ଅଣଓଡ଼ିଆଙ୍କ ନିୟନ୍ତ୍ରଣରେ ନିଶା କାରବାର

ବାରିପଦା ଅଫିସ,୧୭।୭- ମୟୂରଭଞ୍ଜ ଜିଲାରେ ଚୋରା ମଦ ଓ ନିଶାଦ୍ରବ୍ୟ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସୀମାନ୍ତ ପଶ୍ଚିମବଙ୍ଗରୁ ଏହି ଜିଲାକୁ ନକଲି ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ସ୍ପିରିଟ ଓ ବ୍ରାଉନସୁଗାର ଭଳି ନିଶାଦ୍ରବ୍ୟ ଚୋରାରେ ଆସୁଛି। ଜିଲାର ସମସ୍ତ ଦେଶୀ ବିଦେଶୀ ମଦ ଦୋକାନ ଓଡ଼ିଆ ଲୋକଙ୍କ ନାମରେ ଥିବା ବେଳେ ଅଧିକାଂଶ ସ୍ଥାନରେ ଅଣ ଓଡ଼ିଆ(ବିହାର ରାଜ୍ୟ ଲୋକ) ଲିଜ ନେଇ କାରବାର ଚଳାଉଛନ୍ତି। ଚୋରା ବେପାରୀଙ୍କୁ ବିଭାଗ ଧରୁଥିବା ବେଳେ ଏସଟିଏଫ୍‌ ମଧ୍ୟ କୋଟି କୋଟି ଟଙ୍କାର ବ୍ରାଉନସୁଗାର ଜବତ କରୁଥିତ୍ବା ନଜିର ରହିଛି। ପୂର୍ବ ବର୍ଷ ତୁଳନାରେ ଏପରି କାରବାର ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ ମାମଲା ଓ ଗିରଫଦାରୀ ମଧ୍ୟ ବଢ଼ିଛି। ଜିଲାରୁ ବାର୍ଷିକ ୩୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରାଜସ୍ବ ଆଦାୟ କରାଯାଉଥିବା ବେଳେ ସ୍ବଳ୍ପ କର୍ମଚାରୀଙ୍କ ପାଇଁ ଚୋରା କାରବାର ରୋକିବାରେ ବିଭାଗ ବିଫଳ ହେଉଛି । ସୂଚନା ଅନୁଯାୟୀ, ଜିଲାର ଛୋଟବଡ଼ ବଜାର ଓ ଗାଁ ଗହଳିରେ ଥିବା ବିଭିନ୍ନ ଗ୍ରସେରି, ପାନ, ହୋଟେଲଗୁଡ଼ିକରେ ବେଆଇନ ଭାବେ ମଦ ବିକ୍ରି ହେଉଛି। ଚୋରା ମଦ ସାଙ୍ଗକୁ ନକଲି ମଦ କାରବାର ହେଉଛି। ଜିଲାରେ ୮୬ଟି ଠିପିବନ୍ଦ ବିଦେଶୀ ମଦ ଦୋକାନ, ୧୪ଟି ବାର୍‌ ଓ ୨୦ଟି ଦେଶୀ ମଦ ଭାଟି ରହିଛି । ଗତବର୍ଷ ଲକ୍‌ଡାଉନ ଓ ଶଟଡାଉନ ସତ୍ତ୍ୱେ ଜିଲାରେ ୩୦୦କୋଟି ଟଙ୍କାର ମଦ କାରବାର ହୋଇଛି । ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ୩୫୦କୋଟି ଟଙ୍କାର ମଦ କାରବାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି । ତଦନୁଯାୟୀ ଗତବର୍ଷ ସରକାରଙ୍କ ତହବିଲକୁ ୩୦କୋଟି ଟଙ୍କା ରାଜସ୍ବ ମିଳିଥିବା ବେଳେ ଚଳିତବର୍ଷ ୩୫କୋଟି ଲକ୍ଷ୍ୟ ଧାର୍ଯ୍ୟ ରହିଛି। ସେହିପରି ଗତବର୍ଷ ତୁଳନାରେ ଚଳିତବର୍ଷ ଚୋରାମଦ କାରବାର ରୋକିବାରେ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ଗତବର୍ଷ ୧୬୪ଟି ମାମଲାରେ ୪୧ଜଣ ଗିରଫ ହୋଇଥିବା ବେଳେ ଚଳିତବର୍ଷ ଜୁନ ୧୫ତାରିଖ ସୁଦ୍ଧା ୩୫୭ଟି ମାମଲାରେ ୨୮୬ଜଣଙ୍କୁ ଗିରଫ କରାଯାଇଛି । ତେବେ କର୍ମଚାରୀ ଅଭାବ ଯୋଗୁ ଜିଲାରେ ଚୋରା ମଦ କାରବାର ବୃଦ୍ଧି ପାଉଛି। ଜିଲା ସଦର ମହକୁମାରେ ଅବସ୍ଥିତ ଅବକାରୀ ଅଧ୍ୟୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନରେ ବାରିପଦା, ଉଦଳା, ରାଇରଙ୍ଗପୁର ଓ କରଞ୍ଜିଆକୁ ମିଶାଇ ୪ଟି ଅବକାରୀ ରେଞ୍ଜ କାର୍ଯାଳୟ ରହିଛି। ଏହା ସହିତ ଜିଲାରେ ୨ଟି ମୋବାଇଲ ୟୁନିଟ କାର୍ଯ୍ୟ କରୁଛି । ଏହି କାର୍ଯ୍ୟାଳୟ ଗୁଡ଼ିକରେ ୨୭ କନଷ୍ଟେବଳ ପଦବୀ ଖାଲି ପଡ଼ିଛି । ସେହିପରି ଚଢ଼ାଉ ପାଇଁ ବିଭାଗ ପାଖରେ ରହିଛି ମାତ୍ର ୫ଟି ଚାରିଚକିଆ ଯାନ। ଫଳରେ ଚୋରା ମଦ ବେପାରୀଙ୍କୁ ଧରିବାରେ ଅସୁବିଧା ହେଉଛି। ବିହାରୀ ଲୋକମାନେ ପଶ୍ଚିମବଙ୍ଗରୁ ଚୋରାରେ ମଦ ତିଆରି ପାଇଁ ସ୍ପିରିଟ ଆଣି ସ୍ଥାନୀୟ ଯୁବକଙ୍କୁ ଯୋଗାଇବା ସହିତ ନାମୀଦାମୀ ବ୍ରାଣ୍ଡର ବିଦେଶୀ ମଦ ପ୍ରସ୍ତୁତ ସାମଗ୍ରୀ ଯୋଗାଉଛନ୍ତି ବୋଲି ବାରିପଦାର ଶାନ୍ତନୁ ପାଲ କହିଛନ୍ତି। ସେହିପରି ମଦ ଦୋକାନ ଲିଜ୍‌ ନେଇଥିବା ବ୍ୟକ୍ତିମାନେ ଅଣ ଓଡ଼ିଆ ଲୋକଙ୍କୁ ଦାୟିତ୍ୱ ଦେବାରୁ ନକଲି କାରବାର ବଢ଼ୁଛି। ଫଳରେ ସରକାରଙ୍କର ରାଜସ୍ବହାନୀ ହେବା ସହିତ ନକଲି ମଦ ସେବନ କରି ବହୁ ପରିବାର ସର୍ବସ୍ବାନ୍ତ ହେଉଥିତ୍ବା ଦଳିତ ଆଦିବାସୀ ମହାସଂଘର ସଭାପତି ରାକେଶ ସିଂ ପ୍ରକାଶ କରିଛନ୍ତି। ଏସଂକ୍ରାନ୍ତରେ ଅବକାରୀ ଅଧ୍ୟୀକ୍ଷକ ଅଶୋକ କୁମାର ସେଟ୍‌ଙ୍କୁ ପଚାରିବାରୁ ଚେରାବେପାରୀଙ୍କୁ ଧରିବା ପାଇଁ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ଖାଲି ଥିବା ପଦବୀ ପୂରଣ ସହିତ ଅଧିକ ଚାରି ଚକିଆ ଯାନ ଯୋଗାଇ ଦିଆଗଲେ ଚୋରା କାରବାର ନିୟନ୍ତ୍ରଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିଙ୍ଗୁଳାକ୍ଷେତ୍ର ଶ୍ରଦ୍ଧାଳୁମୟ

ତାଳଚେର,୧୬।୪(ନି.ପ୍ର.) ଅନୁଗୋଳ ଜିଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ନବଦିନାତ୍ମକ ଯାତ୍ରା ଓ ୧୮ ତମ ଲୋକ ମହୋତ୍ସବ ଶୁକ୍ରବାରଠାରୁ ଆରମ୍ଭ...

ଟ୍ରେନ୍‌, ଷ୍ଟେଶନରେ ବଢୁଛି ଟିଟିଇ, ଟିସିଙ୍କ ଉତ୍ପାତ: ଟ୍ରେନ୍‌ ଯାତ୍ରୀଙ୍କୁ ଟିସିଙ୍କ ତଣ୍ଟିଆ, ଷ୍ଟେଶନରେ ଉତ୍ତେଜନା

ଭୁବନେଶ୍ୱର,୧।୩(ବ୍ୟୁରୋ): ଟ୍ରେନ୍‌ ଓ ଷ୍ଟେଶନରେ ଟିକେଟ ଚେକିଂ ନାଁରେ ଯାତ୍ରୀଙ୍କୁ ନାନା ପ୍ରକାର ହଇରାଣ କରାଯାଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଶନିବାର ଭୁବନେଶ୍ୱର ରେଳ...

ପରଲୋକରେ ବିଶିଷ୍ଟ ସାହିତି୍ୟକ ରତ୍ନାକର ଚଇନି, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

କଟକ ଅଫିସ,୧୮।୪: ବିଶିଷ୍ଟ ସାହିତି୍ୟକ ତଥା ନାଟ୍ୟକାର ରତ୍ନାକର ଚଇନିଙ୍କ ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। କଟକସ୍ଥିତ...

ଆଇପିଏସ୍‌ ଅରୁଣ କୁମାର ରାୟଙ୍କୁ ଅଗ୍ନିଶମର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ବର:୧।୧୨(ବ୍ୟୁରୋ): ବରିଷ୍ଠ ଆଇପିଏସ୍‌ ଅରୁଣ କୁମାର ରାୟଙ୍କୁ ଅଗ୍ନିଶମ ସେବା ବାହିନୀ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଅଗ୍ନିଶମ ସେବା ଡିଜି ଏମ. ଅକ୍ଷୟ...

ଫରେଷ୍ଟରଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ

ପଦ୍ମପୁର,୧୭।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶଙ୍କ ବାସଭବନରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଆୟ ବର୍ହିଭୂତ...

ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ମେଡିକାଲରେ ଉତ୍ତେଜନା

ଭଦ୍ରକ ଅଫିସ, ୨ା୧୦- ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଶୁକ୍ରବାର ଅପରାହ୍ନରେ ଉତ୍ତେଜନା ଦେଖାଦେଇଥିଲା। ମୃତକଙ୍କ ସମ୍ପର୍କୀୟମାନେ ମେଡିକାଲ ପରିସରରେ...

ମହାନଦୀ ବିବାଦ: ସତ୍ୟପାଠ ଦାଖଲ କଲା ଓଡ଼ିଶା

ନୂଆଦିଲ୍ଲୀ,୩।୫: ମହାନଦୀ ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଲାଗିରହିଥିବାବେଳେ ରାଜ୍ୟ ସରକାର ସୋମବାର ମହାନଦୀ ଜଳବିବାଦ ଟ୍ରବ୍ୟୁନାଲରେ ପ୍ରଥମ ସାକ୍ଷୀ...

୪୩.୪ ଡିଗ୍ରୀ ସହ ଟିଟିଲାଗଡ଼ ଉତ୍ତପ୍ତ ସହର

ଭୁବନେଶ୍ୱର, ୨।୪(ବ୍ୟୁରୋ): ମରାଜ୍ୟରେ ଉପରମୁହାଁ ହୋଇଛି ପାରଦ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ତାପମାତ୍ରା ୪୩ ଡିଗ୍ରୀ ଟପିଛି। ଶୁକ୍ରବାର ୮ ସହରର ତାପମାତ୍ରା ୪୦...

Advertisement
Archives

Model This Week