ତେଜିଲା ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ

କେନୋଶା,୨୬ା୮(ଏ.ପି.): ଆମେରିକାର ମିନିଆପଲିସରେ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁକୁ ନେଇ ମୁଣ୍ଡ ଟେକିଥିବା ଆନ୍ଦୋଳନ ଆଉ ଜଣେ କୃଷ୍ଣକାୟଙ୍କୁ ପୋଲିସର ଗୁଳିମାଡ଼ ପରେ ଆହୁରି ବ୍ୟାପକ ହୋଇଛି। ଓ୍ବିସ୍କୋନ୍‌ସିନର କେନୋଶା ସହରରେ ରବିବାର ରାତିରେ ଜଣେ କୃଷ୍ଣକାୟଙ୍କୁ ପୋଲିସ ୭ଟି ଗୁଳି ମାରିଥିଲା। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସା କରାଯାଉଛି। ଏହି ଘଟଣାକୁ ନେଇ ଆମେରିକା ପୁଣିଥରେ ଅଶାନ୍ତ ହୋଇଯାଇଛି। ପୋଲିସର ଗୁଳିକାଣ୍ଡକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ମିଳିଥିବା ସୂଚନାନୁସାରେ କେନୋଶାର ମୋଟ ଜନସଂଖ୍ୟାର ୧୨% କୃଷ୍ଣକାୟ ହୋଇଥିବାବେଳେ ୬୭% ହେଉଛନ୍ତି ଶ୍ୱେତାଙ୍ଗ। ଜାକୋବ ବ୍ଲାକ୍‌ ନାମକ ୨୯ ବର୍ଷୀୟ ଆଫ୍ରିକୀୟ ଆମେରିକୀୟ ନିଜ ୩ ପୁଅଙ୍କୁ କାର୍‌ରେ ନେଇ ଯାଉଥିଲେ। ସେ କାର୍‌ରେ ଚଳାଉଥିବାବେଳେ ପଛ ସିଟ୍‌ରେ ତାଙ୍କର ୩ ପୁଅ ବସିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ଜନ୍ମଦିନ ଥିଲା। ଜାକୋବ୍‌ କାର୍‌ର ଡୋର୍‌ ଖୋଲିବାବେଳେ ଜଣେ ପୋଲିସ ଅଧିକାରୀ ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏହି ଘଟଣାକୁ ନେଇ ସୋମବାର ରାତି ୮ଟାରେ କୃଷ୍ଣକାୟମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ‘ନ୍ୟାୟ ନାହିଁ, ଶାନ୍ତି ନାହିଁ’ ବୋଲି ସେମାନେ ସ୍ଲୋଗାନ ଦେଉଥିବାବେଳେ କେତେଜଣ ପୋଲିସ ଅଧିକାରୀ କୋର୍ଟହାଉସ୍‌ର ପ୍ରବେଶ ପଥରେ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଥିତ୍ଲେ। କିନ୍ତୁ ଶତାଧିକ ବିକ୍ଷୋଭକାରୀ ପୋଲିସ ଆଡ଼କୁ ମାଡ଼ିଯାଇ ନିଆଁ ଜଳାଇଥିଲେ। କୋର୍ଟହାଉସ୍‌ ନିକଟରେ ଥିବା ଏକ ଟ୍ରକ୍‌କୁ ସେମାନେ ଜାଳିଦେଇଥିଲେ। ବିକ୍ଷୋଭକାରୀ କର୍ଫ୍ୟୁକୁ ଅବଜ୍ଞା କରି ଆନ୍ଦୋଳନ କରୁଥିବାବେଳେ ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ବିକ୍ଷୋଭକାରୀମାନେ ପୋଲିସ ଉପରକୁ ବୋତଲ ଫିଙ୍ଗିଥିଲେ। ଓ୍ବିସ୍କୋନ୍‌ସିନ ଗଭର୍ନର ଘଟଣାର ନିନ୍ଦା କରିବା ସହ ନ୍ୟାଶନାଲ ଗାର୍ଡ ମୁତୟନ କରାଇଛନ୍ତି। ଜଣେ ପୋଲିସ ଅଧିକାରୀଙ୍କ ଯୋଗୁ କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁ ଯୋଗୁ ସୃଷ୍ଟି ହୋଇଥିବା ‘ବ୍ଲାକ୍‌ ଲାଇଫ୍‌ ମ୍ୟାଟର୍ସ’ ଆନ୍ଦୋଳନର ୩ ମାସ ପରେ ଏହି ଘଟଣା ଟ୍ରମ୍ପ୍‌ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?