ଏଇ ଭାରତରେ

ପ୍ଲାଷ୍ଟିକ ବର୍ଜ୍ୟର ପୁନଃ ଉପଯୋଗ କରି ପରିବେଶ ପ୍ରଦୂଷଣ ରୋକିବା ଲାଗି ବିଭିନ୍ନ ସ୍ତରରେ ପ୍ରଚେଷ୍ଟା ଜାରି ରହିଥିବାବେଳେ ଏବେ ‘ପଟହୋଲ୍‌ରାଜ’ ନାମକ ସୋସିଆଲ ଏଣ୍ଟରପ୍ରାଇଜ୍‌ ଏକ ଭିନ୍ନ ଉପାୟ ଆପଣାଇଛି। ଏହି ସଂସ୍ଥା ବେଙ୍ଗାଲୁରୁରେ ପରିବେଶ ଉପଯୋଗୀ ତଥା ସ୍ଥାୟୀ ଟେକ୍‌ନୋଲୋଜି ଦ୍ୱାରା ପ୍ଲାଷ୍ଟିକ ବର୍ଜ୍ୟକୁ ରିସାଇକ୍ଲିିଂ ପରେ ପ୍ରସ୍ତୁତ ମ୍ୟାଟେରିଆଲରେ ରାସ୍ତା ନିର୍ମାଣ ଆରମ୍ଭ କରିଛି। ଏହାର ପରିବେଶ ଉପରେ ନକାରାମତ୍କ ପ୍ରଭାବ ନାହିଁ। ‘ପଟହୋଲ୍‌ରାଜ’ ଦ୍ୱାରା ନିର୍ମିତ ଏଭଳି ଅଭିନବ ରାସ୍ତାରେ ରିସାଇକ୍ଲିିଂ ହୋଇଥିବା ୩୦୦୦ କେଜି ପ୍ଲାଷ୍ଟିକ ବ୍ୟବହାର ହୋଇଛି। ଏହା ପାରମ୍ପରିକ ରାସ୍ତା ନିର୍ମାଣଠାରୁ ୨୦ରୁ ୨୫% ଶସ୍ତା ହେଉଛି ଓ ଏଥିରେ କମ୍‌ ପାଣି ଲାଗୁଛି। ଏହାର ଓ୍ବାରେଣ୍ଟି ୫ ବର୍ଷ । ଟ୍ରାଫିକ୍‌ ଜାମ୍‌ ଦୂର କରିବା ଲାଗି ସିଟି ଟ୍ରାଫିକ୍‌ ପୋଲିସ ଅନୁରୋଧ କ୍ରମେ ‘ପଟହୋଲ୍‌ରାଜ’ କମ୍ପାନୀ ଏହି କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରଥମେ ୩୦ ମିଟର ଲମ୍ବ ଓ ୧୫ ମିଟର ଚଉଡ଼ାର ୩୦୦ ମିମି ଲେୟାରର ରାସ୍ତା ମାତ୍ର ୪ରୁ ୫ ଦିନ ମଧ୍ୟରେ ଶେଷ କରାଯାଇଛି। ଏହା ଉପରେ ୫୦ଟନ୍‌ ଓଜନର ଭାରିଯାନ ବି ଯାଇପାରିବ। ୨୦୧୮-୧୯ରେ କମ୍ପାନୀ ଏହା ଉପରେ ପରୀକ୍ଷଣ ଆରମ୍ଭ କରି ବହୁବାର ବିଫଳ ହେବା ପରେ ଏବେ ଲକ୍ଷ୍ୟ ହାସଲ କରିଛି। ଆଗକୁ ସହରର ଗୁରୁତ୍ୱପୂର୍ଣ୍ଣ ଜଙ୍କ୍‌ଶନଗୁଡ଼ିକରେ ଏଭଳି ରାସ୍ତା ନିର୍ମାଣ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri