ଏଇ ଭାରତରେ

ଗୋଟିଏ ଗାଁରେ ୩୫ ବର୍ଷ ଧରି ରହି ଖୁବ୍‌ କମ୍‌ ଫି’ ରେ ରୋଗୀ ସେବା କରୁଛନ୍ତି ବିହାରର ଡା. ରାମନନ୍ଦନ ସିଂ। ଶୋଖପୁର ଜିଲା ବରବିଘା ଗାଁରେ ରୁହନ୍ତି ଡା. ସିଂ। ତାଙ୍କ ବୟସ ୬୮। ଚିକିତ୍ସା ପାଇଁ ଆଖପାଖ ଜିଲାରୁ ତାଙ୍କ ପାଖକୁ ରୋଗୀ ଆସୁଛନ୍ତି। କେବଳ କମ୍‌ ଫି ପାଇଁ ନୁହେଁ, ବରଂ ତାଙ୍କ ଉପରେ ଲୋକମାନଙ୍କର ବିଶ୍ୱାସ ରହିଥିବାରୁ ଏହା ହୋଇପାରିଛି। ସେ ପ୍ରଥମେ ୫ ଟଙ୍କା ନେଉଥିତ୍ଲେ ଓ କିଛି ବର୍ଷରେ ୫୦ ଟଙ୍କା ନେବା ଆରମ୍ଭ କରିଥିତ୍ଲେ। ସେ ଯେଉଁ ଫି’ ନେଉଛନ୍ତି ତାହାକୁ ନିଜ କାମରେ ନ ଲଗାଇ ରୋଗୀ ସେବାରେ ନିଯୁକ୍ତ ୧୫ ଜଣ ଷ୍ଟାଫ୍‌ଙ୍କ ପରିବାର ଚଳାଇବା ଲାଗି ସେମାନଙ୍କୁ ଦେଉଛନ୍ତି। ବଡ଼ କଥା ହେଉଛି ଡା.ସିଂ ନିଜ ପରିବାର ସହ ଚାଷ ଉପରେ ନିର୍ଭର କରୁଛନ୍ତି ଓ ସେଥିରେ ପରିବାରର ସବୁ ଖର୍ଚ୍ଚ ତୁଲାଉଛନ୍ତି। ସେ ସକାଳ ୮ରୁ ରାତି ୮ଟା ଯାଏ ରୋଗୀ ସେବା କରୁଛନ୍ତି। ୫୦ ଟଙ୍କା ଫି’ ବଡ଼ କଥା ନୁହେଁ, ଲୋକମାନେ ବାହାର ଜିଲାରୁ ୩୦୦ ଟଙ୍କା ଖର୍ଚ୍ଚ କରି ତାଙ୍କ ପାଖକୁ ଆସୁଛନ୍ତି କେବଳ ବିଶ୍ୱାସ ଯୋଗୁ। ସେ ବିଭିନ୍ନ ଗାଁରେ ମଧ୍ୟ ମେଡିକାଲ କ୍ୟାମ୍ପ୍‌ ଆୟୋଜନ କରୁଛନ୍ତି। ଭୟଙ୍କର କରୋନା ସମୟରେ ବି ଭୟ ନ କରି ସେ ଲୋକମାନଙ୍କ ଚିକିତ୍ସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri