ତେଜିଲା ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ

କେନୋଶା,୨୬ା୮(ଏ.ପି.): ଆମେରିକାର ମିନିଆପଲିସରେ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁକୁ ନେଇ ମୁଣ୍ଡ ଟେକିଥିବା ଆନ୍ଦୋଳନ ଆଉ ଜଣେ କୃଷ୍ଣକାୟଙ୍କୁ ପୋଲିସର ଗୁଳିମାଡ଼ ପରେ ଆହୁରି ବ୍ୟାପକ ହୋଇଛି। ଓ୍ବିସ୍କୋନ୍‌ସିନର କେନୋଶା ସହରରେ ରବିବାର ରାତିରେ ଜଣେ କୃଷ୍ଣକାୟଙ୍କୁ ପୋଲିସ ୭ଟି ଗୁଳି ମାରିଥିଲା। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସା କରାଯାଉଛି। ଏହି ଘଟଣାକୁ ନେଇ ଆମେରିକା ପୁଣିଥରେ ଅଶାନ୍ତ ହୋଇଯାଇଛି। ପୋଲିସର ଗୁଳିକାଣ୍ଡକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ମିଳିଥିବା ସୂଚନାନୁସାରେ କେନୋଶାର ମୋଟ ଜନସଂଖ୍ୟାର ୧୨% କୃଷ୍ଣକାୟ ହୋଇଥିବାବେଳେ ୬୭% ହେଉଛନ୍ତି ଶ୍ୱେତାଙ୍ଗ। ଜାକୋବ ବ୍ଲାକ୍‌ ନାମକ ୨୯ ବର୍ଷୀୟ ଆଫ୍ରିକୀୟ ଆମେରିକୀୟ ନିଜ ୩ ପୁଅଙ୍କୁ କାର୍‌ରେ ନେଇ ଯାଉଥିଲେ। ସେ କାର୍‌ରେ ଚଳାଉଥିବାବେଳେ ପଛ ସିଟ୍‌ରେ ତାଙ୍କର ୩ ପୁଅ ବସିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ଜନ୍ମଦିନ ଥିଲା। ଜାକୋବ୍‌ କାର୍‌ର ଡୋର୍‌ ଖୋଲିବାବେଳେ ଜଣେ ପୋଲିସ ଅଧିକାରୀ ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏହି ଘଟଣାକୁ ନେଇ ସୋମବାର ରାତି ୮ଟାରେ କୃଷ୍ଣକାୟମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ‘ନ୍ୟାୟ ନାହିଁ, ଶାନ୍ତି ନାହିଁ’ ବୋଲି ସେମାନେ ସ୍ଲୋଗାନ ଦେଉଥିବାବେଳେ କେତେଜଣ ପୋଲିସ ଅଧିକାରୀ କୋର୍ଟହାଉସ୍‌ର ପ୍ରବେଶ ପଥରେ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଥିତ୍ଲେ। କିନ୍ତୁ ଶତାଧିକ ବିକ୍ଷୋଭକାରୀ ପୋଲିସ ଆଡ଼କୁ ମାଡ଼ିଯାଇ ନିଆଁ ଜଳାଇଥିଲେ। କୋର୍ଟହାଉସ୍‌ ନିକଟରେ ଥିବା ଏକ ଟ୍ରକ୍‌କୁ ସେମାନେ ଜାଳିଦେଇଥିଲେ। ବିକ୍ଷୋଭକାରୀ କର୍ଫ୍ୟୁକୁ ଅବଜ୍ଞା କରି ଆନ୍ଦୋଳନ କରୁଥିବାବେଳେ ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ବିକ୍ଷୋଭକାରୀମାନେ ପୋଲିସ ଉପରକୁ ବୋତଲ ଫିଙ୍ଗିଥିଲେ। ଓ୍ବିସ୍କୋନ୍‌ସିନ ଗଭର୍ନର ଘଟଣାର ନିନ୍ଦା କରିବା ସହ ନ୍ୟାଶନାଲ ଗାର୍ଡ ମୁତୟନ କରାଇଛନ୍ତି। ଜଣେ ପୋଲିସ ଅଧିକାରୀଙ୍କ ଯୋଗୁ କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁ ଯୋଗୁ ସୃଷ୍ଟି ହୋଇଥିବା ‘ବ୍ଲାକ୍‌ ଲାଇଫ୍‌ ମ୍ୟାଟର୍ସ’ ଆନ୍ଦୋଳନର ୩ ମାସ ପରେ ଏହି ଘଟଣା ଟ୍ରମ୍ପ୍‌ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ଟୁଇଟକୁ ନେଇ ଚର୍ଚ୍ଚା

ୱାଶିଂଟନ,୯ ।୫: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟର କ୍ରୟ କରିବା ପରେ ସବୁବେଳେ ରହୁଛନ୍ତି ଚର୍ଚ୍ଚାରେ । ଏବେ ତାଙ୍କର ଏକ...

୩ ଲକ୍ଷ ସୈନ୍ୟ ସଂଗ୍ରହ ପାଇଁ ପୁଟିନ୍‌ଙ୍କ ନିର୍ଦ୍ଦେଶ, ପାଶ୍ଚାତ୍ୟ ଦେଶଙ୍କୁ ଚେତାବନୀ…

ମସ୍କୋ, ୨୧।୯ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର ୟୁକ୍ରେନ ଯୁଦ୍ଧ ମଧ୍ୟରେ ଦେଶରେ ୩ ଲକ୍ଷ ସୈନ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।...

ପ୍ରବଳ ବର୍ଷା

ନ୍ୟୁୟର୍କ,୧୦ା୭: ଆମେରିକାର ନ୍ୟୁୟର୍କ ଏବଂ ପେନ୍‌ସିଲ୍‌ଭାନିଆର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାରେ ଯାଉଥିବା...

ଶୁଦ୍ଧ ବାୟୁମଣ୍ଡଳର ଦେଶ ଫିନ୍‌ଲ୍ୟାଣ୍ଡ୍‌

ଭାରତର ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଏବେ ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି। କେବଳ ଦିଲ୍ଲୀ ନୁହେଁ, ବାୟୁପ୍ରଦୂଷଣ ଦୃଷ୍ଟିରେ ଦୁନିଆର ସବୁଠୁ ଅଧିକ ପ୍ରଦୂଷିତ...

ନୁର ଖାନ ଏୟାର ବେସ୍‌ରୁ କ୍ୱିଭ୍‌ ଯାଉଛି ଗୋଳା ବାରୁଦ…

ଇସଲାମାବାଦ,୫।୧୦ : ପାକିସ୍ତାନ ଏବେ ଏକ ନୂଆ ବିବାଦରେ ଛନ୍ଦି ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷିଆ-ୟୁକ୍ରେନ ବିବାଦରେ ପାକିସ୍ତାନ ନିରପେକ୍ଷ ନୁହେଁ। ଏହା ୟୁକ୍ରେନକୁ...

ଗର୍ଭବତୀ ହେବାର ୩ ଦିନ ପରେ ଶିଶୁକୁ ଜନ୍ମଦେଲେ ମହିଳା!

ମା’ ହେବାର ଅନୁଭୂତି ସବୁଠାରୁ ନିଆରା। ଏକ ଶିଶୁ ଜନ୍ମ ହେବା ପୂର୍ବରୁ ୯ ମାସ ମା’ ଗର୍ଭରେ ରହିଥାଏ। ଏହି ସମୟରେ ଶିଶୁର ଶରୀରର...

୨୦୨୪ରେ ଇସ୍ରୋ-ନାସାର ମିଳିତ ସ୍ପେସ୍‌ ମିଶନ

ଆମେରିକାର ମହାକାଶ ସଂସ୍ଥା ନାସା (ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍‌ ଆଡମିନିଷ୍ଟ୍ରେଶନ) ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚଳିତବର୍ଷ ମହାକାଶକୁ ମାନବ ପ୍ରେରଣ...

ପ୍ରଥମ ଚନ୍ଦ୍ର ମିଶନକୁ ସ୍ଥଗିତ ରଖିଲା ଜାପାନ…

ଟୋକିଓ,୨୮।୮ : ଜାପାନ ଏହାର ପ୍ରଥମ ଚନ୍ଦ୍ର ମିଶନକୁ ସ୍ଥଗିତ ରଖିଛି। ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ପ୍ରଥମ ପ୍ରୟାସ ଅନ୍ତର୍ଗତ ସୋମବାର ଜାପାନ ଏଚ୨ଏ...

Advertisement
Archives

Model This Week