ଏଇ ଭାରତରେ

ଜଣେ ୟୁପିଏସ୍‌ସି ଆଶାୟୀଙ୍କ ଶିକ୍ଷା ପ୍ରତି ସମର୍ପିତ ଭାବ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛି। ଏହି ଯୁବକ ଜଣକ ହେଉଛନ୍ତି ଉତ୍ତର ପ୍ରଦେଶର ବଦୌନ ଜନ୍ମିତ ନରେଶ ପାଲ୍‌। ସେ ରହୁଛନ୍ତି ଦିଲ୍ଲୀରେ। ଯମୁନାଖଦର ଅଞ୍ଚଳର ଏକ ପୋଲ ତଳେ ପ୍ରତିଦିନ ୧୫୦ ଅସହାୟ ପିଲାଙ୍କୁ ବିନା ଦେୟରେ ଶିକ୍ଷା ଦେଉଛନ୍ତି। ଯମୁନା ନଦୀ କୂଳର ଏହି ବ୍ରିଜ୍‌ ତଳେ ସେ ଆଜକୁ ୧୦ ବର୍ଷ ହେଲା ପଢ଼ାଉଛନ୍ତି। ପିଲାମାନଙ୍କୁ ପଢ଼ାଇବା ସହ ସେ ୟୁପିଏସ୍‌ସି ପରୀକ୍ଷା ଲାଗି ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ବ୍ରିଜ୍‌ ତଳେ ଚାଲିଥିବା ଏହି ସ୍କୁଲ ଚାରିପାଖରେ କାନ୍ଥ ନାହିଁ କି ଚେୟାର ଟେବୁଲ ମଧ୍ୟ ନାହିଁ। ନାନା ସମସ୍ୟା ଭିତରେ ନରେଶ ତାଙ୍କ ଶିକ୍ଷାଦାନ ଜାରି ରଖିବା ଫଳରେ ଅଧାରୁ ପାଠ ଛାଡୁଥିବା ବହୁ ପିଲା ପୁନର୍ବାର ଶିକ୍ଷା ସହ ଯୋଡ଼ି ହେଉଛନ୍ତି। ନରେଶ ଏହି ସ୍କୁଲ୍‌ର ନାମ ରଖିଛନ୍ତି ‘ଫ୍ରି ସ୍କୁଲ ଅଣ୍ଡର ଦି ବ୍ରିଜ୍‌’। ସ୍କୁଲ ଚାଲୁଥିବା ସମୟରେ ବହୁ ଅପରିଚିତ ବ୍ୟକ୍ତି ଆସି ଅର୍ଥଦାନ କରୁଛନ୍ତି। ସେହି ଅର୍ଥକୁ ପାଠ୍ୟ ଉପକରଣ କିଣାରେ ଖର୍ଚ୍ଚ କରାଯାଏ ଓ ଏଥିରେ ମଧ୍ୟ ପିଲାମାନଙ୍କ ପାଇଁ ଟଏଲେଟ୍‌ ନିର୍ମାଣ କରାଯାଇଛି। ୧୦ ବର୍ଷ ପୂର୍ବରୁ ନରେଶ ଏଭଳି ପିଲାଙ୍କୁ ପଢ଼ାଇ ଆସୁଥିଲେ ହେଁ କୋଭିଡ୍‌ ମହାମାରୀ ସମୟରେ ଲକ୍‌ଡାଉନ୍‌ ନେଇ କିଛି ବାଧା ଆସିଥିଲା। ହେଲେ ପରେ ସବୁ ସ୍ବାଭାବିକ ଭାବେ ଚାଲିଛି ଓ ପିଲାମାନଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?