ରାଜ୍ୟରେ ସାମାନ୍ୟ ଖସିଲା ସଂକ୍ରମଣ, ଆଜି ୮,୮୪୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮,୮୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୯୨୭ ଜଣ ପିଲା ଅଛନ୍ତି। କ୍ୱାରାଣ୍ଟାଇନ୍‌ରୁ ୫,୧୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩,୭୧୭ ଲୋକାଲ କେସ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।
ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨,୫୨୮ ଥିବା ବେଳେ ଅନୁଗୋଳରୁ ୧୬୦, ବାଲେଶ୍ୱରରୁ ୨୯୦, ବରଗଡ଼ରୁ ୧୪୧, ଭଦ୍ରକରୁ ୧୧୭, ବଲାଙ୍ଗୀରରୁ ୨୩୨, ବୌଦ୍ଧରରୁ ୯୩, କଟକରୁ ୬୨୮, ଦେବଗଡ଼ରୁ ୫୫, ଢେଙ୍କାନାଳରୁ ୧୦୦, ଗଜପତିରୁ ୯୨, ଗଞ୍ଜାମରୁ ୫୩, ଜଗତସିଂହପୁରରୁ ୧୮୦, ଯାଜପୁରରୁ ୨୦୯, ଝାରସୁଗୁଡ଼ାରୁ ୧୪୪, କଳାହାଣ୍ଡିରୁ ୨୩୯, କନ୍ଧମାଳରୁ୧୦୯, କେନ୍ଦ୍ରାପଡ଼ାରୁ ୯୨, କେନ୍ଦୁଝରରୁ ୧୧୦,କୋରାପୁଟରୁ ୨୦୩, ମାଲକାନଗିରିରୁ ୫୦, ମୟୂରଭଞ୍ଜରୁ ୧୫୨, ନବରଙ୍ଗପୁରରୁ ୧୮୭, ନୟାଗଡ଼ରୁ ୧୯୪, ନୂଆପଡ଼ାରୁ ୨୦୫, ପୁରୀରୁ ୧୬୫, ରାୟଗଡ଼ାରୁ ୨୨୧, ସମ୍ବଲପୁରରୁ ୧୮୧, ସୋନପୁରରୁ ୨୦୭, ସୁନ୍ଦରଗଡ଼ରୁ ୧୦୦୧ ଏବଂ ଷ୍ଟେଟ ପୁଲ୍‌ରୁ ୫୦୭ ଜଣ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ଟିଭ କେସ୍‌ ସଂଖ୍ୟା ୮୮୧୫୦ ହୋଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ପର୍ଯ୍ୟାୟରେ ଚାରିନାହାକା କାମ

ପୁରୀ ଅଫିସ,୨୩ା୫: ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋର୍‌ଦାର ଚାଲିଛି। ତିନିରଥର ମୁଖ୍ୟ ମହାରଣା ସେବକଙ୍କ ନେତୃତ୍ୱରେ ରଥଖଳାରେ କାମ ଜାରି ରହିଥିବାବେଳେ ଶୁକ୍ରବାର...

ସ୍ଥିତିରେ ସୁଧାର ଆସିଲେ ଅଗଷ୍ଟ-ସେପ୍ଟେମ୍ବର ପୂର୍ବରୁ ଆରମ୍ଭ ହୋଇପାରେ ଅନ୍ତର୍ଜାତୀୟ ଉଡ଼ାଣ

ନୂଆଦିଲ୍ଲୀ,୨୩।୫: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ ସୀମାକୁ ବୃଦ୍ଧି କରାଯାଇଛି। ସ୍ଥିତିରେ ସୁଧାର ଆସିଲେ...

ହାତୀକୁ ବଞ୍ଚାଇବାକୁ ଯାଇ ଓଲଟିଲା ବୋଟ୍‌

କଟକ ଅଫିସ,୨୪।୯: ମୁଣ୍ଡୁଳି ଜଳ ସ୍ରୋତରେ ଏକ ଦନ୍ତାହାତୀ ଶୁକ୍ରବାର ଫସିଛି। ତେବେ ମହାନଦୀ ମଝିକୁ ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ବୋଟ ମଧ୍ୟ...

ନିଜସ୍ବ ଆଇନ ଆଣିବ ଅଗ୍ନିଶମ ବିଭାଗ

କଟକ ଅଫିସ,୧୩।୮: ପୋଲିସ ଓ ଜେଲ୍‌ ମାନୁଆଲ ଭଳି ଅଗ୍ନିଶମ ବିଭାଗ ନିଜସ୍ବ ମାନୁଆଲ ବା ଆଇନ ଲାଗୁ କରିବା ପାଇଁ ଯୋଜନା କରୁଛି। ପୂର୍ବରୁ...

ଲୁହା ବୋଝେଇ ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ: ଜାତୀୟ ରାଜପଥରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ବଲାଙ୍ଗୀର ଅଫିସ, ୧୪।୧୦- ବଲାଙ୍ଗୀର ସହର ସତ୍ୟନାରାୟଣପଡାଠାରେ ଶୁକ୍ରବାର ରାତିରେ ଏକ ଲୁହା ବୋଝେଇ ଟ୍ରଲର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ...

ପ୍ରତିରୋଧକ ଶକ୍ତି ବଢ଼ାଇବ ‘ଆଣ୍ଟି କରୋନା ଟି’

ଓ୍ବାରାଙ୍ଗାଲ,୨୨।୭: ସାରା ଦେଶରେ ମହାମାରୀ କରୋନା ସଙ୍କଟ ଦିନକୁ ଦିନ ଉଦ୍‌ବେଗଜନକ ସ୍ଥିତି ଆଡ଼କୁ ଗତି କରୁଛି। କରୋନା କାଳରେ ଯେଉଁଠି ଲୋକମାନେ ରାସ୍ତା ଉପରେ...

ଓଡ଼ଗାଁ ଶ୍ରୀରାମନବମୀ ଯାତ୍ରାର ପଞ୍ଚମ ସନ୍ଧ୍ୟା : ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ସୀତା ବିବାହ

ଓଡ଼ଗାଁ,୧୮ା୪(ସ୍ବ.ପ୍ର.): ଓଡ଼ଗାଁରେ ବିଜେ ପ୍ରଭୁ ଶ୍ରୀରଘୁନାଥଜୀଉଙ୍କ ନବ ଦିନ ବ୍ୟାପୀ ଶ୍ରୀରାମନବମୀ ଯାତ୍ରା ଅନୁଷ୍ଠିତ ହେଉଛି। ଉତ୍ସବର ପଞ୍ଚମ ସନ୍ଧ୍ୟା ଅବସରରେ ଚୈତ୍ର ଶୁକ୍ଳ ଅନଙ୍ଗ...

ମଙ୍ଗଳାଯୋଡ଼ିରେ ‘ମାଲାର୍ଡ’ ପକ୍ଷୀ

ଭୁବନେଶ୍ୱର,୫।୧୨(ବ୍ୟୁରୋ) : ଶୀତ ଆରମ୍ଭରୁ ବିହଙ୍ଗ ଭୂସ୍ବର୍ଗ ମଙ୍ଗଳାଯୋଡ଼ିକୁ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ପ୍ରଥମଥର ସେଠାରେ ବିରଳ ପ୍ରଜାତିର ‘ମାଲାର୍ଡ’ ପକ୍ଷୀ ଶୁକ୍ରବାର...

Advertisement
Archives

Model This Week