ବିଦ୍ୟାଳୟର ରୂପାନ୍ତରଣ ଓ ଗୁଣାନ୍ତରଣ

ଈପ୍ସିତା ମହାନ୍ତି

 

ଗୋଟିଏ ଦେଶ ତା’ର ଛାତ୍ରୀଛାତ୍ରଙ୍କୁ ଯେଉଁଭଳି ଭାବେ ଗଢ଼ିବ, ଭବିଷ୍ୟତରେ ସେହିଭଳି ନାଗରିକ ସୃଷ୍ଟି ହେବେ। ପ୍ରତିଟି ଶିକ୍ଷାନୁଷ୍ଠାନ ଗୋଟିଏ ଗୋଟିଏ ମଣିଷ ଗଢ଼ା କାରଖାନା। ନାଗରିକ ଅନୁଶାସିତ ହେବା, ଅହିଂସା ପଥରେ ଚାଲବା, ପୁଣି ନିଜ ଦାବି ପୂରଣ ପାଇଁ ସତ୍ୟାଗ୍ରହକୁ ଆପଣାଇବା, ଏସବୁ କଥା ଛାତ୍ର ଜୀବନରୁ ନିିର୍ଣ୍ଣୟ ହୋଇଥାଏ। ଏହାର ମୂଳଦୁଆ ବିଦ୍ୟାଳୟରେ ପଡେ। ପିଲାମାନେ ବିଦ୍ୟାଳୟକୁ ଯିବା ଆମ ସାମାଜିକ ବ୍ୟବସ୍ଥାର ଏକ ମହତ୍ତ୍ବପୂର୍ଣ୍ଣ ଅଙ୍ଗ। ପୂର୍ବରୁ ପିଲାମାନେ ବିଦ୍ୟାଳୟକୁ ଗଲାବେଳେ ବେଶ୍‌ ଖୁସି ଜଣା ପଡୁଥିଲେ। ଆଜି ପିଲାଙ୍କଠାରେ ସେହି ଖୁସି ଆଉ ଦେଖିବାକୁ ମିଳୁନି। ମନେହେଉଛି, ସତେଯେମିତି ଜୋର୍‌ ଜବରଦସ୍ତ ଏମାନେ ବିଦ୍ୟାଳୟକୁ ଯାଉଛନ୍ତି। ବିଦ୍ୟାଳୟକୁ ଯିବା ସେମାନଙ୍କ ପାଇଁ ଯେପରି ଏକ ବୋଝ ହୋଇଯାଇଛି। ଏସବୁ ଦୃଷ୍ଟିରୁ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଆମ ସମାଜ ପାଇଁ ଏକ ବିରାଟ ଆହ୍ବାନ।
ଡିସେମ୍ବର ୨୦୧୯ରେ ଘଟିଯାଇଥିବା ଏକ ଘଟଣାର ଉଦ୍‌ବେଗତା ହିଁ ଏ ବିଷୟରେ ଆଲୋଚନା ପାଇଁ ବାଧ୍ୟ କରିଛି। ସେତେବେଳେ ଉତ୍ତର ପ୍ରଦେଶ ନୋଏଡା ଅଞ୍ଚଳର ପିଲାଦ୍ବୟ ନିଜ ବିଦ୍ୟାଳୟକୁ ଛୁଟି ଘୋଷଣା ପାଇଁ ଏକ ଅଭିନବ ଉପାୟ ପାଞ୍ଚିଥିଲେ। ନିଜ ଜିଲା ଗୌତମବୁଦ୍ଧ ନଗରର ଜିଲାପାଳଙ୍କ ଦ୍ବାରା ପୂର୍ବରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ନକଲ କରି ଏ ଦୁହେଁ ଏକ ମିଥ୍ୟା ବିଜ୍ଞପ୍ତି ତିଆରି କରି ତାହାକୁ ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିଦେଲେ। ପ୍ରକୃତରେ ଅତ୍ୟଧିକ ଥଣ୍ଡା ହେତୁ ୨୦୧୯ ଡିସେମ୍ବର ୧୯ ଓ ୨୦ରେ ଜିଲାର ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିବା ପାଇଁ ଜିଲାପାଳ ବିଜ୍ଞପ୍ତି ଜାରି କରିଥିଲେ। ସେହି ବିଜ୍ଞପ୍ତିର ତାରିଖକୁ ବଦଳାଇ ୨୩ ଓ ୨୪ କରିଦେଇ ତାହାକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ (ପ୍ରଘଟ) କରିଦେଲେ। ଏକଥା ଜାଣିବା ପରେ ନିଜ କାର୍ଯ୍ୟାଳୟରୁ ଏପରି କୌଣସି ବିଜ୍ଞପ୍ତି ଜାରି ହୋଇ ନ ଥିବା କଥା, ସ୍ବୟଂ ଜିଲାପାଳ ଟୁଇଟ୍‌ ମାଧ୍ୟମରେ ପ୍ରକାଶ କରିଥିଲେ। ସୂଚାଇ ଥିଲେ ଯେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ବିଜ୍ଞପ୍ତିଟି ମିଥ୍ୟା ଏବଂ ୨୩ ଓ ୨୪ ତାରିଖରେ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇନାହିଁ। ଜିଲାପାଳଙ୍କ ଘୋଷଣା ପୂର୍ବରୁ ଅଧିକାଂଶ ଅଭିଭାବକ ବିଦ୍ୟାଳୟ ବନ୍ଦ ଥିବା ଜାଣି ନିଜ ପିଲାଙ୍କୁ ବିଦ୍ୟାଳୟକୁ ପଠାଇ ନ ଥିଲେ। କାରଣ ଠିକ୍‌ ଅବା ମିଥ୍ୟା ବିଜ୍ଞପ୍ତିକୁ ଜାଣିବା ଅଭିଭାବକଙ୍କ ପକ୍ଷେ ସମ୍ଭବ ନଥିଲା।
ଏଠାରେ ଯେଉଁ ଦୁଇ ପିଲାଙ୍କ ବିଷୟରେ କୁହାଯାଉଛି ସେମାନେ ଥିଲେ ନୋଏଡା ଅଞ୍ଚଳର ସେକ୍ଟର ୨୦ରେ ଥିବା ଏକ ଇଣ୍ଟର୍‌ କଲେଜର ଛାତ୍ର। ପିଲାଦ୍ବୟଙ୍କୁ ପୋଲିସ୍‌ ଠାବ କଲାପରେ ସେମାନେ ଦୋଷ ସ୍ବୀକାର କରିଥିଲେ। ପୋଲିସ ସେମାନଙ୍କୁ ଏହାର କାରଣ ପଚାରି ବୁଝିଥିଲେ। ପ୍ରକୃତରେ ଅତ୍ୟଧିକ ଶୀତ ପାଇଁ ତଥା ବିଦ୍ୟାଳୟର କ୍ଳାନ୍ତିକର ପରିବେଶଠାରୁ ଦୂରେଇ ରହି ଭୋଜିଭାତରେ ସମୟ କାଟିବାକୁ ଇଚ୍ଛା ପ୍ରକାଶ କରି ପିଲା ଦୁହେଁ ଏଭଳି କାର୍ଯ୍ୟ କରିଥିବା କହିଥିଲେ। ପିଲାଦ୍ବୟଙ୍କ ନାମରେ ଏଫ୍‌ଆଇଆର୍‌ ଦାଏର କରାଯିିବା ସହ ସେମାନଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିଲା। ପରେ ସେମାନଙ୍କୁ ଜାମିନ୍‌ ମିଳିଥିଲା। ଏହି ଘଟଣା କେବଳ ନୋଏଡାର ପ୍ରଶାସନ ପାଇଁ ନୁହେଁ ବରଂ ଆମ ସରକାର, ସର୍ବୋପରି ଆମ ବ୍ୟବସ୍ଥା ପ୍ରତି ସତର୍କ ଘଣ୍ଟି। ଏ ଦୃଷ୍ଟିରୁ ପିଲାଙ୍କ ସହ ଆମ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ଅତ୍ୟନ୍ତ ଜରୁରୀ ମନେହୁଏ। ପିଲାମାନେ ଯାହା କରିଛନ୍ତି ତାହା କେବଳ ଭୁଲ୍‌ ନୁହେଁ, ଅପରାଧ ମଧ୍ୟ। କିନ୍ତୁ ଏପରି ମନ୍ଦକାର୍ଯ୍ୟ ମୂଳରେ ସେମାନଙ୍କ ଭିତରେ ଯେଉଁ ଭାବନା ଥିଲା ତାହାକୁ ବୁଝିବା ଦରକାର। ମୂଳ ଭାବନା ଏୟା ନୁହେଁ ତ, ପିଲାମାନେ ବିଦ୍ୟାଳୟକୁ ଯିବା ପାଇଁ ଚାହୁଁ ନାହାନ୍ତି ! ଯଦି ପିଲାମାନେ ବିଦ୍ୟାଳୟକୁ ଯିବାକୁ ଚାହୁଁନାହାନ୍ତି, ତେବେ ଏହାର କାରଣ କ’ଣ?
ବିଦ୍ୟାଳୟକୁ ଛୁଟି ଘୋଷଣା ପାଇଁ ପିଲା ଦୁହେଁ ଯେଉଁ ଉପାୟ ଅବଲମ୍ବନ କଲେ ତାହା ଠିକ୍‌ ନୁହେଁ। କିନ୍ତୁ ଏମାନଙ୍କ ବିରୋଧରେ ଏଫ୍‌.ଆଇ.ଆର୍‌ ଦାଏର କରିଦେଲେ; ତାହା ମଧ୍ୟ ସମାଧାନ ଆଣିଦେବ ନାହିଁ। ଅବଶ୍ୟ ଏହି ପିଲାଦ୍ବୟଙ୍କ ପାଇଁ ଲକ୍ଷାଧିକ ପିଲାଙ୍କର କ୍ଷତି ହୋଇଛି। ତେଣୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ ଥିଲା ବୋଲି ଜିଲା ପ୍ରଶାସନ ସଫେଇ ଦେଇଥିଲା।
ଆମ ଦେଶରେ ଗୋଟିଏ ପରେ ଗୋଟିଏ ସରକାର ନିଜ କାର୍ଯ୍ୟକାଳ ଶେଷ କରିଚାଲିଛି ଅଥଚ ଏଯାଏ ଠିକ୍‌ ଶିକ୍ଷାନୀତିଟିଏ ସ୍ଥିର ହୋଇପାରିନି। ସୁବିଧାବାଦୀ ରାଜନୀତି ପାଇଁ ବେଳେବେଳେ ପାଠ୍ୟକ୍ରମକୁ ପରିବର୍ତ୍ତନ କରାଯାଉଛି। ପିଲାଙ୍କ ବସ୍ତାନିରେ କାଗଜର ବୋଝ ମଧ୍ୟ ବଢ଼ି ଚାଲିଛି କିନ୍ତୁ ଆମ ବ୍ୟବସ୍ଥା ପିଲାଙ୍କ ମନକଥା ବୁଝିପାରୁ ନାହିଁି। ବାସ୍ତବିକ୍‌ ପୁସ୍ତକରୁ ପଢ଼ା ଯାଉଥିବା ପାଠ; ସମାଜରୁ ମିଳୁଥିବା ଶିକ୍ଷା ବା ଜ୍ଞାନଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଆଜି ଶ୍ରେଣୀଗୃହ ପିଲାଙ୍କୁ ଆକୃଷ୍ଟ କରିପାରୁନି। କିନ୍ତୁ ଏ ସମସ୍ତ ସମାଧାନର ରାସ୍ତା ଶ୍ରେଣୀଗୃହରୁ ହିଁ ବାହାରିବ। ସରକାର ଶ୍ରେଣୀଗୃହକୁ ସ୍ମାର୍ଟରୁମ୍‌ କରିବାକୁ ଆଗ୍ରହୀ, ଏହା ଜରୁରୀ ମଧ୍ୟ କିନ୍ତୁ ସେହି ହିସାବରେ ପିଲାଙ୍କୁ ସ୍ମାର୍ଟ କରିବା ଦରକାର। ସରକାର ବିଦ୍ୟାଳୟର ରୂପାନ୍ତରଣ ସହ ଗୁଣାନ୍ତରଣ ପ୍ରତି ଦୃଷ୍ଟିଦେବା ଆବଶ୍ୟକ। ଏଥିପାଇଁ ଶିକ୍ଷକ ସମାଜକୁ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲେଇବାକୁ ପଡ଼ିବ। ପିଲାଙ୍କ ମାନସିକତାକୁ ଦୃଷ୍ଟି ଦେଇ ଉଚ୍ଚ ପ୍ରାଥମିକ ସ୍ତର ପର୍ଯ୍ୟନ୍ତ ପାସଫେଲ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି। ପିଲାଙ୍କ ପାଇଁ ବିଦ୍ୟାଳୟକୁ ଭୟ ଓ ଦଣ୍ଡ ମୁକ୍ତ ଅଞ୍ଚଳ ଭାବେ ଘୋଷଣା ହୋଇଛି। ଏପରି ବ୍ୟବସ୍ଥା ଦ୍ୱାରା ଶିକ୍ଷକମାନେ ପିଲାଙ୍କୁ ଆକଟ କରିବାକୁ ଭୟ କରୁଛନ୍ତି। ଫଳତଃ ପିଲାଙ୍କ ସ୍ବେଚ୍ଛାଚାରିତା ବୃଦ୍ଧି ପାଉଛି। ଆଜି ବିଦ୍ୟାଳୟ ପରିବେଶ ପିଲାଙ୍କ ପାଇଁ ଭୟମୁକ୍ତ ହୋଇଥିବା ବେଳେ ଶିକ୍ଷକଙ୍କ ପାଇଁ ଭୟର ବାତାବରଣ ସୃଷ୍ଟି କରିଛି। ଶିକ୍ଷକଙ୍କୁ ଅନୁଶାସନ ମଧ୍ୟରେ ରହିବା ପାଇଁ ସରକାର ଗୋଟିଏ ପରେ ଗୋଟିଏ ନିର୍ଦ୍ଦେଶନାମା ଜାରିକରି ଚାଲିଛନ୍ତି କିନ୍ତୁ ପିଲାଙ୍କୁ ଅନୁଶାସନର ଶିକ୍ଷା ଦେବାକୁ ଶିକ୍ଷକଟି ଆଜି ଅସୁରକ୍ଷିତ ମଣୁଛି। ତେଣୁ ପିଲାଙ୍କ ନୈତିକ ଅଧଃପତନ ଘଟୁଛି ଏଥିପାଇଁ ଶିକ୍ଷକ ସମାଜକୁ ଦୋଷ ଦେଇ ଆମେ ନିଜେ ଖସି ଯାଉଛେ! ସର୍ବଦା ଭୟର ବଳୟ ମଧ୍ୟରେ ରହି ଶିକ୍ଷକଗଣ ଯେନତେନ ପ୍ରକାରେ ନିଜ ସମୟକୁ ବିଦ୍ୟାଳୟରେ କଟେଇ ଦେବାକୁ ଚାହୁଁଛନ୍ତି। ତେଣୁ ପରିସ୍ଥିତି ବିଗିଡି ଚାଲିଛି।
ଆଜିର ଶିକ୍ଷା ବ୍ୟବସ୍ଥାରେ ପ୍ରତିବର୍ଷ ଅନେକ ପିଲା ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପଢାସାରି ବାହାରୁଛନ୍ତି। ଏକ ତଥ୍ୟ କହୁଛି ଭାରତରେ ଇଞ୍ଜିନିୟରିଂ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ମାତ୍ର ୩.୮୪ ପ୍ରତିଶତଙ୍କ ପାଖରେ ଚାକିରି ପାଇଁ ଆବଶ୍ୟକ ଦକ୍ଷତା ରହିଛି। ମାତ୍ର ୩ ପ୍ରତିଶତ ଛାତ୍ରୀଛାତ୍ର ହିଁ ନୂତନ ଜ୍ଞାନକୌଶଳ ବିଷୟରେ ପୂର୍ଣ୍ଣମାତ୍ରାରେ ଦକ୍ଷ। ବହୁ ସମୟରେ ଆମ ଦେଶର ଲୋକେ କହନ୍ତି ଯେ- ମୁଁ ଜଣେ ଗ୍ରାଜୁଏଟ୍‌, ମୁଁ ଜଣେ ଇଞ୍ଜିନିୟର ଡିଗ୍ରୀଧାରୀ କିନ୍ତୁ ମୋ ପାଇଁ ଚାକିରି ନାହିଁ। ହେଲେ ଆକଳନ ବେଳେ ଏସବୁ ଡିଗ୍ରୀଧାରୀ ଚାକିରି ପାଇଁ ଆବଶ୍ୟକ କୌଶଳଠାରୁ ବହୁ ପଛରେ ରହିଯାନ୍ତି ଅବା ଅଯୋଗ୍ୟ ବିବେଚିତ ହୁଅନ୍ତି। ଜଣେ ଜୀବନକାଳର ଏକ ଚତୁର୍ଥାଂଶ ସମୟକୁ ବିଦ୍ୟାଳୟରେ ବିତେଇଥାଏ। ଯଦି ପିଲାଟିକୁ ନିଜ ବିଦ୍ୟାଳୟ ଅରୁଚିକର, କ୍ଳାନ୍ତିକର ଲାଗେ ଅବା ବୋଝ ଭଳି ଅନୁଭୂତ ହୁଏ, ପୁଣି ଏହା ଯଦି ପିଲାଟିକୁ ନିଜ ଗୋଡ଼ରେ ଠିଆହେବା ପାଇଁ କିମ୍ବା ଚାକିରି ପାଇଁ ଯୋଗ୍ୟ ରୂପେ ଗଢ଼ି ନ ପାରେ; ତେବେ କ’ଣ କହିବା ? ଏହାର ଉତ୍ତର ଆମକୁ ଖୋଜି ବାହାର କରିବାକୁ ପଡ଼ିବ। ବିଦ୍ୟାଳୟର ରୂପାନ୍ତରଣ ସହ ଗୁଣାନ୍ତରଣ ପ୍ରତି ଧ୍ୟାନ ଦେବାକୁ ପଡ଼ିବ।
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?