ବିଶ୍ୱର ପ୍ରଥମ କୃତ୍ରିମ ଭ୍ରୁଣ ପ୍ରସ୍ତୁତ, କୋଶିକା ସହାୟତାରେ ଇସ୍ରାଏଲ ବୈଜ୍ଞାନିକଙ୍କ ସଫଳତା

ଜେରୁଜେଲମ,୭ ।୮: ପ୍ରସ୍ତୁତ ହେଲା ବିଶ୍ୱର ପ୍ରଥମ କୃତ୍ରିମ ଭ୍ରୁଣ । ଏଥିରେ ଜୀବର ହୃଦସ୍ପନ୍ଦନ ହେବା ସହ ମସ୍ତିଷ୍କକୁ ବି ସମ୍ପୂର୍ଣ୍ଣ ଆକାର ଦିଆଯାଇଛି । ଇସ୍ରାଏଲର ୱେଇଜମାନ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ଏଥିପାଇଁ ନା କୌଣସି ଫର୍ଟିଲାଇଜ ଅଣ୍ଡା ନେଇଛନ୍ତି ନା କୌଣସି ଶୁକ୍ରାଣୁର ଆବଶ୍ୟକତା ପଡିଛି ।
ମେଡିକାଲ ସାଇନ୍ସ ଜର୍ନାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବୈଜ୍ଞାନିକମାନେ ମୂଷାର ଷ୍ଟେମ ସେଲରେ ଭ୍ରୁଣକୁ ବିକଶିତ କରଛନ୍ତି । ଏହା କିଛି ବର୍ଷ ହେବ ଲାବୋରୋଟୋରୀରେ ଏକ ସ୍ୱତନ୍ତ୍ର ପାତ୍ରରେ ରଖାଯାଇଥିଲା । ବୈଜ୍ଞାନିକମାନେ ସେହି ପାତ୍ରରେ ମୂଳ କୋଶିକାରୁ ହିଁ ପୂର୍ଣ୍ଣ ଭ୍ରୁଣ ବିକଶିତ କରିଛନ୍ତି । ଯାହାର ହୃଦସ୍ପନ୍ଦନ ହେଉଛି ଓ ଏହାର ମସ୍ତିଷ୍କ ସମ୍ପୂର୍ଣ୍ଣ ଆକାର ନେଇଯାଇଛି । ଏହାକୁ ଗର୍ଭ ବାହାରେ ଷ୍ଟେମ ସେଲ(ମୂଳ କୋଶିକା)କୁ ମିଶାଇ ବିକଶିତ କରାଯାଇଛି । କୋଶିକାର ସହାୟତାରେ ହିଁ ସମ୍ପୂର୍ଣ୍ଣ ଜୀବକୁ ପ୍ରସ୍ତୁତ କରାଯାଇଛି । ବିଶେଷଜ୍ଞମାନେ ଗର୍ଭ ମଧ୍ୟରେ ଯେଭଳି ଭାବେ ଭ୍ରୁଣ ବିକଶିତ କରୁଛନ୍ତି ସେହି ପ୍ରକ୍ରିୟାରେ ହିଁ ଏହି କୃତ୍ରିମ ଭ୍ରୁଣକୁ ବିକଶିତ କରାଯାଇଛି । ଏଥିରେ କେବଳ କୃତ୍ରିମ ଉପକରଣର ସାହାଯ୍ୟ ନିଆଯାଇଛି । ମୂଳ କୋଶିକାକୁ ବିକର ଭିତରେ ନୁଟିଏଣ୍ଟ ସଲ୍ୟୁସନରେ ରଖି ଲାଗାତର ଚଳପ୍ରଚଳ ଅବସ୍ଥାରେ ରଖାଯାଇଥିଲା । ଫଳରେ ପ୍ଲାସେଣ୍ଟା ପର୍ଯ୍ୟନ୍ତ ପୋଷକ ତତ୍ତ୍ୱ ପହଞ୍ଚାଇବା ଲାଗି ଭୌତିକ ରକ୍ତ ପ୍ରବାହ ନିରନ୍ତର ରହିପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri