ଏଇ ଭାରତରେ

ବିଶ୍ୱରେ ଏବେ ଇଲେକ୍‌ଟ୍ରୋନିକ ଓ୍ବେଷ୍ଟ (ଇ-ଓ୍ବେଷ୍ଟ) ସୁନାମି ଦେଖିବାକୁ ମିଳିଛି। ଏହା ପରିବେଶ ଓ ପ୍ରାଣୀଙ୍କ ପାଇଁ ସଙ୍କଟ ସୃଷ୍ଟି କରୁଛି। ଏଥିରୁ ମୁକୁଳିବା ଲାଗି ଦୁଇଭାଇ ରୋହନ ଏବଂ ନୀତିନ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେମାନେ ମେକାନିକାଲ ଏବଂ ହାଇଡ୍ରୋଇଲେକ୍ଟ୍ରିକାଲ ପଦ୍ଧତିରେ ଇ-ଓ୍ବେଷ୍ଟରୁ ସୁନା ଓ ରୁପା ସମେତ ବିଭିନ୍ନ ଧାତୁକୁ ଏକ ସ୍ଥାୟୀ ପରିବେଶ ଉପଯୋଗୀ ପଦ୍ଧତିରେ ଅଲଗା କରୁଛନ୍ତି। ସେମାନେ ୨୦୦୭ରେ ଉତ୍ତରାଖଣ୍ଡର ରୁର୍‌କିରେ ‘ଆଟେରୋ ରିସାଇକ୍ଲିଂ’ ଆରମ୍ଭ କରି ଏହି କାର୍ଯ୍ୟ କରୁଛନ୍ତି। ଟେଲିଭିଜନ ସେଟ୍‌, କମ୍ପ୍ୟୁଟର ମିଟର, ପ୍ରିଣ୍ଟର, ସ୍କାନର, କି’ବୋର୍ଡ, କେବୁଲ, ସର୍କିଟ ବୋର୍ଡ, ଲ୍ୟାମ୍ପ, କାଲ୍‌କୁଲେଟର, ଫୋନ୍‌, ଡିଭିଡି ଆଦି ଇ-ଓ୍ବେଷ୍ଟକୁ ରିସାଇକ୍ଲିଂ କରୁଛନ୍ତି। ନୀତିନ ଆଇଆଇଟି ଦିଲ୍ଲୀରୁ ବିଟେକ୍‌ ଡିଗ୍ରୀ ଓ ରୋହନ ଏନ୍‌ଆଇଟି ଜୟପୁରରୁ କେମିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ସେମାନେ ଇ-ଓ୍ବେଷ୍ଟରୁ ୯୮% ଧାତବ ଅଲଗା କରିପାରୁଛନ୍ତି। ଏହି ଧାତବ ମଧ୍ୟରେ ରହିଛି ସୁନା, ରୁପା, ଟିଣ, ସୀସା, ତମ୍ବା, ଆଲୁମିନିୟମ, ଲିଥିୟମ, କୋବାଲ୍ଟ, ମାଙ୍ଗାନିଜ, ନିକେଲ । ଏହାଦ୍ୱାରା ଲକ୍ଷ ଲକ୍ଷ ଟନ କାର୍ବନ ନିର୍ଗମନ ମଧ୍ୟ ରୋକାଯାଇପାରୁଛି। ଏବେ ବିଶ୍ୱରେ ମାତ୍ର ୨୦% ଇ-ଓ୍ବେଷ୍ଟ ରିସାଇକ୍ଲିଂ କରାଯାଉଛି ।
ଏଣୁ ଏହି ପଦ୍ଧତି କିମ୍ବା ଏହାଠାରୁ ଉନ୍ନତ ପଦ୍ଧତିର ଆବଶ୍ୟକତା ରହିଛି ବୋଲି କହନ୍ତି ନୀତିନ। ୨୦୨୧ ସୁଦ୍ଧା ଦୁଇ ଭାଇ ଭାରତର ବିଭିନ୍ନ ରାଜ୍ୟରେ ୬ଟି କମ୍ପାନୀ ସ୍ଥାପନ କରି ୩୦,୦୦୦ ଟନ୍‌ ଇ- ଓ୍ବେଷ୍ଟ ରିସାଇକ୍ଲିଂ କରିବାର ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରାର ଏକ ଛୋଟ ସହର ଖୋଓ୍ବାଇ। ୧୫ ଓ୍ବାର୍ଡବିଶିଷ୍ଟ ଏହି ସହରର ବର୍ଜ୍ୟ ପରିଚାଳନା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମ୍ୟୁନିସିପାଲିଟି ନୁହେଁ, ବରଂ ଏକ ସୋସାଇଟିର ପରିମଳ…

ଇଥାନଲ୍‌ ଓ ଇ୨୦ ଇନ୍ଧନ

ଆମ ପୁରାଣରେ ଦେବଲୋକରେ ଆନନ୍ଦ ଅନୁଭବ ପାଇଁ ସୁରା ପାନକରିବା କଥା ଉଲ୍ଲେଖ ଅଛି I ଉକ୍ତ ସୁରା ବା ମଦ୍ୟ ଅନ୍ୟ କିଛି ନୁହେଁ, ବରଂ…

ଜାତୀୟ ସୁରକ୍ଷା

ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଗଣତାନ୍ତ୍ରିକ ଦେଶ। ଏହାର ଭୌଗୋଳିକ ଅବସ୍ଥିତି ଓ ବିସ୍ତୃତି, ବହୁଭାଷିକ ଓ ବହୁଧର୍ମୀୟ ସମାଜ,ପଡ଼ୋଶୀ ଦେଶଗୁଡ଼ିକ ସହ ଲାଗି ରହିଥିବା ସୀମା…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ପ୍ରତିରକ୍ଷାରେ ଘରୋଇକରଣ

କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ପାରମ୍ପରିକ ମିଶାଇଲ ବା କ୍ଷେପଣାସ୍ତ୍ର ଉତ୍ପାଦନର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ଏଣିକି ବେସରକାରୀ କମ୍ପାନୀଗୁଡ଼ିକ ‘ଅସ୍ତ୍ର’ ଏବଂ ‘ପ୍ରଳୟ’ ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri