ଏଇ ଭାରତରେ

ଉଚ୍ଚ ଶିକ୍ଷା ପରେ ଚାକିରି ନ କରି ଚାଷରୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ଚାଷୀମାନଙ୍କ ଜୀବନର ମୋଡ଼ ବଦଳାଇବାରେ ଲାଗିଛନ୍ତି ରାଜସ୍ଥାନ ଜୟପୁରର ଇନ୍ଦ୍ର ରାଜ ଜାଠ ଏବଂ ସୀମା ସାଇନି। ସେମାନେ ୨୦୧୮ରେ ଗ୍ରୀନ୍‌ ଓ୍ବାଲର୍‌ଡ ଫାଉଣ୍ଡେଶନ ଗଠନ କରି ୮,୦୦୦ କୃଷକଙ୍କୁ ଜୈବିକ କୃଷି ସମ୍ପର୍କରେ ପ୍ରଶିକ୍ଷଣ ଦେଇ ସାରିଲେଣି। ପ୍ରଶିକ୍ଷଣ ପାଇଥିବା କୃଷକମାନେ ଅଧିକ ଉପତ୍ାଦନ କରି ସେମାନଙ୍କ ରୋଜଗାର ବୃଦ୍ଧି କରିପାରିଛନ୍ତି। ୨୦୧୭ରେ ରାଜ କୃଷିରେ ସ୍ନାତକୋତ୍ତର ଏବଂ ସାଇନି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଚାକିରି ନ କରି ଚାଷଆଡ଼କୁ ମନ ବଳାଇଥିଲେ। ପ୍ରଥମେ ରାଜସ୍ଥାନର ଖୋରା ରାମଦାସ ଗାଁରେ ଦେଢ଼ ଏକର ଜମି ଲିଜ୍‌ରେ ନେଇ ଚାଷ କରିବା ପରେ ଏବେ ନିଜସ୍ବ ଫାର୍ମ କରିଛନ୍ତି। ବିଭିନ୍ନ ପ୍ରକାର ପରିବା, ମସଲା ଓ ଶସ୍ୟ ଉପତ୍ାଦନ କରିବା ସହ, କୁକୁଡ଼ା, ଛେଳି ଓ ଗୋ ପାଳନ କରୁଛନ୍ତି। ଜୈବିକ ତଥା ସମନ୍ବିତ କୃଷି ପଦ୍ଧତିରେ ଅଧିକ ଉପତ୍ାଦନ କରିବାକୁ ସକ୍ଷମ ହୋଇଛନ୍ତି। କେବଳ ଏତିକି ନୁହେଁ, ଏମାନେ କୃଷି ସହ କୃଷିଭିତ୍ତିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରୁଛନ୍ତି ଓ ମୋଟରେ ଗତ ବର୍ଷ ୩୫ ଲକ୍ଷ ଟଙ୍କା କାରବାର କରିଛନ୍ତି। ଫାର୍ମରେ ଅତିଥିମାନେ ରହିବା ପାଇଁ ପରିବେଶ ଉପଯୋଗୀ ମାଟିଘର ନିର୍ମାଣ କରାଯାଇଛି। ଏଥିରେ ସେମାନେ ୮ରୁ ୧୨ ଲକ୍ଷ ଟଙ୍କା ନିବେଶ କରିଛନ୍ତି। ମାସକରେ ଏହିି ଘରେ ପାଖାପାଖି ୫୦ ଜଣ ଅତିଥି ରହି ଆଖପାଖ ଗାଁର କୃଷି ପରିବେଶକୁ ଉପଭୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri