ଏଇ ଭାରତରେ

ପିଲାଟିର ନାମ ପି. ନିରଞ୍ଜନ। ବୟସ ୧୧। ପଢୁଛନ୍ତି ୬ଷ୍ଠ ଶ୍ରେଣୀରେ। କିନ୍ତୁ ସେ କେରଳର କୃଷି ବିଭାଗ ଦ୍ୱାରା ଏର୍ନାକୁଲମ ଜିଲାର ବେଷ୍ଟ ଷ୍ଟୁଡେଣ୍ଟ ଫାର୍ମର ପୁରସ୍କାର ପାଇସାରିଛନ୍ତି। ନିରଞ୍ଜନଙ୍କ କୃଷିମନସ୍କତା ତାଙ୍କୁ ଏଭଳି ସଫଳତା ଦେଇଛି। ସେ ତାଙ୍କ ଅଗଣାରେ ଏକ ବଗିଚା କରି ସେଥିରୁ ବିଭିନ୍ନ ପ୍ରକାର ପରିବା, ଫଳ ଓ ଫୁଲ ଉପତ୍ାଦନ କରୁଛନ୍ତି। ସେ ଅପରାହ୍ନରେ ଦୁଇରୁ ତିନିଘଣ୍ଟା ସମୟ ବଗିଚା ପାଇଁ ଦେଉଛନ୍ତି। ପରିବାରର ଆବଶ୍ୟକତା ପୂରଣ ହେବା ପରେ ବଳକା ଉପତ୍ାଦକୁ ସେ ପଡ଼ୋଶୀ ଏବଂ ଅନ୍ୟମାନଙ୍କୁ ଦେଉଛନ୍ତି। ଏହା ବ୍ୟତୀତ ସେ ନିଜସ୍ବ ଉଦ୍ୟମରେ ଏକପ୍ରକାର ଜୈବିକ ସାର ପ୍ରସ୍ତୁତ କରୁଛନ୍ତି, ଯାହା ଗଛକୁ ବଢ଼ିବାରେ ଖୁବ୍‌ ସହାୟକ ହେଉଥିବା କୃଷି ବିଭାଗ ଦ୍ୱାରା ପ୍ରମାଣିତ ହୋଇଛି। ନିମ୍ବ ଓ ବାଦାମ ପିଡ଼ିଆ, ଗୋବର ଆଦି ମିଶାଇ ସେ ଏହି ସାର ପ୍ରସ୍ତୁତ କରୁଛନ୍ତି। ନିରଞ୍ଜନ କୋଟ୍ଟୁଭାଲିର ଛବରା ଦର୍ଶନ ସିଏମ୍‌ଆଇ ପବ୍ଲିକ ସ୍କୁଲରେ ପଢୁଛନ୍ତି। ସେଠାରେ ମଧ୍ୟ ସ୍କୁଲ ପକ୍ଷରୁ ଜୈବିକ ଚାଷ କରାଯାଉଛି। ସ୍କୁଲରେ ଏକ ଇକୋ ଶପ୍‌ ରହିଛି, ଯେଉଁଠି କୃଷି ଉପତ୍ାଦ ବିକ୍ରି କରାଯାଉଛି। ସ୍କୁଲରେ ଏଥିଲାଗି ଏକ ନେଚର କ୍ଲବ କରାଯାଇଛି ଓ ନିରଞ୍ଜନ ଏହାର ସେକ୍ରେଟାରି ରହିଛନ୍ତି। ତାଙ୍କ ମାତାପିତା ଓ ଜେଜେଙ୍କ କୃଷି ପ୍ରତି ରହିଥିବା ରୁଚିକୁ ଲକ୍ଷ୍ୟ କରି କୃଷି କାର୍ଯ୍ୟରେ ଲାଗିଛନ୍ତି ବୋଲି କୁହନ୍ତି ନିରଞ୍ଜନ।


Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri