ବିଶ୍ୱର ପ୍ରଥମ କୃତ୍ରିମ ଭ୍ରୁଣ ପ୍ରସ୍ତୁତ, କୋଶିକା ସହାୟତାରେ ଇସ୍ରାଏଲ ବୈଜ୍ଞାନିକଙ୍କ ସଫଳତା

ଜେରୁଜେଲମ,୭ ।୮: ପ୍ରସ୍ତୁତ ହେଲା ବିଶ୍ୱର ପ୍ରଥମ କୃତ୍ରିମ ଭ୍ରୁଣ । ଏଥିରେ ଜୀବର ହୃଦସ୍ପନ୍ଦନ ହେବା ସହ ମସ୍ତିଷ୍କକୁ ବି ସମ୍ପୂର୍ଣ୍ଣ ଆକାର ଦିଆଯାଇଛି । ଇସ୍ରାଏଲର ୱେଇଜମାନ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ଏଥିପାଇଁ ନା କୌଣସି ଫର୍ଟିଲାଇଜ ଅଣ୍ଡା ନେଇଛନ୍ତି ନା କୌଣସି ଶୁକ୍ରାଣୁର ଆବଶ୍ୟକତା ପଡିଛି ।
ମେଡିକାଲ ସାଇନ୍ସ ଜର୍ନାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବୈଜ୍ଞାନିକମାନେ ମୂଷାର ଷ୍ଟେମ ସେଲରେ ଭ୍ରୁଣକୁ ବିକଶିତ କରଛନ୍ତି । ଏହା କିଛି ବର୍ଷ ହେବ ଲାବୋରୋଟୋରୀରେ ଏକ ସ୍ୱତନ୍ତ୍ର ପାତ୍ରରେ ରଖାଯାଇଥିଲା । ବୈଜ୍ଞାନିକମାନେ ସେହି ପାତ୍ରରେ ମୂଳ କୋଶିକାରୁ ହିଁ ପୂର୍ଣ୍ଣ ଭ୍ରୁଣ ବିକଶିତ କରିଛନ୍ତି । ଯାହାର ହୃଦସ୍ପନ୍ଦନ ହେଉଛି ଓ ଏହାର ମସ୍ତିଷ୍କ ସମ୍ପୂର୍ଣ୍ଣ ଆକାର ନେଇଯାଇଛି । ଏହାକୁ ଗର୍ଭ ବାହାରେ ଷ୍ଟେମ ସେଲ(ମୂଳ କୋଶିକା)କୁ ମିଶାଇ ବିକଶିତ କରାଯାଇଛି । କୋଶିକାର ସହାୟତାରେ ହିଁ ସମ୍ପୂର୍ଣ୍ଣ ଜୀବକୁ ପ୍ରସ୍ତୁତ କରାଯାଇଛି । ବିଶେଷଜ୍ଞମାନେ ଗର୍ଭ ମଧ୍ୟରେ ଯେଭଳି ଭାବେ ଭ୍ରୁଣ ବିକଶିତ କରୁଛନ୍ତି ସେହି ପ୍ରକ୍ରିୟାରେ ହିଁ ଏହି କୃତ୍ରିମ ଭ୍ରୁଣକୁ ବିକଶିତ କରାଯାଇଛି । ଏଥିରେ କେବଳ କୃତ୍ରିମ ଉପକରଣର ସାହାଯ୍ୟ ନିଆଯାଇଛି । ମୂଳ କୋଶିକାକୁ ବିକର ଭିତରେ ନୁଟିଏଣ୍ଟ ସଲ୍ୟୁସନରେ ରଖି ଲାଗାତର ଚଳପ୍ରଚଳ ଅବସ୍ଥାରେ ରଖାଯାଇଥିଲା । ଫଳରେ ପ୍ଲାସେଣ୍ଟା ପର୍ଯ୍ୟନ୍ତ ପୋଷକ ତତ୍ତ୍ୱ ପହଞ୍ଚାଇବା ଲାଗି ଭୌତିକ ରକ୍ତ ପ୍ରବାହ ନିରନ୍ତର ରହିପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସ-ଜର୍ମାନୀରେ ରେକର୍ଡ କରୁଛି କରୋନା

ପ୍ୟାରିସ/ବର୍ଲିନ,୨୧ ।୧: ବ୍ରିଟେନରେ ଓମିକ୍ରନ୍ ପିକ୍‌ରେ ପହଞ୍ଚି ଏବେ କମ୍ ହୋଇଯାଇଥିବା ସେଠାକାର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ସତ । ହେଲେ ୟୁରୋପୀୟ ଦେଶରେ କରୋନାର...

ପ୍ରବାସୀ ସାଜିବେ ଭୂତାଣୁ ବାହକ

ଓ୍ବାଶିଂଟନ,୧୩ା୪: ଘରକୁ ଫେରିଆସୁଥିବା ପ୍ରବାସୀ ଶ୍ରମିକ ଓ କର୍ମଚାରୀମାନେ କରୋନା ଭାଇରସ୍‌ ବାହକ ହୋଇପାରନ୍ତି। କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇ ନ ଥିବା ନିଜ...

ଗାଁ ପାଲଟିଲା ଶ୍ମଶାନ: ଆଖିବୁଜା ଗୁଳି ମାଡ଼ରେ ୧୩୭ ମୃତ

ନିଆମେ,୨୩।୩: ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରର ମାଲି ସୀମାରେ ଥିବା ତାହୁଆ ଅଞ୍ଚଳରେ କେତେକ ଅଜଣା ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିମାଡ଼ରେ ୧୩୭ ଜଣ ସାଧାରଣ ଲୋକଙ୍କ...

କରୋନା ଭାଇରସ: ଓଲ୍ଡ ଏଜ୍‌ ହୋମ ପାଲଟିଛି ହଟ୍‌ସ୍ପଟ୍‌

ମୋନଟ୍ରିଆଲ,୨୫।୪: କରୋନା ଭାଇରସ ସଂକ୍ରମଣରେ ପଛରେ ପଡିନି କାନାଡା। ଏଠାରେ ଏବେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୪୪ ହଜାର ପାଖାପାଖି ହେଲାଣି। ଏହାସହ ୨,୩୦୦ ଲୋକଙ୍କ...

କାଙ୍ଗାଳ ହେଲା ସୁନାର ଲଙ୍କା, ସରକାରଙ୍କ ବିରୋଧରେ ବଢୁଛି ବିରୋଧ ପ୍ରଦର୍ଶନ

କଲମ୍ବୋ,୫ ।୪: ସୁନାର ଲଙ୍କା ଏବେ କାଙ୍ଗାଳ ହୋଇଯାଇଛି । ଶ୍ରୀଲଙ୍କା ଉପରେ ଏବେ ଅରବ ଡଲାର ଋଣ ବୋଝ ଥିବାରୁ ସାଧାରଣ ଲୋକେ ମହଙ୍ଗା...

ଆମେରିକାର ଚେତାବନୀ, ବେଜିଂ ଅଲିମ୍ପିକ୍ସ ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ରୁଷିଆ

ୱାଶିଂଟନ,୧୨ ।୨: ୟୁକ୍ରେନ୍ ମାମଲାରେ ରୁଷିଆ ସହ ପଶ୍ଚିମ ଦେଶର ତୁତୁ ମେମେ ଜାରି ରହିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜର୍ମାନ ଚାନସଲର...

କ୍ୟାପିଟୋଲ ଆକ୍ରମଣ: ପୋଲିସ ଅଫିସର ନିହତ

ଓ୍ବାଶିଂଟନ, ୪।୪: ଆମେରିକାର ଓ୍ବାଶିଂଟନ ଡିସିସ୍ଥିତ ସଂସଦ ଭବନ କ୍ୟାପିଟୋଲରେ ଶୁକ୍ରବାର ଚଳିତ ବର୍ଷ ଦ୍ୱିତୀୟ ଆକ୍ରମଣ ଘଟିଥିଲା। ଜଣେ ଯୁବକ ନିଜ କାର୍‌କୁ କ୍ୟାପିଟୋଲ...

ଆଫଗାନିସ୍ତାନରେ ମହିଳା ଖବରଦାତାଙ୍କୁ ମିଳୁନାହିଁ ପ୍ରେସ କନଫରେନ୍ସରେ ଯିବାକୁ ଅନୁମତି

କାବୁଲ,୧୭।୬: ଆଫଗାନିସ୍ତାନର ଶାସନ ଭାର ତାଲିବାନ ହାତକୁ ଯିବା ପରଠାରୁ ସେଠାରେ ମହିଳାଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ବେଳକୁ ବେଳେ ସେଠାରେ ମହିଳାଙ୍କୁ ନେଇ...

Advertisement
Archives

Model This Week