ଏଇ ଭାରତରେ

ଗାଁ ଗାଁ ବୁଲି ପୁରାତନ ସାମଗ୍ରୀ ସଂଗ୍ରହ କରି ଏକ ମ୍ୟୁଜିୟମ ବା ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି ପଶ୍ଚିମବଙ୍ଗର ଡ. ବିଶ୍ୱଜିତ ରାୟ। ସେ ପିଜୁସକାନ୍ତି ମୁଖାର୍ଜୀ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି। ନଦିୟା ଜିଲା ଦେବଗ୍ରାମରେ ସେ ଏହି ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି। ପ୍ରଥମେ ସଂଗ୍ରହାଳୟ କରିବା ସମୟରେ ୨୦ଟି ଜିନିଷ ଥିଲା। ଏବେ ସେଠାରେ ୧,୦୦୦ରୁ ଊର୍ଦ୍ଧ୍ୱ ଜିନିଷ ରହିଛି। ଏକ ଦଶନ୍ଧି ପୂର୍ବେ ନଦିୟା ଜିଲାରେ ସେ ଗବେଷଣା କରୁଥିତ୍ବା ବେଳେ ୨୦୦୦ ବର୍ଷର ଏକ ନଦୀର ସନ୍ଧାନ ପାଇବା ପରେ ସେଠାକାର ପୁରାତନ ସଭ୍ୟତା ଉପଯୋଗ କରୁଥିବା ଜିନିଷଗୁଡ଼ିକୁ ମାଟିତଳୁ ଉଦ୍ଧାର କରି ସଂଗ୍ରହାଳୟ ଆରମ୍ଭ କରିଥିଲେ। ବିଭିନ୍ନ ସ୍ଥାପତ୍ୟ ଓ ମାଟିପାତ୍ରର ଅବଶେଷାଂଶ, ପଥର ଓ ଧାତୁ ବିଗ୍ରହ, ବାଘଦାନ୍ତ ଆଦି ବହୁ ଜିନିଷ ସଂଗ୍ରହ କରିଛନ୍ତି। ଏସବୁ ମୁଖ୍ୟତଃ ଦେବଗ୍ରାମ ଓ ଅନୁଲିୟା ପଞ୍ଚାୟତର ଗ୍ରାମଗୁଡ଼ିକରୁ ଉଦ୍ଧାର କରିଛନ୍ତି। ଏସବୁ ପୁରାତନ ଜିନିଷ ସଂଗ୍ରହ କରିବାରେ ଗ୍ରାମବାସୀ ତାଙ୍କୁ ସାହାଯ୍ୟ କରୁଛନ୍ତି। ଏହାର ସଂରକ୍ଷଣ କରିବା ଲାଗି ଡ. ମୁଖାର୍ଜୀ ମଧ୍ୟ ସଚେତନତା ଅଭିଯାନ ଚଳାଇଚନ୍ତି। ଏହି ସଂଗ୍ରହାଳୟ ପାଇଁ ଗ୍ରାମବାସୀମାନେ ଘର ଏବଂ କାଠତିଆରି ଶେଲ୍ଫ ଯୋଗାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri