ମହାପ୍ରଭୁଙ୍କ ଘର କଳି

ଅଧ୍ୟାପକ ପ୍ରଫୁଲ୍ଲ କୁମାର ସାହୁ

ଜଗତର ନାଥ ଜଗନ୍ନାଥ ମାନବବାଦର ଠାକୁର। ତାଙ୍କ ମାନବୀୟ ଲୀଳାର ସର୍ବଶ୍ରେଷ୍ଠ ଜାଜ୍ୱଲ୍ୟମାନ ଦୃଷ୍ଟାନ୍ତ ହେଉଛି ଶ୍ରୀଗୁଣ୍ଡିଚା ଯାତ୍ରା। ହେରାପଞ୍ଚମୀ ସେହି ନବଦିନ ବ୍ୟାପି ଯାତ୍ରାର ଏକ ଅଂଶ ବିଶେଷ ବା ଉପଯାତ୍ରା। ରଥଯାତ୍ରାର ପଞ୍ଚମ ଦିନ ମହାପ୍ରଭୁଙ୍କୁ ହେରିବା ବା ଦର୍ଶନ କରିବା ନିମନ୍ତେ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରୁଥିବାରୁ ଏହା ହେରାପଞ୍ଚମୀ ନାମରେ ଖ୍ୟାତ। ଦାମ୍ପତ୍ୟ ବିରହ, କଳହ ଓ ବିଳାସ ଆଦି ମୌଳିକ ବିଭବ ଉପରେ ପର୍ଯ୍ୟବସିତ ହେଲେ ବି ଘଟଣା ବିନ୍ୟାସ ଦୃଷ୍ଟିରୁ ଏହା ପାରିବାରିକ ସଂପ୍ରୀତି ଓ ସହାବସ୍ଥାନର ଏକ ସାଙ୍କେତିକ ପ୍ରତିରୂପ।
ଶ୍ରୀଜଗନ୍ନାଥ କେବଳ ଆମର ରାଷ୍ଟ୍ର ଦେବତା ନୁହନ୍ତି, ସେ ଓଡ଼ିଆ ଜାତିର ସାଂସ୍କୃତିକ ପ୍ରାଣପିଣ୍ଡ। ଆମ ଆଧ୍ୟାମତ୍ିକ ଆସ୍ଥା, ଆବେଗ ଓ ଆକର୍ଷଣର କେନ୍ଦ୍ର ତଥା ଆରାଧ୍ୟ ଏବଂ ଆଧାର। ତାଙ୍କର ପ୍ରତ୍ୟେକଟି ରୀତିନୀତି, ପର୍ବପର୍ବାଣି, ଯାନିଯାତ୍ରା, ସେବାପୂଜା ତଥା ଶୁଚିଶୁଦ୍ଧ ଉଚ୍ଚାଙ୍ଗ ଜୀବନ ଚର୍ଯ୍ୟା ସହିତ ନିବିଡ଼ ଭାବେ ଯୋଡ଼ି ହୋଇ ରହିଛି ଉକତ୍ଳୀୟ ସଂସ୍କୃତି, ପରମ୍ପରା ଓ ସାମାଜିକ ଚଳଣି। ସେହି ଅନୁବନ୍ଧନର ସର୍ବଶ୍ରେଷ୍ଠ ପ୍ରତୀକ ହେଉଛି ତ୍ରିମୂର୍ତ୍ତି କଳ୍ପନା। ଅର୍ଥାତ୍‌ ବଡ଼ ଦେଉଳରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମହାପ୍ରଭୁ ରତନ ବେଦିରେ ବସିଥିବା ବେଳେ ଲକ୍ଷ୍ମୀଠାକୁରାଣୀ ଅଛନ୍ତି ପଛ କୋଠରିରେ, ଭିତର ଘରେ। ଏହା ହିଁ ତ ଓଡ଼ିଆ ଘରର ସାମାଜିକ ଚଳଣି। ରଥଯାତ୍ରା ବେଳେ ବି ସେହି ମର୍ଯ୍ୟାଦାପୂର୍ଣ୍ଣ ଚଳଣିର ପୁନରାବୃତ୍ତିି। ବଡ଼ଭାଇ ବଳଭଦ୍ର ଓ ଭଗିନୀ ସୁଭଦ୍ରାକୁ ନେଇ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କଲାବେଳେ ବଡ଼ଦେଉଳରେ ଏକୁଟିଆ ରହି ଯାଆନ୍ତି ମହିମାମୟୀ ମହାଲକ୍ଷ୍ମୀ। ସ୍ବାମୀଙ୍କ ସହିତ ରଥରେ ବସି ବୁଲିଯିବା ପାଇଁ ତାଙ୍କର ଯେ ଅନୁଯୋଗ ନ ଥାଏ ତାହା ନୁହେଁ, ମାତ୍ର କୁଳବଧୂର ସମ୍ଭ୍ରମତା ନେଇ ଶେଷରେ ସେ ମାନିନେବାକୁ ବାଧ୍ୟ ହୁଅନ୍ତି ସ୍ବାମୀଙ୍କ ଆକଟ। ଅଭିମାନିନୀ ପନତ୍ୀକୁ ମନେଇବା ପାଇଁ ଅବଶ୍ୟ କମ୍‌ ପ୍ରୟାସ କରିନାହାନ୍ତି ମହାପ୍ରଭୁ। ସହଳ ଫେରିଆସିବାର ମିଥ୍ୟା ମଧୁର ପ୍ରତିଶ୍ରୁତି ବି ଦେଇଛନ୍ତି ଜାଣିଶୁଣି। ଅର୍ଥାତ୍‌ ଦାମ୍ପତ୍ୟ ଜୀବନରେ ଏମିତି ଛୋଟ ଛୋଟ ମିଛର ଉପଯୋଗିତା ରହିଛି, ଯାହା ସମ୍ପର୍କର କ୍ଷତକୁ ଉପଶମ କରାଏ ବା ଦାମ୍ପତ୍ୟ ଜୀବନରେ ଭରିଦିଏ ନୂଆ ରଙ୍ଗ।
ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କଲାପରେ ବଡ଼ ଦେଉଳରେ ତାଙ୍କ ଦର୍ଶନ ନ ପାଇ ଅଭିମାନରେ ଜର୍ଜରିତ ହୁଅନ୍ତି ମହାଲକ୍ଷ୍ମୀ। ରଥଯାତ୍ରାର ପଞ୍ଚମ ଦିନ ବେଳକୁ ପ୍ରତୀକ୍ଷାଜନିତ ଯନ୍ତ୍ରଣାରେ ତୁଟିଯାଏ ତାଙ୍କର ଧୈର୍ଯ୍ୟର କବଚ। ସକାଳ ହେବାମାତ୍ରେ ସିଂହାରି ଓ ପତିମହାପାତ୍ର ଆଦିଙ୍କୁ ସାଙ୍ଗରେ ଧରି ପାଲିଙ୍କିରେ ଯାତ୍ରା କରନ୍ତି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ। ସେଠାରେ ଏକାନ୍ତରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ତାଙ୍କଠାରୁ ପ୍ରାପ୍ତ ହୁଅନ୍ତି ଶୀଘ୍ର ଫେରିଆସିବାର ନିର୍ଭର ପ୍ରତିଶ୍ରୁତି। ତଥାପି ସମ୍ପୂର୍ଣ୍ଣ ଥମେନି ନିଃସଙ୍ଗତାଜନିତ କ୍ରୋଧ ଓ ଅଭିମାନ। ବଡ଼ ଦେଉଳକୁ ଫେରିବା ବାଟରେ ରଥକାଠ ଭାଙ୍ଗିବା ସେହି କ୍ରୋଧ ଓ ଅଭିମାନର ନିଦର୍ଶନ। ମାତ୍ର ଏହା ତାଙ୍କ କ୍ରୋଧାଗ୍ନିର ଉଦ୍‌ଗିରଣ ନୁହେଁ, ବରଂ ପୁଞ୍ଜୀଭୂତ ଅଭିମାନର ଉଦ୍‌ବେଳିତ ପ୍ରତିକ୍ରିୟା। ଶୁଦ୍ଧ ଦାମ୍ପତ୍ୟ ପ୍ରେମର ଏକ ଛଳଛଳ ପ୍ରବାହ; ଯାହା ଆତ୍ମୀୟତା ମନ୍ତ୍ରରେ ସ୍ବୟଂସିଦ୍ଧ। ଏହି ପ୍ରବାହର ଗଭୀରତା ଆହୁରି ସ୍ପଷ୍ଟଭାବରେ ବାରି ହୋଇପଡ଼େ ମହାପ୍ରଭୁଙ୍କ ବାହୁଡ଼ାବିଜେ ଅବସରରେ।
ବାହୁଡ଼ାଯାତ୍ରା ପରେ ବଡ଼ଦେଉଳକୁ ପ୍ରବେଶ ନିମନ୍ତେ ଆରମ୍ଭ ହୁଏ ମହାପ୍ରଭୁଙ୍କ ପହଣ୍ଡିବିଜେ। ଢଳିଢଳି ସିଂହଦ୍ୱାର ନିକଟରେ ପହଞ୍ଚତ୍ଲା ବେଳକୁ ଅତ୍ୟଧିକ ବିଳମ୍ବ ଯୋଗୁ କ୍ଷୁବ୍ଧ ହୋଇପଡ଼ନ୍ତି ବିରହ ବିଧୁରା ମହାଲକ୍ଷ୍ମୀ। ଅଭିମାନରେ ପ୍ରଭୁଙ୍କ ପଥରୋଧ ପାଇଁ ବନ୍ଦ କରି ଦିଅନ୍ତି ସିଂହଦ୍ୱାର। ଦ୍ୱାର ଉନ୍ମୁକ୍ତ କରିବା ପାଇଁ ସେବକ ସ୍ବାଇଁ ମହାପାତ୍ରଙ୍କ ଜରିଆରେ ମହାପ୍ରଭୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ସର୍ତ୍ତ ରଖନ୍ତି ମହାଲକ୍ଷ୍ମୀ। ସେ ସର୍ତ୍ତ ଅନୁସାରେ ଆଉ କେବେ ବି ମନ୍ଦିର ଛାଡ଼ି ଯିବେ ନାହିଁ ବୋଲି ମହାପ୍ରଭୁ ଅଙ୍ଗୀକାର କରିବା ଦରକାର। ଗୋଟିଏ ପାଖରେ ପ୍ରାଣପ୍ରିୟାଙ୍କ ଜିଦ୍‌, ଅନ୍ୟ ପାଖରେ କର୍ତ୍ତବ୍ୟର ଆହ୍ବାନ। ଅଡ଼ୁଆରେ ପଡ଼ିଗଲେ ମହାପ୍ରଭୁ। ଫିବର୍ଷ ଜନ୍ମବେଦିକୁ ବୁଲିଯିବେ ବୋଲି ଗୁଣ୍ଡିଚାଦେବୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ସେ ଅନ୍ୟଥା କରିବେ କେମିତି? ପତିତପାବନ ନାମ ଧାରଣ କରି କେମିତି ସେ ପରିହାର କରିବେ ପତିତପାବନ ଯାତ୍ରା? ଭକ୍ତବତ୍ସଳ ଭାବରେ ସେ ତ ଅନ୍ୟ କାହାରି ନୁହନ୍ତି, କେବଳ ଭକ୍ତର। ତେଣୁ ବରଂ ଜନ୍ମବେଦିକୁ ସେ ଫେରିଯିବେ ସବୁଦିନ ପାଇଁ, ହେଲେ ମାନି ନେଇପାରିବେନି ମହାଲକ୍ଷ୍ମୀଙ୍କ ସର୍ତ୍ତ। ମାତ୍ର ଜଣେ ଆଦର୍ଶ ସ୍ବାମୀ ଭାବରେ ଏକଥା ସିଏ ରୋକ୍‌ଠୋକ୍‌ ଭାବରେ କହିବା ପରିବର୍ତ୍ତେ ଲକ୍ଷ୍ମୀଠାକୁରାଣୀଙ୍କ ମନ ଜିଣିବା ପାଇଁ ଉଠେଇଥିଲେ ସାମ୍ୟଧର୍ମ ପ୍ରସଙ୍ଗ। ଖୁବ୍‌ କୋମଳ ଭାବରେ କହିଥିଲେ, ଜାତି ଧର୍ମ ନିର୍ବିଶେଷରେ ତମେ ଯେମିତି ସମସ୍ତଙ୍କ ଘରକୁ ଅବାଧ ପ୍ରବେଶ କରିବାକୁ ଚାହଁ, ମୁଁ ସେମିତି ବର୍ଷରେ ଥରୁଟିଏ ଚଣ୍ଡାଳଠୁ ବ୍ରାହ୍ମଣ ଯାଏ, ଏପରି କି ଭିନ୍ନ ଧର୍ମର ଲୋକଙ୍କୁ ବି ଦର୍ଶନ ଦେବାକୁ ଚାହେଁ ବଡ଼ଦାଣ୍ଡରେ। ମତେ ସେଥିରୁ ତମେ ବଞ୍ଚତ୍ତ କରୁଛ କାହିଁକି? ମହାପ୍ରଭୁଙ୍କ ଏହି କୋମଳ କଥାରେ ପ୍ରଶମିଯାଏ ଦ୍ୱାର। ଖୋଲିବେନି ବୋଲି ଖୁବ୍‌ ଆଣ୍ଟ କରି କହୁଥିବା ମହାଲକ୍ଷ୍ମୀଙ୍କ କ୍ରୋଧ। ତେଣୁ ଦାସୀକୁ ଇସାରାରେ କହିଦିଅନ୍ତି – ”ମୋର ନ ଜାଣିବା ପ୍ରାୟକ ହେଉ, ଫେଡ଼ କବାଟ ଆସୁ ମହାବାହୁ“। ତା’ପରେ ଖୋଲିଯାଏ ଦ୍ୱାର। ମହାପ୍ରଭୁଙ୍କ ପ୍ରେମପୂର୍ଣ୍ଣ ସମ୍ଭାଷଣ ତଥା ତାଙ୍କ ହାତରୁ ରସଗୋଲା ଖାଇ ଅଭିମାନ ଭାଙ୍ଗନ୍ତି ମହାଲକ୍ଷ୍ମୀ। ଗମ୍ଭିରା ଭିତରେ ପୁଣି ଭରିଯାଏ ହସଖୁସିର ଆସର। ଅନ୍ଧାର ଯୋଗୁ ଆଲୋକର ମହିମା ପ୍ରକଟିତ ହେଲାପରି ବିରହ ପରେ ଆହୁରି ନିବିଡ଼ ହୋଇଉଠେ ମିଳନର ସ୍ବାଦ। ବସ୍ତୁତଃ ଦାମ୍ପତ୍ୟ ଜୀବନ କେବଳ ମିଳନର କୁଞ୍ଜବନ ନୁହେଁ, ବରଂ ତପସ୍ୟାର ତପୋବନ। ଛୋଟ ଛୋଟ କଥାରେ ମାନ ଅଭିମାନ ଦାମ୍ପତ୍ୟ ସମ୍ପର୍କରେ ଭରିଦିଏ ମଧୁରତା। ସେଥିପାଇଁ ନୀଳାଦ୍ରି ବିଜୟ ବେଳେ ମହାପ୍ରଭୁ ସହିଯାଆନ୍ତି ଲକ୍ଷ୍ମୀଙ୍କର କଟୁ କଥା। ଏହି ତ୍ୟାଗ ଓ ସହିଷ୍ଣୁତାର ସ୍ବର୍ଗୀୟ ବିଭବରେ ସୁଖମୟ ହୁଏ ଦାମ୍ପତ୍ୟ ଜୀବନ। ସମଗ୍ର ଜଗତ ପାଇଁ ଏହି ଅମୃତମୟ ବାର୍ତ୍ତା ବହନ କରେ ଜଗନ୍ନାଥ ଚେତନା। ବିଶେଷ କରି ହେରା ପଞ୍ଚମୀ ତା’ର ଏକ ପ୍ରେରଣାପୂର୍ଣ୍ଣ ପ୍ରଚୋଦନା।
ବିଜୁପଟ୍ଟନାୟକ ନଗର, ଭଦ୍ରକ
ମୋ.-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri