Posted inଜାତୀୟ

୩.୬ ଲକ୍ଷ ଥର ସାଇବର ଆକ୍ରମଣ

ନୂଆଦିଲ୍ଲୀ, ୨୪।୪: ସମସ୍ତ ବ୍ୟବସ୍ଥାର ଡିଜିଟାଲାଇଜେଶନ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ସାଇବର ଅପରାଧୀଙ୍କ ଆକ୍ରମଣ ବଢ଼ୁଛି। ଅପରାଧୀମାନେ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରି ତଥ୍ୟ ହାସଲ ସହ ରାନ୍‌ସମ୍‌ ଦାବି କରୁଛନ୍ତି। ଗତ ଏପ୍ରିଲ ୧୩ରେ ଭାରତର ଅନ୍ୟତମ ପ୍ରମୁଖ ରାଷ୍ଟ୍ରାୟତ୍ତ ତୈଳ ଉତ୍ପାଦନକାରୀ କମ୍ପାନୀ ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ (ଅଏଲ୍‌) ଉପରେ ସାଇବର ଆକ୍ରମଣ ହୋଇଥିଲା। ଏହାକୁ ଗତ କିଛି ବର୍ଷ ମଧ୍ୟରେ ସବୁଠୁ ବଡ଼ ସାଇବର ଆଟାକ୍‌ କୁହାଯାଉଥିବାବେଳେ ୨୦୨୧ ଅକ୍ଟୋବରରୁ ଚଳିତ ଏପ୍ରିଲ ୧୨ ତାରିଖ ପର୍ଯ୍ୟନ୍ତ ହ୍ୟାକର୍ସମାନେ କ୍ରମାଗତ ଭାବେ ତେଲ କମ୍ପାନୀଗୁଡ଼ିକୁ ଟାର୍ଗେଟ କରୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏହି ୭ ମାସରେ ସାଇବର ଅପରାଧୀମାନେ ଥରେ କି ଦୁଇଥର ନୁହେଁ ୩,୬୦,୦୦୦ ଥର ଭାରତୀୟ ତୈଳ ଉତ୍ପାଦନକାରୀ କମ୍ପାନୀଗୁଡ଼ିକୁ ଆକ୍ରମଣ କରିଥିବା ସାଇବର ପିସ୍‌ ଫାଉଣ୍ଡେଶନର ପକ୍ଷରୁ କୁହାଯାଇଛି।
ଅକ୍ଟୋବରରୁ ୧୨ ଏପ୍ରିଲ ପର୍ଯ୍ୟନ୍ତ ଗୋଇନ୍ଦା ସେନ୍ସର ଦ୍ୱାରା ଇଣ୍ଡିଆନ୍‌ ଅଏଲ୍‌ କମ୍ପାନୀଗୁଡ଼ିକ ଉପରେ ହୋଇଥିବା ସାଇବର ଆକ୍ରମଣର ବିଶ୍ଳେଷଣ କରାଯାଇଥିଲା। ହ୍ୟାକର୍ସମାନେ କେବଳ ଗତ ଫେବୃୟାରୀରେ ୧୯,୩୪୨ ଥର କମ୍ପାନୀ ଓ୍ବେବ୍‌ସାଇଟଗୁଡ଼ିକୁ ଟାଗେର୍ଟ କରିଥିବା ଜଣାଯାଇଛି, ଯାହାକି ଏହି ସମୟ ମଧ୍ୟରେ ସର୍ବନିମ୍ନ। କେବଳ ଅକ୍ଟୋବରରେ ସର୍ବାଧିକ ୧,୧୭,୦୦୦ ଥର ତୈଳ ଉତ୍ପାଦନକାରୀ କମ୍ପାନୀଗୁଡ଼ିକୁ ଟାର୍ଗେଟ କରାଯାଇଛି। ଭାରତର ପ୍ରମୁଖ କମ୍ପାନୀ ତଥା ପ୍ରତିଷ୍ଠାନ ଉପରେ ସାଇବର ଆକ୍ରମଣ ବିପଦ ରହୁଥିବା ଏହି ଅଧ୍ୟୟନରୁ ସ୍ପଷ୍ଟ ହୋଇଛି। ତେବେ କେବଳ ଭାରତ ନୁହେଁ, ବିଶ୍ୱସ୍ତରରେ ମଧ୍ୟ ହ୍ୟାକର୍ସମାନେ ସକ୍ରିୟ ଅଛନ୍ତି। ସେହିପରି ଗ୍ରୀଡ୍‌ କଣ୍ଟ୍ରୋଲ କରି ବିଦ୍ୟୁତ୍‌ ଯୋଗାଣ ଦାୟିତ୍ୱରେ ଥିବା ୭ ଇଣ୍ଡିଆନ୍‌ ଷ୍ଟେଟ୍‌ ଲୋଡ୍‌ ଡେସ୍‌ପ୍ୟାଚ୍‌ ସେଣ୍ଟର (ଏସ୍‌ଏଲ୍‌ଡିସି)କୁ ମଧ୍ୟ ଟାର୍ଗେଟ କରାଯିବାର ଆଶଙ୍କା ରହିଛି। ଏହି ଗ୍ରୀଡ଼ଗୁଡ଼ିକ ଭାରତ-ଚାଇନା ସୀମା ନିକଟରେ ରହିଛି। ଗତ ବର୍ଷ ଭାରତର ପାଓ୍ବାରଗ୍ରୀଡ୍‌କୁ ଚାଇନା ସମର୍ଥତ୍ତ ହ୍ୟାକର୍ସ ଗ୍ରୁପ୍‌ ଟାର୍ଗେଟ କରିଥିବା ସାଇବର ପିସ୍‌ ଫାଉଣ୍ଡେଶନ କହିଛି।
ଫାର୍ମ ପାଲୋ ଅଲ୍‌ଟୋ ନେଟ୍‌ଓ୍ବର୍କ ଚଳିତ ମାସରେ ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁସାରେ, ଭାରତର ବିଭିନ୍ନ ପ୍ରତିଷ୍ଠାନ ଉପରେ ୨୦୨୧ରେ ସାଇବର ଆକ୍ରମଣ ୨୧୮ % ବୃଦ୍ଧି ପାଇଛି। ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗୁଡ଼ିକ ଉପରେ ଆକ୍ରମଣ ଦୈନିକ ପରିଚାଳନାକୁ ଦୁର୍ବଳ କରିବା ସହ ତଥ୍ୟ ଚୋରି, ଆର୍ଥିକ ହାନି ଆଦି ପୁନରୁଦ୍ଧାର ନିମନ୍ତେ ଖର୍ଚ୍ଚ ବୃଦ୍ଧି କରୁଛି। ୨୦୧୦ରେ ଆମେରିକା ଏବଂ ଇସ୍ରାଏଲ ଇରାନର ନାଟାଞ୍ଜ ସ୍ଥିତ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଉପରେ ଷ୍ଟକ୍ସନେଟ୍‌ ଭାଇରସ୍‌ ଦ୍ୱାରା ସାଇବର ଆକ୍ରମଣ କରି ଏହାର ନ୍ୟୁକ୍ଲିୟର ପ୍ରୋଗ୍ରାମକୁ ପଥଚ୍ୟୁତ କରିବାକୁ ଉଦ୍ୟମ କରିଥିଲେ। ଏହା ପରଠାରୁ ଅନେକ ଦେଶ ସାଇବର ଆକ୍ରମଣର ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?