କାଶୀପୁରର ଝାଡ଼ାବାନ୍ତି ପ୍ରସଙ୍ଗ: ପାର୍ଲାମେଣ୍ଟରେ ଉଠାଇଲେ ସପ୍ତଗିରି

ରାୟଗଡ଼ା ଅଫିସ, ୧୩ା୮: ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ବ୍ୟାପିଥିବା ଝାଡ଼ାବାନ୍ତି ପ୍ରସଙ୍ଗକୁ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ପାର୍ଲାମେଣ୍ଟରେ ଉଠାଇଛନ୍ତି। ଜଳବାହିତ ରୋଗ ଏବଂ ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିବା ବିଷୟରେ ସରକାର ଅବଗତ ଅଛନ୍ତି କି ବୋଲି ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀଙ୍କୁ ସପ୍ତଗିରି ପ୍ରଶ୍ନ କରିଛନ୍ତି। ସେହିପରି ବାରମ୍ବାର ଉକ୍ତ ଅଞ୍ଚଳରେ ଲେକେ କଲେରାରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ରାୟଗଡ଼ାରେ ଆର୍‌ଏମ୍‌ଆର୍‌ସି ୟୁନିଟ ସ୍ଥାପନ ନେଇ ସରକାରଙ୍କ କୌଣସି ପ୍ରସ୍ତାବ ରହିଛି କି ଏବଂ ଝାଡ଼ାବାନ୍ତି ନିୟନ୍ତ୍ରଣ କରିବାକୁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ଏମ୍‌ପି ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ କୁହାଯାଇଛି, ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୦୫ ରୁ ୨୦୧୨ ପର୍ଯ୍ୟନ୍ତ ଆର୍‌ଏମ୍‌ଆର୍‌ସିର ଫିଲଡ ୟୁନିଟ କାର୍ଯ୍ୟକ୍ଷମ ଥିଲା। ଏହାପରେ ଲାବ୍‌ର ସମସ୍ତ ସାମଗ୍ରୀ ଏବଂ ଟେକ୍ନୋଲୋଜି ଜିଲା ଜନସ୍ବାସ୍ଥ୍ୟ ଲାବ୍‌କୁ ହସ୍ତାନ୍ତର କରାଯାଇଛି। ତାହା ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକ୍ଷମ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଅଗଷ୍ଟ ୧ ସୁଦ୍ଧା କାଶୀପୁର ବ୍ଲକରେ ଝାଡ଼ାବାନ୍ତିରେ ୧୦ ଗ୍ରାମରୁ ୯ ଜଣଙ୍କ ମୃତ୍ୟୁ ଘଟିଥିବା ଓଡ଼ିଶା ସରକାରଙ୍କ ପକ୍ଷରୁ ସୂଚନା ଦିଅଯାଇଥିବା ଉତ୍ତର ରଖାଯାଇଛି। ଅନ୍ୟପକ୍ଷରେ ରାୟଗଡ଼ାରେ ଯଦି ଆର୍‌ଏମ୍‌ଅର୍‌ସିର ୟୁନିଟ ରହିଛି ତେବେ ଆକ୍ରାନ୍ତଙ୍କ ମଳ ନମୁନା ଭୁବେନେଶ୍ୱରକୁ ପରୀକ୍ଷା ପାଇଁ କାହିଁକି ପଠାଯାଉଛି ଏବଂ ପ୍ରଥମେ ଡାଇରିଆ ବୋଲି ଜଣାପଡ଼ିଥିବାବେଳେ ପରେ ରିପୋର୍ଟରୁ କଲେରା ବୋଲି କେମିତି ସ୍ପଷ୍ଟ ହେଉଛି ବୋଲି କୋରାପୁଟ ଏମ୍‌ପି ପ୍ରଶ୍ନ କରିଥିଲେ। ତେବେ ରାୟଗଡ଼ାରେ ଆର୍‌ଏମ୍‌ଅର୍‌ସିର ୟୁନିଟ ରହିଥିବା ନେଇ ପାର୍ଲାମେଣ୍ଟରେ ରଖାଯାଇଥିବା ଉତ୍ତରରେ କେତେ ସତ୍ୟତା ରହିଛି ତାହା ସ୍ପଷ୍ଟ ହେଉ ନ ଥିବା ସପ୍ତଗିରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟରପଦା ସରପଞ୍ଚ ବହିଷ୍କୃତ

ପରଜଙ୍ଗ, ୨୧।୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ଅଭିଯୋଗ ଘଟଣାରେ ବହିଷ୍କୃତ ହୋଇଛନ୍ତି ସରପଞ୍ଚ ଦୁଃଶାସନ...

ପୂଜାରେ ସୀମିତ ରହିବ ତାରାତାରିଣୀଙ୍କ ଚୈତ୍ରଯାତ୍ରା

ଛତ୍ରପୁର/ବ୍ରହ୍ମପୁର ଅଫିସ, ୧୬ା୩(ଡି.ଏନ.ଏ.) କରୋନାର ଭୟାବହତା ନେଇ ଗଞ୍ଜାମରେ ସତର୍କତା ଅବଲମ୍ବନ ପାଇଁ ରବିବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଛତ୍ରପୁରସ୍ଥିତ ସମ୍ମିଳନୀ ଗୃହରେ ଏକ ଜରୁରୀ...

ପ୍ରେରଣା ସାଜିଛନ୍ତି ନନ୍ଦିନୀ

କେନ୍ଦୁଝର,୨୪ା୧୧(ଡି.ଏନ.ଏ.)-ବର୍ତ୍ତମାନ ଯୁଗରେ ପୁରୁଷମାନଙ୍କ ସହିତ ମହିଳାମାନେ ସବୁକ୍ଷେତ୍ରରେ ସମକକ୍ଷ ହେଲେଣି। ସାଧାରଣତଃ ମେଶିନ ଅପରେଟିଂ କିମ୍ବା କୌଣସି କଷ୍ଟସାଧ୍ୟ ଶ୍ରମଦାନ କ୍ଷେତ୍ରରେ ମହିଳାମାନେ ସାମାନ୍ୟ ପଛଘୁଞ୍ଚା...

କଦଳୀ ପତ୍ରରେ ଲକ୍ଷ୍ମୀଙ୍କ ପ୍ରତିଛବି

ଜଳେଶ୍ୱର, ୧୦ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ମୁଣୁତୁଣୀ ଗାଁର ଚିତ୍ରଶିଳ୍ପୀ ଅଜୟ କୁମାର ଘୋଷ ଗଜଲକ୍ଷ୍ମୀ ପୂଜା ଅବସରରେ ଏକ କଦଳୀପତ୍ରରେ ଲକ୍ଷ୍ମୀଙ୍କର ପ୍ରତିଛବି ନିଖୁଣ...

ବାରବାଟୀ ଷ୍ଟାଡିୟମରେ ପହଞ୍ଚିଲେ ୨ ଦଳର ଖେଳାଳି

କଟକ ଅଫିସ୍‌,୧୨।୫: କଟକର ବାରବାଟୀ ଷ୍ଟାଡିୟମରେ ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଉଭୟ ଦଳର ଖେଳାଳି...

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଅସୁସ୍ଥ

ଝରିଗାଁ,୨୪।୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧଙ୍ଗଡ଼ାମାଲ ଗ୍ରାମରେ ବୁଧବାର ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇଛନ୍ତି। ସେମାନେ ହେଲେ...

ମୃତ ଶିକ୍ଷକଙ୍କୁ କଣ୍ଟ୍ରୋଲ ରୁମ୍‌ ଡ୍ୟୁଟି

ନବରଙ୍ଗପୁର,୩।୭: ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗର ଅଜବ ନୀତି। ମୃତ ଶିକ୍ଷକଙ୍କୁ ମିଳିଛି କୋଭିଡ୍‌ କଣ୍ଟ୍ରୋଲ ରୁମ୍‌ ଡ୍ୟୁଟି। କଥାଟି ଶୁଣିବାକୁ ଅଡ଼ୁଆ...

ସିଲିଣ୍ଡରରେ ପାଣି ପୂରାଇ ଲୁଟୁଥିଲେ ଗ୍ୟାସ

ଝାରସୁଗୁଡ଼ା ଅଫିସ,୧୮ା୮: ପରିବହନ ଗାଡ଼ିରୁ ଗ୍ୟାସ୍‌ ସିଲିଣ୍ଡର ବାହାର କରି ପାଣିଭର୍ତ୍ତି ସିଲିଣ୍ଡର ବୋଝେଇ କରି ରପ୍ତାନି କରାଯାଉଥିଲା। ଏଭଳି ଅଭିନବ ଉପାୟରେ ଗ୍ୟାସ୍‌ ଚୋରି...

Advertisement
Archives

Model This Week