ଏଇ ଭାରତରେ

ପରୀକ୍ଷାରେ ଭଲ ନମ୍ବର ରଖି ପାସ୍‌ କରିଥିବା ପିଲାଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ କିମ୍ବା ବ୍ୟକ୍ତି ପୁରସ୍କୃତ କରିଥାନ୍ତି। କିନ୍ତୁ ଫେଲ୍‌ ହୋଇଥିବା ପିଲାଙ୍କୁ ପୁରସ୍କାର କି ଉପହାର ଦେବା କଥା କେବେ ଶୁଣିଛନ୍ତି ! ହେଲେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେରଳରେ। ନିକଟରେ କେରଳରେ ଦଶମ ଶ୍ରେଣୀ ପିଲାଙ୍କ ରେଜଲ୍ଟ ବାହାରିଥିବାରୁ ଏକ ଭିନ୍ନ ଢଙ୍ଗରେ ସ୍ବତନ୍ତ୍ର ଅଫର୍‌ ଦେଇଛନ୍ତି କେରଳ ଚେତିୟାର ପାର୍କ ନିକଟରେ ଥିବା ଏକ ହୋଟେଲ ମାଲିକ କେ. ସୁଧୀଶ। ସେ କହିଛନ୍ତି ଯେଉଁ ପିଲାମାନେ ପରୀକ୍ଷାରେ ଫେଲ୍‌ ହୋଇଛନ୍ତି ସେମାନେ ତାଙ୍କ ହୋଟେଲରେ ମାଗଣାରେ ରହିବାର ସୁଯୋଗ ପାଇପାରିବେ। ସୁଧୀଶ ହୋଟେଲ ମ୍ୟାନେଜମେଣ୍ଟ କରିବା ପରେ ୨୦୦୩ ମସିହାରେ ହୋଟେଲ ବ୍ୟବସାୟ ଆରମ୍ଭ କରିଥିଲେ। ଏବେ ସେ ଦଶମ ଫେଲ୍‌ ହୋଇଥିବା ପିଲାଙ୍କ ପାଇଁ ଫେସ୍‌ବୁକ୍‌ରେ ଏଭଳି ଏକ ଅଫର୍‌ ଦେଇଛନ୍ତି। ତାଙ୍କର ଏହି ଅଫର୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପରୀକ୍ଷାରେ ଫେଲ୍‌ ହୋଇଯିବା ପରେ ପିଲାମାନେ ଡିପ୍ରେସନର ଶିକାର ହୋଇ କିଭଳି ଭାବେ ନିଜ ଜୀବନକୁ ନଷ୍ଟ କରି ଦେଇଛନ୍ତି ସେ ବିଷୟରେ କେତେଜଣଙ୍କ ଉଦାହରଣ ଶୁଣିଥିଲେ। ଏହାପରେ ସେ ଏଭଳି ଏକ ନିଷ୍ପତ୍ତି ନେଇ ହୋଟେଲରେ ରହିବା ପାଇଁ ଅଫର୍‌ ଦେଇଛନ୍ତି। ଏହି ଅଫର୍‌ ବିଷୟରେ ଜାଣିବା ପରେ ଫେଲ୍‌ ହୋଇଥିବା ପିଲାମାନେ ଡିପ୍ରେସନରୁ କିଛି ମାତ୍ରାରେ ମୁକୁଳି ପାରିବେ ବୋଲି ସେ ବିଶ୍ୱାସ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ତ୍ତମାନ ନିର୍ବାଚନ ଋତୁ ଜାରି ରହିଛି। ଭାରତ ଭଳି ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟଦେଇ ନିଜ ମନ ପସନ୍ଦର ପ୍ରତିନିଧି ବାଛିବା ପ୍ରତ୍ୟେକ ବ୍ୟକ୍ତିଙ୍କର...

