ବିନା ତ୍ୟାଗରେ ସମାଜ ନିର୍ମାଣ ସମ୍ଭବ ନୁହେଁ

ବଲାଙ୍ଗୀର ଅଫିସ,୧୦ା୮: ବିନା ତ୍ୟାଗରେ ରାଷ୍ଟ୍ର ଓ ସମାଜ ନିର୍ମାଣ ସମ୍ଭବପର ନୁହେଁ। ଏଣୁ ଆମେ ଆମର ପୂର୍ବସୂରୀଙ୍କ ବଳିଦାନ ଓ ତ୍ୟାଗକୁ ସବୁବେଳେ ମନେପକାଇ ଉଦ୍‌ବୁଦ୍ଧ ହେବାକୁ ପଡିବ। ବଲାଙ୍ଗୀରରେ କ୍ରାନ୍ତି-ଜାଗୃତି ଉଦ୍‌ଘାଟନୀ ସମାରୋହରେ ଅତିଥି ବକ୍ତାମାନେ ଏହା କହିଛନ୍ତି। ଆୟୋଜକ କମିଟି ସଭାପତି ପ୍ରଫେସର ଡ. ଶିବପ୍ରସାଦ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ବରେଣ୍ୟ ଅତିଥିଭାବେ ବିଧାୟକ ନରସିଂହ ମିଶ୍ର, ପୌରାଧ୍ୟକ୍ଷା ଲିକା ସାହୁ, ଉପଦେଷ୍ଟା ପ୍ରଫେସର ଡ. ମଧୁସୂଦନ ପତି, ଶିକ୍ଷାବିତ୍‌ ପ୍ରାଣବନ୍ଧୁ ନାୟକ, ସମାଜସେବୀ ବିକ୍ରମାନନ୍ଦ ବହିଦାର, ଗୁରୁଶ୍ରୀ ଘାସିରାମ ମିଶ୍ର, ନାଗରିକ କମିଟି ସଭାପତି ଇଂ ବେଲାର ସିଂ ଭୋଇ, ଶୋଭାଯାତ୍ରା କମିଟି ମୁଖ୍ୟ ଗୋପାଲଜୀ ପାଣିଗ୍ରାହୀ ମଞ୍ଚାସୀନ ଥିଲେ।
ପ୍ରଫେସର ପତି ତାଙ୍କ ବକ୍ତବ୍ୟରେ ଗାନ୍ଧୀଜୀଙ୍କ କ୍ରାନ୍ତି ଦିବସର ବାର୍ତ୍ତା ସମ୍ପର୍କରେ କହି ଆଜି ଚରମ ସକଳ୍ପର ଦିବସ ବୋଲି କହିଥିଲେ। ସ୍ବାଧୀନତା ପୂର୍ବରୁ ପରସ୍ପର ପ୍ରତି ଥିବା ବିଶ୍ୱାସ, ପ୍ରତ୍ୟୟ ଏବଂ ଆସ୍ଥା ଟିକକ ପୁଣି ଥରେ ଫେରାଇ ଆଣିପାରିଲେ ପ୍ରକୃତରେ କ୍ରାନ୍ତି ଓ ଜାଗୃତି ସଫଳ ହେଲା କହିପାରିବା ବୋଲି ସେ କହିଥିଲେ। ବିଧାୟକ ନରସିଂହ ମିଶ୍ର ତାଙ୍କ ବକ୍ତବ୍ୟରେ ୧୯୩୭ ମସିହାରେ କଟକ ରେଭେନ୍ସା କଲେଜରେ ଯାହାଙ୍କ ନେତୃତ୍ୱରେ ତ୍ରିରଙ୍ଗା ପତାକା ଉଡାଯାଇଥିଲା ସେ ଥିଲେ ବଲାଙ୍ଗୀର ମାଟିର ସ୍ବର୍ଗତ ଯୁଧିଷ୍ଠିର ମିଶ୍ର । ତାଙ୍କୁ ସେତେବେଳେ ବ୍ୟାଡ କଣ୍ଡକ୍ଟ ସାର୍ଟିଫିକେଟ୍‌ ଦିଆଯାଇଥିଲା। ଆଟଗଁା ଜମିଦାର ଧରମ ସିଂ ମାନ୍ଧତା ଓ ବଙ୍ଗୋମୁଣ୍ଡା ଅଞ୍ଚଳର ସଂଗ୍ରାମୀ ମୋହନ ମାଝିଙ୍କ ଲଢ଼େଇ, ୧୯୩୮ ମସିହାର କୃଷକ ସମାବେଶ ଭଳି ଅନେକ ଘଟଣା ବଲାଙ୍ଗୀର ମାଟିରେ ବୀରତ୍ୱର ଗାଥା ବହନ କରୁଛି। ଏସମ୍ପର୍କରେ ଯେଉଁ ପୁସ୍ତକ ପ୍ରକାଶନ ଉଦ୍ୟମ କରାଯାଇଛି ତାକୁ ସାଧୁବାଦ ଜଣାଇଥିଲେ। ଆଜିର ପରିସ୍ଥିତିରେ ସ୍ବାଧୀନତା, ଗଣତନ୍ତ୍ର ଓ ସମ୍ବିଧାନ ସୁରକ୍ଷା ସବୁଠୁ ଅଧିକ ଜରୁରୀ ହୋଇପଡିଛି ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ପୌରାଧ୍ୟକ୍ଷା ସାହୁ ତାଙ୍କ ବକ୍ତବ୍ୟରେ ଗାନ୍ଧୀଙ୍କ କ୍ରାନ୍ତି ଦିବସ ବାର୍ତ୍ତା, ଭାରତୀୟ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନ ସମ୍ପର୍କରେ କହି ବଲାଙ୍ଗୀରର ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶିକ୍ଷାବିତ୍‌ ନାୟକ ତାଙ୍କ ବକ୍ତବ୍ୟରେ ନିଜେ ଉଦ୍‌ବୁଦ୍ଧ ନହେଲେ କ୍ରାନ୍ତି-ଜାଗୃତି ସମ୍ଭବ ନୁହେଁ ବୋଲି କହିଥିଲେ। ଅନ୍ୟତମ ଅତିଥି ଡ. ମିଶ୍ର ବଲାଙ୍ଗୀର ଜିଲାର ପୂର୍ବସୂରୀଙ୍କ ତ୍ୟାଗକୁ ସ୍ମରଣ କଲେ ଅଦମ୍ୟ ଉତ୍ସାହ ଓ ପ୍ରେରଣା ମିଳିବ ବୋଲି କହିଥିଲେ। ଅନ୍ୟ ଅତିଥି ଇଂ ଭୋଇ, ପାଣିଗ୍ରାହୀ, ଶୋଭାଯାତ୍ରା କମିଟିର ମୁକେଶ ବହିଦାର ଓ ସୋମନାଥ ମିଶ୍ର ବକ୍ତବ୍ୟ ରଖିଥିଲେ। ସଭାକୁ କମିଟି ସମ୍ପାଦକ ବୀରେନ୍ଦ୍ର କୁମାର ଝାଙ୍କର ସଂଯୋଜନା କରିଥିଲେ। ସକାଳ ୮ଟାରୁ ଆଟଗଁା ଜମିଦାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଧରମ ସିଂ ମାନ୍ଧତାଙ୍କ ଦେବୀ ପୀଠରୁ ମଶାଲ ଓ ବାଇକ୍‌ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ପୂଜାର୍ଚ୍ଚନା ପରେ ବିଧାୟକ ମିଶ୍ର ଶୋଭାଯାତ୍ରା ଟିମ୍‌କୁ ମଶାଲ ଅର୍ପଣ କରି ସମାରୋହକୁ ଉଦ୍‌ଘାଟନ କରିଥିଲେ। ଗୋପାଲଜୀ ପାଣିଗ୍ରାହୀ, ସୋମନାଥ ମିଶ୍ର ଓ ମୁକେଶ ବହିଦାରଙ୍କ ନେତୃତ୍ୱରେ ପ୍ରବଳ ବର୍ଷା ସତ୍ତ୍ୱେ ବାଇକ୍‌ ଶୋଭାଯାତ୍ରା ଆଟଗଁା ପରିକ୍ରମା କରି ବଲାଙ୍ଗୀର ସହର ଅଭିମୁଖେ ବାହାରିଥିଲା। ରେଲୱେ ଫାଟକ ନିକଟରେ ବଲାଙ୍ଗୀର ନାଗରିକ କମିଟି ସଦସ୍ୟମାନେ ଶୋଭାଯାତ୍ରାକୁ ସ୍ବାଗତ କରିଥିଲେ। ଶୋଭାଯାତ୍ରା ଦଳ ବଲାଙ୍ଗୀର ସହର ପରିକ୍ରମା କରି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମରେ ପ୍ରତାପ ଚନ୍ଦ୍ର ରଥ, ଡ. ଅଭିମନ୍ୟୁ ମିଶ୍ର, ଆହ୍ଳାଦ ପୂଜାରୀ, ମନୋରଞ୍ଜନ ସାହୁ, ଜୟରାମ ମିଶ୍ର, ଲୋକନାଥ କୁମରା, ଘାସିରାମ ବେହେରା, ରାମଶଙ୍କର ଶତପଥୀ, ତୋଫାନ୍‌ ନାଏକ, କାଳିନ୍ଦୀ ମାଝି, ପ୍ରଶାନ୍ତ ସ୍ବାଇଁ, ଗୋପଭୂଷଣ ନାଥ, ପଙ୍କଜିନୀ ପଣ୍ଡା, ଅଶୋକ ମିଶ୍ର, ସଂଗ୍ରାମ ବହିଦାର, ବୁଲୁ ଦାନୀ, ସୁରୁଲାଲ ମଟାରୀ, ଶୁଭ୍ରାଂଶୁ ପଣ୍ଡା, ଜୁଲୁ ପଟ୍ଟନାୟକ, ଅସିତ ମିଶ୍ର, ଦେବଦତ୍ତ ବେହେରା, ଜୟନାରାୟଣ ବହିଦାର, ବିନୋଦ କାଲସାଏ, ଅଙ୍କୁଶ ପାଣ୍ଡିଆ, ରଞ୍ଜିତ ମିଶ୍ର, ରିଲୁ ରଥ, ଚିତ୍ତରଞ୍ଜନ ଦାଶ, ଅଖିଳ ଚନ୍ଦ୍ର ହୋତା, ଧର୍ମେନ୍ଦ୍ର ନନ୍ଦ, ଯୁଧିଷ୍ଠିର ମେହେର, ଦୀନେଶ ଶର୍ମା, ସନ୍ଦୀପ କୁଅଁର ପ୍ରମୁଖ ଉପସ୍ଥିତ ଥିଲେ। ସମାରୋହ ୫୦ ଦିନ ବ୍ୟାପୀ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri