ମହାପ୍ରଭୁଙ୍କ ଘର କଳି

ଅଧ୍ୟାପକ ପ୍ରଫୁଲ୍ଲ କୁମାର ସାହୁ

ଜଗତର ନାଥ ଜଗନ୍ନାଥ ମାନବବାଦର ଠାକୁର। ତାଙ୍କ ମାନବୀୟ ଲୀଳାର ସର୍ବଶ୍ରେଷ୍ଠ ଜାଜ୍ୱଲ୍ୟମାନ ଦୃଷ୍ଟାନ୍ତ ହେଉଛି ଶ୍ରୀଗୁଣ୍ଡିଚା ଯାତ୍ରା। ହେରାପଞ୍ଚମୀ ସେହି ନବଦିନ ବ୍ୟାପି ଯାତ୍ରାର ଏକ ଅଂଶ ବିଶେଷ ବା ଉପଯାତ୍ରା। ରଥଯାତ୍ରାର ପଞ୍ଚମ ଦିନ ମହାପ୍ରଭୁଙ୍କୁ ହେରିବା ବା ଦର୍ଶନ କରିବା ନିମନ୍ତେ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରୁଥିବାରୁ ଏହା ହେରାପଞ୍ଚମୀ ନାମରେ ଖ୍ୟାତ। ଦାମ୍ପତ୍ୟ ବିରହ, କଳହ ଓ ବିଳାସ ଆଦି ମୌଳିକ ବିଭବ ଉପରେ ପର୍ଯ୍ୟବସିତ ହେଲେ ବି ଘଟଣା ବିନ୍ୟାସ ଦୃଷ୍ଟିରୁ ଏହା ପାରିବାରିକ ସଂପ୍ରୀତି ଓ ସହାବସ୍ଥାନର ଏକ ସାଙ୍କେତିକ ପ୍ରତିରୂପ।
ଶ୍ରୀଜଗନ୍ନାଥ କେବଳ ଆମର ରାଷ୍ଟ୍ର ଦେବତା ନୁହନ୍ତି, ସେ ଓଡ଼ିଆ ଜାତିର ସାଂସ୍କୃତିକ ପ୍ରାଣପିଣ୍ଡ। ଆମ ଆଧ୍ୟାମତ୍ିକ ଆସ୍ଥା, ଆବେଗ ଓ ଆକର୍ଷଣର କେନ୍ଦ୍ର ତଥା ଆରାଧ୍ୟ ଏବଂ ଆଧାର। ତାଙ୍କର ପ୍ରତ୍ୟେକଟି ରୀତିନୀତି, ପର୍ବପର୍ବାଣି, ଯାନିଯାତ୍ରା, ସେବାପୂଜା ତଥା ଶୁଚିଶୁଦ୍ଧ ଉଚ୍ଚାଙ୍ଗ ଜୀବନ ଚର୍ଯ୍ୟା ସହିତ ନିବିଡ଼ ଭାବେ ଯୋଡ଼ି ହୋଇ ରହିଛି ଉକତ୍ଳୀୟ ସଂସ୍କୃତି, ପରମ୍ପରା ଓ ସାମାଜିକ ଚଳଣି। ସେହି ଅନୁବନ୍ଧନର ସର୍ବଶ୍ରେଷ୍ଠ ପ୍ରତୀକ ହେଉଛି ତ୍ରିମୂର୍ତ୍ତି କଳ୍ପନା। ଅର୍ଥାତ୍‌ ବଡ଼ ଦେଉଳରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମହାପ୍ରଭୁ ରତନ ବେଦିରେ ବସିଥିବା ବେଳେ ଲକ୍ଷ୍ମୀଠାକୁରାଣୀ ଅଛନ୍ତି ପଛ କୋଠରିରେ, ଭିତର ଘରେ। ଏହା ହିଁ ତ ଓଡ଼ିଆ ଘରର ସାମାଜିକ ଚଳଣି। ରଥଯାତ୍ରା ବେଳେ ବି ସେହି ମର୍ଯ୍ୟାଦାପୂର୍ଣ୍ଣ ଚଳଣିର ପୁନରାବୃତ୍ତିି। ବଡ଼ଭାଇ ବଳଭଦ୍ର ଓ ଭଗିନୀ ସୁଭଦ୍ରାକୁ ନେଇ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କଲାବେଳେ ବଡ଼ଦେଉଳରେ ଏକୁଟିଆ ରହି ଯାଆନ୍ତି ମହିମାମୟୀ ମହାଲକ୍ଷ୍ମୀ। ସ୍ବାମୀଙ୍କ ସହିତ ରଥରେ ବସି ବୁଲିଯିବା ପାଇଁ ତାଙ୍କର ଯେ ଅନୁଯୋଗ ନ ଥାଏ ତାହା ନୁହେଁ, ମାତ୍ର କୁଳବଧୂର ସମ୍ଭ୍ରମତା ନେଇ ଶେଷରେ ସେ ମାନିନେବାକୁ ବାଧ୍ୟ ହୁଅନ୍ତି ସ୍ବାମୀଙ୍କ ଆକଟ। ଅଭିମାନିନୀ ପନତ୍ୀକୁ ମନେଇବା ପାଇଁ ଅବଶ୍ୟ କମ୍‌ ପ୍ରୟାସ କରିନାହାନ୍ତି ମହାପ୍ରଭୁ। ସହଳ ଫେରିଆସିବାର ମିଥ୍ୟା ମଧୁର ପ୍ରତିଶ୍ରୁତି ବି ଦେଇଛନ୍ତି ଜାଣିଶୁଣି। ଅର୍ଥାତ୍‌ ଦାମ୍ପତ୍ୟ ଜୀବନରେ ଏମିତି ଛୋଟ ଛୋଟ ମିଛର ଉପଯୋଗିତା ରହିଛି, ଯାହା ସମ୍ପର୍କର କ୍ଷତକୁ ଉପଶମ କରାଏ ବା ଦାମ୍ପତ୍ୟ ଜୀବନରେ ଭରିଦିଏ ନୂଆ ରଙ୍ଗ।
ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କଲାପରେ ବଡ଼ ଦେଉଳରେ ତାଙ୍କ ଦର୍ଶନ ନ ପାଇ ଅଭିମାନରେ ଜର୍ଜରିତ ହୁଅନ୍ତି ମହାଲକ୍ଷ୍ମୀ। ରଥଯାତ୍ରାର ପଞ୍ଚମ ଦିନ ବେଳକୁ ପ୍ରତୀକ୍ଷାଜନିତ ଯନ୍ତ୍ରଣାରେ ତୁଟିଯାଏ ତାଙ୍କର ଧୈର୍ଯ୍ୟର କବଚ। ସକାଳ ହେବାମାତ୍ରେ ସିଂହାରି ଓ ପତିମହାପାତ୍ର ଆଦିଙ୍କୁ ସାଙ୍ଗରେ ଧରି ପାଲିଙ୍କିରେ ଯାତ୍ରା କରନ୍ତି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ। ସେଠାରେ ଏକାନ୍ତରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ତାଙ୍କଠାରୁ ପ୍ରାପ୍ତ ହୁଅନ୍ତି ଶୀଘ୍ର ଫେରିଆସିବାର ନିର୍ଭର ପ୍ରତିଶ୍ରୁତି। ତଥାପି ସମ୍ପୂର୍ଣ୍ଣ ଥମେନି ନିଃସଙ୍ଗତାଜନିତ କ୍ରୋଧ ଓ ଅଭିମାନ। ବଡ଼ ଦେଉଳକୁ ଫେରିବା ବାଟରେ ରଥକାଠ ଭାଙ୍ଗିବା ସେହି କ୍ରୋଧ ଓ ଅଭିମାନର ନିଦର୍ଶନ। ମାତ୍ର ଏହା ତାଙ୍କ କ୍ରୋଧାଗ୍ନିର ଉଦ୍‌ଗିରଣ ନୁହେଁ, ବରଂ ପୁଞ୍ଜୀଭୂତ ଅଭିମାନର ଉଦ୍‌ବେଳିତ ପ୍ରତିକ୍ରିୟା। ଶୁଦ୍ଧ ଦାମ୍ପତ୍ୟ ପ୍ରେମର ଏକ ଛଳଛଳ ପ୍ରବାହ; ଯାହା ଆତ୍ମୀୟତା ମନ୍ତ୍ରରେ ସ୍ବୟଂସିଦ୍ଧ। ଏହି ପ୍ରବାହର ଗଭୀରତା ଆହୁରି ସ୍ପଷ୍ଟଭାବରେ ବାରି ହୋଇପଡ଼େ ମହାପ୍ରଭୁଙ୍କ ବାହୁଡ଼ାବିଜେ ଅବସରରେ।
ବାହୁଡ଼ାଯାତ୍ରା ପରେ ବଡ଼ଦେଉଳକୁ ପ୍ରବେଶ ନିମନ୍ତେ ଆରମ୍ଭ ହୁଏ ମହାପ୍ରଭୁଙ୍କ ପହଣ୍ଡିବିଜେ। ଢଳିଢଳି ସିଂହଦ୍ୱାର ନିକଟରେ ପହଞ୍ଚତ୍ଲା ବେଳକୁ ଅତ୍ୟଧିକ ବିଳମ୍ବ ଯୋଗୁ କ୍ଷୁବ୍ଧ ହୋଇପଡ଼ନ୍ତି ବିରହ ବିଧୁରା ମହାଲକ୍ଷ୍ମୀ। ଅଭିମାନରେ ପ୍ରଭୁଙ୍କ ପଥରୋଧ ପାଇଁ ବନ୍ଦ କରି ଦିଅନ୍ତି ସିଂହଦ୍ୱାର। ଦ୍ୱାର ଉନ୍ମୁକ୍ତ କରିବା ପାଇଁ ସେବକ ସ୍ବାଇଁ ମହାପାତ୍ରଙ୍କ ଜରିଆରେ ମହାପ୍ରଭୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ସର୍ତ୍ତ ରଖନ୍ତି ମହାଲକ୍ଷ୍ମୀ। ସେ ସର୍ତ୍ତ ଅନୁସାରେ ଆଉ କେବେ ବି ମନ୍ଦିର ଛାଡ଼ି ଯିବେ ନାହିଁ ବୋଲି ମହାପ୍ରଭୁ ଅଙ୍ଗୀକାର କରିବା ଦରକାର। ଗୋଟିଏ ପାଖରେ ପ୍ରାଣପ୍ରିୟାଙ୍କ ଜିଦ୍‌, ଅନ୍ୟ ପାଖରେ କର୍ତ୍ତବ୍ୟର ଆହ୍ବାନ। ଅଡ଼ୁଆରେ ପଡ଼ିଗଲେ ମହାପ୍ରଭୁ। ଫିବର୍ଷ ଜନ୍ମବେଦିକୁ ବୁଲିଯିବେ ବୋଲି ଗୁଣ୍ଡିଚାଦେବୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ସେ ଅନ୍ୟଥା କରିବେ କେମିତି? ପତିତପାବନ ନାମ ଧାରଣ କରି କେମିତି ସେ ପରିହାର କରିବେ ପତିତପାବନ ଯାତ୍ରା? ଭକ୍ତବତ୍ସଳ ଭାବରେ ସେ ତ ଅନ୍ୟ କାହାରି ନୁହନ୍ତି, କେବଳ ଭକ୍ତର। ତେଣୁ ବରଂ ଜନ୍ମବେଦିକୁ ସେ ଫେରିଯିବେ ସବୁଦିନ ପାଇଁ, ହେଲେ ମାନି ନେଇପାରିବେନି ମହାଲକ୍ଷ୍ମୀଙ୍କ ସର୍ତ୍ତ। ମାତ୍ର ଜଣେ ଆଦର୍ଶ ସ୍ବାମୀ ଭାବରେ ଏକଥା ସିଏ ରୋକ୍‌ଠୋକ୍‌ ଭାବରେ କହିବା ପରିବର୍ତ୍ତେ ଲକ୍ଷ୍ମୀଠାକୁରାଣୀଙ୍କ ମନ ଜିଣିବା ପାଇଁ ଉଠେଇଥିଲେ ସାମ୍ୟଧର୍ମ ପ୍ରସଙ୍ଗ। ଖୁବ୍‌ କୋମଳ ଭାବରେ କହିଥିଲେ, ଜାତି ଧର୍ମ ନିର୍ବିଶେଷରେ ତମେ ଯେମିତି ସମସ୍ତଙ୍କ ଘରକୁ ଅବାଧ ପ୍ରବେଶ କରିବାକୁ ଚାହଁ, ମୁଁ ସେମିତି ବର୍ଷରେ ଥରୁଟିଏ ଚଣ୍ଡାଳଠୁ ବ୍ରାହ୍ମଣ ଯାଏ, ଏପରି କି ଭିନ୍ନ ଧର୍ମର ଲୋକଙ୍କୁ ବି ଦର୍ଶନ ଦେବାକୁ ଚାହେଁ ବଡ଼ଦାଣ୍ଡରେ। ମତେ ସେଥିରୁ ତମେ ବଞ୍ଚତ୍ତ କରୁଛ କାହିଁକି? ମହାପ୍ରଭୁଙ୍କ ଏହି କୋମଳ କଥାରେ ପ୍ରଶମିଯାଏ ଦ୍ୱାର। ଖୋଲିବେନି ବୋଲି ଖୁବ୍‌ ଆଣ୍ଟ କରି କହୁଥିବା ମହାଲକ୍ଷ୍ମୀଙ୍କ କ୍ରୋଧ। ତେଣୁ ଦାସୀକୁ ଇସାରାରେ କହିଦିଅନ୍ତି – ”ମୋର ନ ଜାଣିବା ପ୍ରାୟକ ହେଉ, ଫେଡ଼ କବାଟ ଆସୁ ମହାବାହୁ“। ତା’ପରେ ଖୋଲିଯାଏ ଦ୍ୱାର। ମହାପ୍ରଭୁଙ୍କ ପ୍ରେମପୂର୍ଣ୍ଣ ସମ୍ଭାଷଣ ତଥା ତାଙ୍କ ହାତରୁ ରସଗୋଲା ଖାଇ ଅଭିମାନ ଭାଙ୍ଗନ୍ତି ମହାଲକ୍ଷ୍ମୀ। ଗମ୍ଭିରା ଭିତରେ ପୁଣି ଭରିଯାଏ ହସଖୁସିର ଆସର। ଅନ୍ଧାର ଯୋଗୁ ଆଲୋକର ମହିମା ପ୍ରକଟିତ ହେଲାପରି ବିରହ ପରେ ଆହୁରି ନିବିଡ଼ ହୋଇଉଠେ ମିଳନର ସ୍ବାଦ। ବସ୍ତୁତଃ ଦାମ୍ପତ୍ୟ ଜୀବନ କେବଳ ମିଳନର କୁଞ୍ଜବନ ନୁହେଁ, ବରଂ ତପସ୍ୟାର ତପୋବନ। ଛୋଟ ଛୋଟ କଥାରେ ମାନ ଅଭିମାନ ଦାମ୍ପତ୍ୟ ସମ୍ପର୍କରେ ଭରିଦିଏ ମଧୁରତା। ସେଥିପାଇଁ ନୀଳାଦ୍ରି ବିଜୟ ବେଳେ ମହାପ୍ରଭୁ ସହିଯାଆନ୍ତି ଲକ୍ଷ୍ମୀଙ୍କର କଟୁ କଥା। ଏହି ତ୍ୟାଗ ଓ ସହିଷ୍ଣୁତାର ସ୍ବର୍ଗୀୟ ବିଭବରେ ସୁଖମୟ ହୁଏ ଦାମ୍ପତ୍ୟ ଜୀବନ। ସମଗ୍ର ଜଗତ ପାଇଁ ଏହି ଅମୃତମୟ ବାର୍ତ୍ତା ବହନ କରେ ଜଗନ୍ନାଥ ଚେତନା। ବିଶେଷ କରି ହେରା ପଞ୍ଚମୀ ତା’ର ଏକ ପ୍ରେରଣାପୂର୍ଣ୍ଣ ପ୍ରଚୋଦନା।
ବିଜୁପଟ୍ଟନାୟକ ନଗର, ଭଦ୍ରକ
ମୋ.-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?