କାଶୀପୁରର ଝାଡ଼ାବାନ୍ତି ପ୍ରସଙ୍ଗ: ପାର୍ଲାମେଣ୍ଟରେ ଉଠାଇଲେ ସପ୍ତଗିରି

ରାୟଗଡ଼ା ଅଫିସ, ୧୩ା୮: ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ବ୍ୟାପିଥିବା ଝାଡ଼ାବାନ୍ତି ପ୍ରସଙ୍ଗକୁ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ପାର୍ଲାମେଣ୍ଟରେ ଉଠାଇଛନ୍ତି। ଜଳବାହିତ ରୋଗ ଏବଂ ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିବା ବିଷୟରେ ସରକାର ଅବଗତ ଅଛନ୍ତି କି ବୋଲି ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀଙ୍କୁ ସପ୍ତଗିରି ପ୍ରଶ୍ନ କରିଛନ୍ତି। ସେହିପରି ବାରମ୍ବାର ଉକ୍ତ ଅଞ୍ଚଳରେ ଲେକେ କଲେରାରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ରାୟଗଡ଼ାରେ ଆର୍‌ଏମ୍‌ଆର୍‌ସି ୟୁନିଟ ସ୍ଥାପନ ନେଇ ସରକାରଙ୍କ କୌଣସି ପ୍ରସ୍ତାବ ରହିଛି କି ଏବଂ ଝାଡ଼ାବାନ୍ତି ନିୟନ୍ତ୍ରଣ କରିବାକୁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ଏମ୍‌ପି ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ କୁହାଯାଇଛି, ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୦୫ ରୁ ୨୦୧୨ ପର୍ଯ୍ୟନ୍ତ ଆର୍‌ଏମ୍‌ଆର୍‌ସିର ଫିଲଡ ୟୁନିଟ କାର୍ଯ୍ୟକ୍ଷମ ଥିଲା। ଏହାପରେ ଲାବ୍‌ର ସମସ୍ତ ସାମଗ୍ରୀ ଏବଂ ଟେକ୍ନୋଲୋଜି ଜିଲା ଜନସ୍ବାସ୍ଥ୍ୟ ଲାବ୍‌କୁ ହସ୍ତାନ୍ତର କରାଯାଇଛି। ତାହା ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକ୍ଷମ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଅଗଷ୍ଟ ୧ ସୁଦ୍ଧା କାଶୀପୁର ବ୍ଲକରେ ଝାଡ଼ାବାନ୍ତିରେ ୧୦ ଗ୍ରାମରୁ ୯ ଜଣଙ୍କ ମୃତ୍ୟୁ ଘଟିଥିବା ଓଡ଼ିଶା ସରକାରଙ୍କ ପକ୍ଷରୁ ସୂଚନା ଦିଅଯାଇଥିବା ଉତ୍ତର ରଖାଯାଇଛି। ଅନ୍ୟପକ୍ଷରେ ରାୟଗଡ଼ାରେ ଯଦି ଆର୍‌ଏମ୍‌ଅର୍‌ସିର ୟୁନିଟ ରହିଛି ତେବେ ଆକ୍ରାନ୍ତଙ୍କ ମଳ ନମୁନା ଭୁବେନେଶ୍ୱରକୁ ପରୀକ୍ଷା ପାଇଁ କାହିଁକି ପଠାଯାଉଛି ଏବଂ ପ୍ରଥମେ ଡାଇରିଆ ବୋଲି ଜଣାପଡ଼ିଥିବାବେଳେ ପରେ ରିପୋର୍ଟରୁ କଲେରା ବୋଲି କେମିତି ସ୍ପଷ୍ଟ ହେଉଛି ବୋଲି କୋରାପୁଟ ଏମ୍‌ପି ପ୍ରଶ୍ନ କରିଥିଲେ। ତେବେ ରାୟଗଡ଼ାରେ ଆର୍‌ଏମ୍‌ଅର୍‌ସିର ୟୁନିଟ ରହିଥିବା ନେଇ ପାର୍ଲାମେଣ୍ଟରେ ରଖାଯାଇଥିବା ଉତ୍ତରରେ କେତେ ସତ୍ୟତା ରହିଛି ତାହା ସ୍ପଷ୍ଟ ହେଉ ନ ଥିବା ସପ୍ତଗିରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟ ନେଇ ଏନଏସି କାର୍ଯ୍ୟାଳୟ ଯାଇଥିଲେ ଯୁବଗୋଷ୍ଠୀ: କନିଷ୍ଠ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

ଗଞ୍ଜାମ, ୨୪।୯ (ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ମାନସ ଜେନା ସ୍ଥାନୀୟ ଲୋକଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ବାତ୍ୟା ପ୍ରଭାବରେ…

ଗାଁରେ ପଶିଲା ସମୁଦ୍ର ଜୁଆର: ଅପହଞ୍ଚ ସାନ୍ତାଳୀ ଗାଁ ପାଣିଖିଆରେ ଦୁଇଟି ଘାଇ

ମହାକାଳପଡ଼ା, ୨୪।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ି ଆସି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଏକ…

ବାତ୍ୟା ଅର୍ଣ୍ଣବ ପ୍ରଭାବ: ପରିସ୍ଥିତିର ସମୀକ୍ଷା କରିବେ ବିଧାୟକ

କୋରାପୁଟ, ୨୪।୯ (ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କୋରାପୁଟ ଜିଲାରେ ଜାରି ରହିଛି ବର୍ଷା। ବୁଧବାର ସକାଳ ୮ଟାରୁ ଗୁରୁବାର ସକାଳ ୮ଟା ପର୍ଯ୍ୟନ୍ତ ୨୪…

୭୧ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ବରିଷ୍ଠ ପଦକୁ ପଦୋନ୍ନତି: ଛୁଟୁଛି ଅଭିନନ୍ଦନର ସୁଅ

କେସିଙ୍ଗା, ୨୩।୯(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକରେ ୭୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବରିଷ୍ଠ ଶିକ୍ଷକ ପଦକୁ ପଦୋନ୍ନତି ମିଳିଛି। ଓଡ଼ିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ବିଭାଗର…

ନଟରାଜ ନୃତ୍ୟାୟନ ଉଦ୍‌ଘାଟିତ: ଓଡ଼ିଶୀ-ସମ୍ବଲପୁରୀ ନୃତ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟ

ଭଞ୍ଜନଗର, ୨୪।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହର ବେଲଗୁଣ୍ଠା ରୋଡ୍‌ରେ ‘ନଟରାଜ ନୃତ୍ୟାୟନ’ ଉଦ୍‌ଘାଟିତ ହୋଇଯାଇଛି। ଜିଲାର ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରିୟଙ୍କା ପ୍ରିୟଦର୍ଶନୀ…

ନବରଙ୍ଗପୁରରେ ରେଡ ଆଲର୍ଟ: ବର୍ଷା ପରିସ୍ଥିତି ଉପରେ ପ୍ରଶାସନର କଡ଼ା ନଜର

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ନବରଙ୍ଗପୁର ସମେତ ବିଭିନ୍ନ ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ବିଜୁଳି ଚମକିବା ନେଇ ସତର୍କ…

ପୁଣି ଘାଟିରେ ଅଟକିଲା ଭାରୀଯାନ:ବାଲିଗୁଡ଼ାରୁ ବ୍ରହ୍ମପୁର ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି, ୨୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦେଇ ଯାଇଥିବା ଗୋପାଳପୁର-ରାୟପୁର ୫୯ ନମ୍ବର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ପୁଣି ଏକ ମାଲବୋଝେଇ ଟ୍ରକ ଫସି…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?