ନିର୍ବାଚନ ନିୟନ୍ତ୍ରକ

ରାଜ୍ୟ ବିଧାନସଭା, ପାର୍ଲାମେଣ୍ଟ ଏବଂ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପରିଚାଳନା କରିବା ସକାଶେ ସମ୍ବିଧାନର ୩୨୪ ଧାରାରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ କ୍ଷମତା ଦିଆଯାଇଛି।...

ଭେଜାଲ ସାମଗ୍ରୀ ଓ ନକଲି ମାନସିକତା

ଡ. ଅଜୟ କୁମାର ନନ୍ଦ ବିଭିନ୍ନ ଉପାୟରେ ନାଁ କମାଇବା ସହିତ ଯେନତେନ ପ୍ରକାରରେ ସମ୍ପତ୍ତି ହାତେଇବାର କଳାକୌଶଳ ଆମଦାନୀ କରିବାରେ ପ୍ରାୟ କିଛି ଲୋକ...

Dillip Cherian

ପିଏମ୍‌ଓ ବାବୁ

ସର୍ବକ୍ଷମତାଶାଳୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ଯେକୌଣସି ନିଯୁକ୍ତିକୁ ବହୁତ ଆଗ୍ରହ ସହିତ ଦେଖାଯାଏ। ତେଣୁ ତାମିଲନାଡୁ କ୍ୟାଡର୍‌ର ୧୯୯୪ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ପି. ଅମୁଧା...

ବିପଜ୍ଜନକ ବିକିରଣ

ଜୀବଜଗତ ପାଇଁ ମାରାତ୍ମକ ପାଲଟିଛି ମୋବାଇଲ୍‌ ଟାୱାର। ଏଥିରୁ ବାହାରୁଥିବା ଚୁମ୍ବକୀୟ ବିକିରଣ ପଶୁ ସମ୍ପଦକୁ ଅଧିକ ହାନି ପହଞ୍ଚାଉଛି। ମଣିଷ ବି ଏଥିରେ ପ୍ରଭାବିତ।...

ଏଇ ଭାରତରେ

ସ୍କୁଲ୍‌ ଫି ଦେଇ ନ ପାରି ପଢା ଛାଡି ନିଜ ଗୋଡରେ ଛିଡା ହୋଇ କୋଲକାତାର ବିଶ୍ୱନାଥ ନାରୁ ଅଭାବୀ ପିଲାମାନଙ୍କ ପାଇଁ ସ୍କୁଲ୍‌ ଗଢିଛନ୍ତି।...

ପରିବେଶ ଅନୁକୂଳ ବିକଳ୍ପ ଇନ୍ଧନ ଉପରେ ଗୁରୁତ୍ୱ

ଧର୍ମେନ୍ଦ୍ର ପ୍ରଧାନ ଆମ ସମସ୍ତଙ୍କୁ ଅଳ୍ପ-ବହୁତ ବିଶ୍ୱତାପନର ଗୁରୁତର ପରିଣାମ ଭୋଗିବାକୁ ପଡ଼ୁଛି। ଭୂପୃଷ୍ଠର ତାପମାତ୍ରା ଅତି ସାମାନ୍ୟ ପରିମାଣରେ, ମାତ୍ର ୦.୩ରୁ ୧.୭ ଡିଗ୍ରୀ...

ଆପ୍ରବାସୀ ଚିକିତ୍ସା ବିଶେଷଜ୍ଞ

ଆମେରିକାର ଉନ୍ନତିରେ ଇମିଗ୍ରାଣ୍ଟ୍‌ସ ବା ଆପ୍ରବାସୀଙ୍କ ଭୂମିକା ସର୍ବଦା ଗୁରୁତ୍ୱ ବହନ କରିଆସିଛି। ଜୁଲାଇ ୪ ଆମେରିକାର ସ୍ବାଧୀନତା ଦିବସ ପୂର୍ବରୁ ୨୦୦୬ରୁ ପ୍ରତିବର୍ଷ କାର୍ନେଜି...

Advertisement
Archives

Model This Week