ଜମ୍ମୁ-କଶ୍ମୀରର ଡୋଡ଼ାରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଏକ ଛବି ସାମ୍ନାକୁ ଆସିଛି। ଏଠାରେ ମୁସଲମାନ ଲୋକେ ହିନ୍ଦୁମାନଙ୍କ ସହ ମିଶି ପାହାଡ଼ ଚଢ଼ି ୭୦୦ କେ.ଜି. ଓଜନର ଦେବବେଦୀ ମୂର୍ତ୍ତିଗୁଡ଼ିକୁ ମନ୍ଦିରକୁ ନେଇଛନ୍ତି।
ଭଦ୍ରଓ୍ବାହ-ଡୋଡା ରାଜପଥଠାରୁ ୩ କି.ମି. ଦୂର କୁରସାରୀର ପାହାଡ଼ ଉପରେ ଥିବା ଶିବ ମନ୍ଦିରରେ ଏଭଳି ଭାଇଚାରା ଦେଖିବାକୁ ମିଳିଛି। ଏହି ମନ୍ଦିରର ପୁନରୁଦ୍ଧାର ପାଇଁ ରାଜସ୍ଥାନରୁ ୫୦୦ରୁ ୭୦୦ କେ.ଜି. ଓଜନ ବିଶିଷ୍ଟ ଏବଂ ଗ୍ରାନାଇଟରେ ନିର୍ମିତ ୬ଟି ପ୍ରତିମା ଅଣାଯାଇଥିଲା। ମନ୍ଦିରକୁ ଭଲ ରାସ୍ତା ନ ଥିବାରୁ ସେଠାକୁ ମୂର୍ତ୍ତି ନେବା କଷ୍ଟସାଧ୍ୟ ଥିଲା। ଅସୁବିଧାକୁ ଅନୁଭବ କରି କୁରସରୀ ପଞ୍ଚାୟତର ସରପଞ୍ଚ ସାଜିଦ ମୀର ସଡ଼କ ନିର୍ମାଣ ପାଇଁ ୪.୬ ଲକ୍ଷ ଟଙ୍କା ଆବଣ୍ଟନ କରିବା ସହ ତାଙ୍କ ସମ୍ପ୍ରଦାୟର ୧୫୦ ଗ୍ରାମବାସୀଙ୍କୁ ସାହାଯ୍ୟ କରିବାକୁ କହିଥିଲେ। ୪ ଦିନ ମଧ୍ୟରେ, ଉଭୟ ସମ୍ପ୍ରଦାୟର ଲୋକେ ମୂର୍ତ୍ତିଗୁଡ଼ିକୁ ମନ୍ଦିରକୁ ଆଣିିଥିଲେ। ଅଗଷ୍ଟ ୯ରେ ଏକ ଧାର୍ମିକ ସମାରୋହରେ ମୂର୍ତ୍ତିଗୁଡ଼ିକର ସ୍ଥାପନ କରାଯିବ ବୋଲି ମୀର କହିଛନ୍ତି। ସେନାର ସ୍ଥାନୀୟ ୟୁନିଟ୍, ସଡ଼କ ନିର୍ମାଣକାରୀ କମ୍ପାନୀ ଏବଂ ନାଗରିକ ପ୍ରଶାସନ ମଧ୍ୟ ଆଗକୁ ଆସି ପୂୂର୍ଣ୍ଣ ସହଯୋଗ କରିଥିବା ସେ କହିଛନ୍ତି। ଶିବ ମନ୍ଦିର କମିଟି ମୁସଲିମ ପଡ଼ୋଶୀମାନଙ୍କୁ ସେମାନଙ୍କର କାର୍ଯ୍ୟ ଏବଂ ଉତ୍ସାହ ପାଇଁ ପ୍ରଶଂସା କରିଛନ୍ତି। ମନ୍ଦିର କମିଟିର ଅଧ୍ୟକ୍ଷ ରବିନ୍ଦର ପରଦୀପ କହିଛନ୍ତି, ମୂର୍ତ୍ତିଗୁଡ଼ିକର ପରିବହନ ଏକ ଅସମ୍ଭବ କାର୍ଯ୍ୟ ପରି ମନେହୋଇଥିଲେ ମଧ୍ୟ ଭାଇଚାରା ଦ୍ୱାରା ଏହା ସମ୍ଭବ ହୋଇପାରିଛି।
ଏଇ ଭାରତରେ
ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…
ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍ ଚିକିତ୍ସା
ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…
ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ
ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…
ଦୋମୁହାଁ ଟ୍ରମ୍ପ
ଡୋନାଲ୍ଡ ଟ୍ରମ୍ପ୍ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…
ଏଇ ଭାରତରେ
ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…
‘ଘିବଲି’ ଦୁନିଆ: ଅପରାଧ ଓ ଆଇନ
ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…
ନାଗରିକ ସ୍ବାଧୀନତା କ୍ଷୁଣ୍ଣ
୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍ ଇନ୍ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…
ପିଲାମାନେ ଟିକିଏ ଭାବନ୍ତୁ
ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

