲଙ୍କା ଆଦିକୁ ନେଇ କୀଟନାଶକ ତିଆରି କରି ତାହାକୁ ପ୍ରୟୋାଗ କରୁଚନ୍ତି। ସବୁଠୁ ବଡ଼ କଥା ହେଉଛି ଫାର୍ମରେ ସବୁ କିଛି କାର୍ଯ୍ୟ ସୌରଶକ୍ତି ଦ୍ୱାରା ହେଉଛି। ଏଥିପାଇଁ ମିିଲନ ୮ କିଲୋଓ୍ବାଟ୍‌ ଗ୍ରୀଡ୍‌ ସୋଲାର ସିଷ୍ଟମ୍‌ ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ପୋରେଟ୍‌ ହାତରେ ବ୍ୟାଙ୍କ୍‌ କେତେ ସୁରକ୍ଷିତ

ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ ଦେଶରେ ନିଜସ୍ବ ବ୍ୟାଙ୍କ୍‌ ଖୋଲିବା ପାଇଁ ବଡ଼ କର୍ପୋରେଟ୍‌ଗୁଡ଼ିକୁ ଅନୁମତି ଦେବା ସମ୍ପର୍କରେ ପ୍ରସ୍ତାବ ଦିଆଯାଇଛି।...

ସାର୍‌ ମାଡାମ୍‌ ନୁହେଁ, ଟିଚର

ଭାରତର ଅନ୍ୟତମ ଆଗୁଆ ରାଜ୍ୟ କେରଳ। ଏଣିକି ସେଠାରେ ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରମାନେ ସେମାନଙ୍କର ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ ମାଡାମ୍‌ କିମ୍ବା ସାର୍‌ ବଦଳରେ କେବଳ ଟିଚର...

ଏଇ ଭାରତରେ

ଉତ୍ତରପ୍ରଦେଶ ବରେଲିର ଇଜ୍ଜତନଗର ଥାନା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚକିତ କଲାଭଳି। ନୁରୁଲ ହାସନ ନାମକ ଜଣେ ରିକ୍ସା ଚାଳକ...

ଅବଦୁଲ୍‌ କଲାମ ଓ ଓଡ଼ିଶା

ଅଲେଖ ଚନ୍ଦ୍ର ସାମଲ ମହାନ୍‌ ବୈଜ୍ଞାନିକ ତଥା ଭାରତ ରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ କିଏ କହୁଥିଲା ଅଗ୍ନିପୁରୁଷ, କିଏ କହୁଥିଲା ପୃଥ୍ବୀର ପାର୍ଥ।...

କିଏ ଆପଣା, କିଏ ପର

ଦେବାଶିଷ ରଥ ନବାଗତର ଆଗମନରେ ପରିବାରରେ ଆନନ୍ଦର ଲହରି ଖେଳିଯାଏ। ହୋଇପାରେ ସିଏ ପୁଅ କିମ୍ବା ଝିଅ। ଅବଶ୍ୟ ଝିଅ ଅପେକ୍ଷା ପୁଅର ଆଗମନରେ ଆନନ୍ଦର...

ତେଲ ବ୍ୟସ୍ତ କରୁଛି

ଭାରତର କେତେକ ପ୍ରାନ୍ତରରେ ପେଟ୍ରୋଲ ଓ ଡିଜେଲ ଦର ଶତକ ଛୁଇଁଥିବା ବେଳେ ଓଡ଼ିଶା ସେହି ଦିଗରେ ମୁହଁାଇଛି। ଏହି ସମୟରେ ଏଲ୍‌ପିଜି ମୂଲ୍ୟ ୫୦...

ସମ୍ପର୍କରେ ସଂଶୟ

ବିଗତ ଦୁଇ ଦଶନ୍ଧି ମଧ୍ୟରେ ଆମେରିକା-ଭାରତ ଦ୍ୱିପାକ୍ଷିକ ସମ୍ପର୍କ ଯେଭଳି ଶୀଘ୍ର ମଜଭୁତ ହୋଇଛି ତାହା ତୁଳନାରେ ଅନ୍ୟ କୌଣସି ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ସେଭଳି...

ଏଇ ଭାରତରେ

ନିଜର ଦୈନିକ ଆୟ କମ୍‌, କିନ୍ତୁ ପ୍ରତିଦିନ ୪୦୦ ଲୋକଙ୍କୁ ୫ ଟଙ୍କାରେ ମିଲ୍‌ ଯୋଗାଇ ଦେଉଛନ୍ତି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ତାମିଲନାଡୁର ତ୍ରିଚିର...

Advertisement
Archives

Model This Week