ଏଇ ଭାରତରେ

କପ୍‌ରେ ଚା’ ପିଇବା ପରେ ତାହାକୁ ବିସ୍କୁଟ ଭଳି ଖାଇପାରିବେ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଭଳି କପ୍‌ ତିଆରି କରୁଛନ୍ତି ପୁନିତ ଦତ୍ତ। ‘ଆଟାବେୟର କଟ୍‌ଲେରି ଷ୍ଟାର୍ଟଅପ’୍‌ ମାଧ୍ୟମରେ ଏଭଳି କପ୍‌ ତିଆରି କରାଯାଉଛି। ପ୍ଲାଷ୍ଟିକ୍‌ ଡିସ୍ପୋଜାଲର ବିକଳ୍ପ ଭାବେ ଏହା ବ୍ୟବହାର ହେଉଛି। ଅଟା, ଗୁଡ, ବାଜରା, ମକା ସମେତ ଆଉ କିଛି ଶସ୍ୟରେ ଏହି କପ୍‌ ପ୍ରସ୍ତୁତ କରାଯାଉଛି। ଏହା ବ୍ୟତୀତ ସେ ଅନ୍ୟ ସବୁ ଖାଇବା ଯୋଗ୍ୟ ପାତ୍ର ମଧ୍ୟ ତିଆରି କରୁଛନ୍ତି। ଯମୁନା ନଦୀରେ ଭାସୁଥିବା ପ୍ଲାଷ୍ଟିକ ଜିନିଷକୁ ଦେଖିବା ପରେ ଏହାର ବିକଳ୍ପ କଥା ଚିନ୍ତା କରିଥିଲେ ପୁନିତ। ପରେ ସେ ଷ୍ଟାର୍ଟଅପ୍‌ ଗଠନ କରି ଏଡିବଲ୍‌ ଜିନିଷ ପ୍ରସ୍ତୁତ କରୁଛନ୍ତି, ଯାହାକୁ ବ୍ୟବହାର କରାଯିବା ପରେ ଖାଇହେଉଛି। ପୁନିତଙ୍କର ପ୍ରଥମ ଏଡିବଲ ପ୍ରଡକ୍ଟ ଥିଲା କପ୍‌। ପରେ ପ୍ଲେଟ୍‌, ଚାମଚ ମଧ୍ୟ ତିଆରି କରାଗଲା। ହେଲେ ସେ କପ୍‌ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ପ୍ରତି ସପ୍ତାହରେ ୯.୫ ଲକ୍ଷ କପ୍‌ ପ୍ରସ୍ତୁତ କରାଯାଇଛି। ଗ୍ରାହକଙ୍କ ଭିନ୍ନ ଭିନ୍ନ ପସନ୍ଦକୁ ଲକ୍ଷ୍ୟ କରି ଖାଇବା ଯୋଗ୍ୟ କପ୍‌କୁ ଭିନ୍ନ ସ୍ବାଦ ଦିଆଯାଉଛି ଓ ଏଥିରେ ଅଦା, ଅଳେଇଚ, ପିଜୁଳି, ତୁଳସୀ, ଷ୍ଟ୍ରବେରୀ ଆଦି ସାମିଲ କରାଯାଉଛି। ପୁନିତଙ୍କ ଏଭଳି ଜ୍ଞାନକୌଶଳରେ ଟନ୍‌ଟନ୍‌ ପା୍ଲଷ୍ଟିକ ବ୍ୟବହାର କମାଯାଇପାରିବ। ଲକ୍‌ଡାଉନ ସମୟରେ ସେ ଏହି କାର୍ଯ୍ୟରେ ୫୦ ଜଣ କର୍ମଚାରୀଙ୍କ ପାଇଁ ୬ ହଜାର କାର୍ଯ୍ୟ ଦିବସ ସୃଷ୍ଟି କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri