Posted inଖେଳ

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ହିଟ୍‌ମ୍ୟାନ୍‌

ଦୁବାଇ,୨୧।୧୦: ଆସନ୍ତା ଅକ୍ଟୋବର ୨୪ରେ ଦୁବାଇରେ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍‌ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ନେଇ ଉତ୍କଣ୍ଠା ବଢିଛି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବାକୁ ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ଭାରତ ପାଇଁ କ୍ରମାଗତ ୭ଟି ଟି -୨୦ ବିଶ୍ୱକପ ଖେଳିବାରେ ରୋହିତ ପ୍ରଥମ ଖେଳାଳି ହେବେ।
୨୦୦୭ରେ ଅନୁଷ୍ଠିତ ପ୍ରଥମ ଟି -୨୦ ବିଶ୍ୱକପ ଜିତିଥିବା ଟିମ ଇଣ୍ଡିଆର ଏକମାତ୍ର ସଦସ୍ୟ ରୋହିତ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ (୬ ବିଶ୍ୱକପ) କୁ ପଛରେ ପକାଇ ଏହି କାରନାମା କରିବେ। ତେବେ ଏଥର ମଧ୍ୟ ଧୋନୀ ଖେଳାଳି ଭାବରେ ନୁହେଁ ବରଂ ମେଣ୍ଟର ଭାବରେ ଦଳ ସହିତ ରହିବେ। କେବଳ ଏତିକି ନୁହେଁ, ରୋହିତ ଧୋନୀଙ୍କ ଅଧିକ ବିଶ୍ୱକପ ମ୍ୟାଚ ଖେଳିବାର ରେକର୍ଡ ମଧ୍ୟ ଭାଙ୍ଗିବେ। ଧୋନୀ ୩୩ଟି ବିଶ୍ୱକପ୍‌ ମ୍ୟାଚ୍‌ ଖେଳିଥିବାବେଳେ ରୋହିତ ୨୮ଟି ମ୍ୟାଚ୍‌ ଖେଳିଛନ୍ତି। ଏବେ ସେ ଧୋନୀଙ୍କଠାରୁ ୬ ମ୍ୟାଚ୍‌ ପଛରେ ଅଛନ୍ତି। ଧୋନୀ ଅଧିନାୟକ ଭାବରେ ସମସ୍ତ ମ୍ୟାଚ ଖେଳିଛନ୍ତି। ଏଥିରୁ ମାହି ୨୦ଟି ଜିତିଛନ୍ତି ଏବଂ ୧୧ଟି ହାରିଛନ୍ତି।
ରୋହିତଙ୍କ ବ୍ୟତୀତ ଆଉ ୬ ଜଣ କ୍ରିକେଟର ମଧ୍ୟ ସପ୍ତମଥର ପାଇଁ ଟି-୨୦ ବିଶ୍ୱକପ ଖେଳୁଛନ୍ତି। ସେମାନଙ୍କ ମଧ୍ୟରେ ବାଂଲାଦେଶର ତିନି ଖେଳାଳି (ଶାକିବ, ମୁଶଫିକୁର ରହୀମ, ମହମୁଦୁଲ୍ଲା), ୱେଷ୍ଟଇଣ୍ଡିଜ (କ୍ରିସ୍‌ ଗେଲ, ଡ୍ବେନ ବ୍ରାଭୋ) ଏବଂ ପାକିସ୍ତାନର ଜଣେ ଖେଳାଳି (ଶୋଏବ ମଲିକ) ଅଛନ୍ତି।
ବିଶ୍ୱକପ୍‌ର ୨୮ଟି ମ୍ୟାଚରେ ରୋହିତ ୨୪ ଟି ଛକା ମାରିଛନ୍ତି। ସେ ଭାରତ ଲାଗି ସର୍ବାଧିକ ଛକା ପାଇଁ ଯୁବରାଜ ସିଂଙ୍କ (୩୩) ରେକର୍ଡଠାରୁ ମାତ୍ର ୧୦ ଦୂରରେ ଅଛନ୍ତି।
ସେହିପରି ରୋହିତ ଅନ୍ତର୍ଜାତୀୟ ଟି -୨୦ରେ ୩୦୦୦ ରନ ପୂରଣ କରିବା ଠାରୁ ୧୩୬ ରନ ଦୂରରେ ଅଛନ୍ତି। ସେ ୧୧୧ ମ୍ୟାଚରେ ହାରାହାରି ୩୨.୫୪ରେ ୨୮୬୪ ରନ ସଂଗ୍ରହ କରିଛନ୍ତି। ବିଶ୍ୱକପରେ ଏହି ସଫଳତା ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ ହେବେ। ଅଧିନାୟକ କୋହଲି (୩୧୫୯) ଏହା କରିବାରେ ସକ୍ଷମ ହୋଇଛନ୍ତି। ରୋହିତ ହେଉଛନ୍ତି ଦେଶର ଏକମାତ୍ର କ୍ରିକେଟର ଯିଏକି ୧୦୦ କିମ୍ବା ଅଧିକ ଟି-୨୦ ଖେଳିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ…

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

CJP ନିର୍ବାଚନ ଲଢିଲେ ଭୋଟ୍‌ ଦେବେ କି? ଚମକାଇଲା ସର୍ଭେ ରିପୋର୍ଟ…ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

ଉଡନ୍ତା ପାଉଁଶ ଗଦା ଉପରେ ବଡ଼ ଧରଣର ଚଢ଼ାଉ

କୁଆଁରମୁଣ୍ଡା,୨୭।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଉଡ଼ନ୍ତା ପାଉଁଶ ଗଦା କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri