ଏଇ ଭାରତରେ

ଇବାଇକ୍‌ ଥରେ ଚାର୍ଚ୍ଚ ହେଲେ ୮୦କି.ମି. ଯାଉଛି। ଏହାଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତିକା ଇ-ବାଇକ୍‌ ନିର୍ମାଣ କରିଛନ୍ତି ଦୁଇଜଣ ସ୍କୁଲ୍‌ ସାଥୀ ରଘୁ କେରାକାଟ୍ଟୀ ଏବଂ ମହେଶ ସିଦ୍ଦେଗୌଡା। ରଘୁ ନିଟ୍‌ ଓ୍ବାରଙ୍ଗଲ ଏବଂ ଆଇଆଇଏମ୍‌ ବେଙ୍ଗାଲୁରୁରୁ ଏବଂ ମହେଶ ମହୀଶୂର ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଛନ୍ତି। ଏହି ବାଇକ୍‌ ଲାଗି ସେମାନେ ୨୦୧୮ରେ ମହୀଶୂରରେ ଏକ ଇଭି ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରିଥିଲେ। ଦୁଇ ବର୍ଷ ପରେ ଏବେ ସେମାନେ ଏହି ଇ-ବାଇକ୍‌ ସାମ୍ନାକୁ ଆଣିଛନ୍ତି। ଏହା ହାଲୁକା ଓ ଏହାର ନାମ ସେମାନେ ରଖିଛନ୍ତି ହିଲିଓ ଏଚ୍‌୧୦୦। ଏହାର ଓଜନ ମାତ୍ର୧୮.୫ କେ.ଜି.। ଏଥିରେ ୩୪୫ ଏବଂ ୪୬୦ ଓ୍ବାଟ-ଆଓ୍ବାର ପାଓ୍ବାର ପ୍ୟାକ୍‌ କରାଯାଇଛି। ବାଇକ୍‌ ଆଲୁମିନିୟମ ଆଲଏ ଫ୍ରେମ୍‌ରେ ଗଠିତ। ଏହାର ମୂଲ୍ୟ ୪୮, ୯୦୦ରୁ ଆରମ୍ଭ । କାର୍ବନ ଡାଇଅକ୍ସାଇଡ ନିର୍ଗମନ ହ୍ରାସ କରିବାରେ ଏହି ବାଇକ୍‌ ସହାୟକ ହେବ ବୋଲି କହନ୍ତି ରଘୁ କେରାକାଟ୍ଟୀ। ମହୀଶୂର ବାଦ୍‌ ଭାରତର ୧୬ଟି ସହରରେ ସର୍ଭିସ ସୁବିଧା ଉପଲବ୍ଧ କରାଯାଇଛି ଓ ଭବିଷ୍ୟତରେ ଏହାକୁ ସମ୍ପ୍ରସାରଣ କରାଯିବାର ଯୋଜନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri